ଶ୍ରୀମନ୍ଦିର ପ୍ରଶାସନ ପେଟେଣ୍ଟ ଆବେଦନ କରିବା ବିଷୟକୁ ସ୍ବାଗତ କଲା ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ:Ommtv

ଭୁବନେଶ୍ୱର,(ଚକ୍ରଧର ମାଝି) : ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ପକ୍ଷରୁ ଶ୍ରୀ ମନ୍ଦିର ପ୍ରଶାସନ ପେଟେଣ୍ଟ ଆବେଦନ କରିବା ବିଷୟକୁ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ମତ ପ୍ରକାଶ କରିଛନ୍ତି ଓ ଆହ୍ୱାନ ଦେଇଛନ୍ତି ଏହାକୁ ସମସ୍ତ ମହାପ୍ରଭୁଙ୍କ ଅନୁଷ୍ଠାନ ଓ ଭକ୍ତ ମଧ୍ୟ ଖୋଲା ହୃଦୟରେ ଗ୍ରହଣ କରିବାକୁ ଅନୁରୋଧ ରଖିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜୟ ହେଉ, ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଗଜପତି ମହାରାଜ ଦିବ୍ୟ ସିଂହ ଓ ମୁଖ୍ୟ ପ୍ରଶାସକ ଡ. ପାଢ଼ୀଙ୍କ ଘୋଷଣା ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ପ୍ରମୁଖ ଶବ୍ଦର ପେଟେଣ୍ଟ ନିଆଯିବ । 

ତାହାକୁ ଅନ୍ୟ କେହି କୌଣସି ଠାରେ ବ୍ୟବହାର କରିପାରିବେ ନାହିଁ ବୋଲି ଧାର୍ଯ୍ୟ କରାଯାଇଛି । ଶ୍ରୀକ୍ଷେତ୍ର ହିଁ ଏକମାତ୍ର ଜଗନ୍ନାଥ ଧାମ | ଦୀଘା ଜଗନ୍ନାଥ ଧାମ ନାମକରଣ ସଂସ୍କୃତି ବିରୋଧୀ କୌଣସି ପରିସ୍ଥିତିରେ ଏହାକୁ ଜଗନ୍ନାଥ ଧାମ କୁହାଯାଇପାରିବ ନାହିଁ। ଦୀଘା ଜଗନ୍ନାଥ ମନ୍ଦିର ଏବଂ ଇସ୍କନର ଅଦିନିଆ ରଥଯାତ୍ରା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା ବିଶ୍ୱରେ ଅନେକ ଜଗନ୍ନାଥ ମନ୍ଦିର ରହିଛି, କୌଣସି ସ୍ଥାନରେ ଏପରି ନାମକରଣ କରାଯାଇନାହିଁ । ରାଜ୍ୟ ସରକାର, ପଶ୍ଚିମବଙ୍ଗ ସରକାର ସହ ଆଲୋଚନା କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ଗଜପତି। କାହାର ଭୁଲ ଓ ପୂର୍ବରୁ କିଏ କଣ କରି ଥିଲା ସେ ବିଷୟରେ ଆଲୋଚନା କରିବା ନାହିଁ, ବହୁତ ଭୁଲ ହୋଇଛି ମହାପ୍ରଭୁଙ୍କ ବିଷୟରେ ବହୁତ ଅପମାନ ଜଣକ ଶବ୍ଦ ପ୍ରୟୋଗ କରାଯାଇଛି । 

ଏହାକୁ ପରିବର୍ତନର ଏକ ଧରା ବୋଲି ଚିନ୍ତା କରି ମହାପ୍ରଭୁଙ୍କ ସେବା ଦେବାର ସୁଯୋଗ ପାଇଥିବା ସମ୍ମାନୀୟ ପୂଜକ, ସେବାୟତ ଓ ବିଭିନ୍ନ ନିଯୋଗର କର୍ମକର୍ତ୍ତା ମାନେ ଏହାକୁ ସ୍ୱାଗତ କରି ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଲାଭ କରିବାକୁ ଆମର ବିଶେଷ ଅନୁରୋଧ,"ଆମେ ଓଡ଼ିଆ ଆମ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭାରି ବଢିଆ" ମହାପ୍ରଭୁ ଅଛନ୍ତି ବୋଲି ଆମେ ଅଛୁ ବୋଲି ସର୍ବଦା ଚିନ୍ତା କରି ଏହି କଥାକୁ ହୃଦୟରେ ରଖି ଶୃଙ୍ଖଳିତ ହୋଇ ଆଗେଇ ଚାଲିବାକୁ ବିଶେଷ ଅନୁରୋଧ ।