ପ୍ରକାଶପାଇଲା ଡ.ନମ୍ରିତା ଚହଲ୍ଙ୍କ ‘ୱିସ୍ପର୍ସ ଅଫ୍ ଦି ସୋଲ୍’ ପୁସ୍ତକ
ପ୍ରକାଶପାଇଲା ଡ.ନମ୍ରିତା ଚହଲ୍ଙ୍କ ‘ୱିସ୍ପର୍ସ ଅଫ୍ ଦି ସୋଲ୍’ ପୁସ୍ତକ
ପ୍ରକାଶପାଇଲା ଡ.ନମ୍ରିତା ଚହଲ୍ଙ୍କ ‘ୱିସ୍ପର୍ସ ଅଫ୍ ଦି ସୋଲ୍’ ପୁସ୍ତକ:Ommtv kalinga vikas
ଚନ୍ଦ୍ରଶେଖରପୁର, ୮/୧୦(କ ବି): ଆଜି ଏକ ତାରକା ହୋଟେଲରେ ଡ.ନମ୍ରିତା ଚହଲ୍ଙ୍କ ପ୍ରଥମ ପୁସ୍ତକ ‘ୱିସ୍ପର୍ସ ଅଫ୍ ଦି ସୋଲ୍’ର ଉନ୍ମୋଚିତ ହୋଇଯାଇଛି ।

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସକୁ ପ୍ରାଧାନ୍ୟ ଦେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାବପ୍ରବଣ ଏବଂ ମାନସିକ ସୁସ୍ଥତା ବିଷୟରେ ଏହି ଇଂରାଜୀ ପୁସ୍ତକରେ ଉଲ୍ଲେଖ କରିଛନ୍ତି ଲେଖିକା ଚହଲ୍ । ମେଟାଫିଜିକ୍ସ୍ରେ ଡକ୍ଟରେଟ୍ ହାସଲ କରିଥିବା ଲେଖିକା ନିଜ ପୁସ୍ତକ ମାଧ୍ୟମରେ ସୁସ୍ଥତା ପାଇଁ ଏକ ସରଳ ଏବଂ ଶକ୍ତିଶାଳୀ ମାଗଦର୍ଶିକାଭାବେ କାର୍ଯ୍ୟକରିଛନ୍ତି। ସେ ନିଜ ବ୍ୟକ୍ତିଗତ ଆବେକ ଓ ଅଭିଜ୍ଞତାକୁ ଗଳ୍ପ ମାଧ୍ୟମରେ ଫୁଟାଇଛନ୍ତି। ଭାବପ୍ରବଣତାରେ ସୁନ୍ତୁଳନ, ଆତ୍ମ ସଚେତନତା ଏବଂ ବ୍ୟକ୍ତିଗତ ବିକାଶ ଉପରେ ଥିବା ତାଙ୍କ ଲେଖାକୁ ଆଜି ସଭାକାର୍ଯ୍ୟରେ ଉପସ୍ଥିତ ଅତିଥିମାନେ ବେସ୍ ପ୍ରଶଂସା କରିଥିଲେ। ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଲେଖକ, ସାହିତ୍ୟିକ ଏବଂ ସାମାଜିକ କାର୍ଯ୍ୟକର୍ତ୍ତା ଡ.ଗୌରହରି ଦାସ ଯୋଗଦେଇ ଲେଖିକାଙ୍କ ଲେଖାକୁ ପ୍ରଶଂସାକରିବା ସହିତ ଜଣେ ଲେଖକ ତାର ଲେଖାକୁ ଲୁଚାଇ ରଖିପାରେନା ବୋଲି ସମ୍ବୋଧନ କରି କହିଥିଲେ ପୁସ୍ତକର ପ୍ରତ୍ୟେକ ବିଷୟବସ୍ତୁ ସମାଜକୁ ଗୋଟିଏ ଗୋଟିଏ ନୂଆ ଦିଗ ଦେଖାଉଛି। ତେଣୁ ସେ ଏହି ପୁସ୍ତକକୁ ଜୀବନର କଷ୍ଟକର ମୁହୂର୍ତ୍ତର ଭରସା ବନ୍ଧୁ ବୋଲି କହିଥିଲେ। ଲେଖିକା ରତ୍ନମାଳା ସ୍ୱାଇଁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ କହିଲେ ଏପରି ଦକ୍ଷତା ଲେଖା ଯାହା ଆମକୁ ଅସୁବିଧାର ସମୟକୁ ମୁକାବିଲା କରିବା ପାଇଁ ସକ୍ଷମ କରିଥାଏ। ଶିକ୍ଷୟିତ୍ରୀ, ଲେଖିକା ପଞ୍ଚମୀ ମାନୁ ଉକିଲ୍ ଏହି ପ୍ରକଳ୍ପର ମୁଖ୍ୟ ପରାମର୍ଶଦାତାରହି ମଞ୍ଚ ପରିଚାଳନା କରିବା ସହ ସମସ୍ତ ଲେଖାକୁ ତଦାକର କରିଥିଲେ। କାର୍ଯ୍ୟକ୍ରମ ଶେଷରେ ରାଜନେତା ଭୁପିନ୍ଦର ସିଂ ସମସ୍ତଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ପ୍ରତେକ ମଣିଷ ସହିତ କିଛି ଭଲ ଓ କିଛି ଖରାପ ସମୟ ବିତିଥାଏ। ଯାହାକୁ ପୁସ୍ତକମାଧ୍ୟମରେ ସାଇତି ରଖିବା ନିହାତି ଜରୁରି। ସେ ତା’ଙ୍କ ଜୀବନିକୁ ନେଇ ଆଗାମି ଦିନରେ ଏକ ପୁସ୍ତକ ଲେଖକ ଗୌରହରି ଦାସଙ୍କ ପରାର୍ମଶରେ ପ୍ରକାଶ କରିବାକୁ ଇଚ୍ଛାପ୍ରକାଶକରିଥିଲେ।
