ଶ୍ରୀ ଶିରିଡ଼ି ସାଇବାବାଙ୍କ ୧୦୭ ତମ ପୂଣ୍ୟତିଥି ଉପଲକ୍ଷେ ପାଲିଙ୍କି ଶୋଭାଯାତ୍ରା : OMMTV କଳିଙ୍ଗ ବିକାଶ

କେନ୍ଦ୍ରାପଡ଼ା ଖବର ( କ.ବି ) କଜଳା ସାଇ ମନ୍ଦିର ପରିସର ରୁ ( ଡ଼ନଙ୍କ ରିପୋର୍ଟ ) ପବିତ୍ର ବିଜୟା ଦଶମୀ ହେଉଛି ଶ୍ରୀ ଶିରିଡ଼ି ସାଇବାବାଙ୍କ ମହାସମାଧି ଦିବସ।ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ସହର ଉପକଣ୍ଠରେ ଅବସ୍ଥିତ କଜଳା ଶିରିଡ଼ି ସାଇବାବାଙ୍କ ମନ୍ଦିରରୁ ବାବାଙ୍କ ଶ୍ରୀ ବିଗ୍ରହ ସୁସଜ୍ଜିତ ଘୋଡ଼ା ଗାଡ଼ିରେ ବସି ସହର ପରିକ୍ରମା କରିଥିଲେ।ଏଥି ସହିତ ସାଇ ପରିବାରର ସମସ୍ତ ଭାଇଭଉଣୀ ତଥା ଅନ୍ୟାନ୍ୟ ଭକ୍ତମାନେ ଶିରିଡ଼ି ଗ୍ରାମର ବାସିନ୍ଦା ଭଳି ନିଜକୁ ସଜ୍ଜିତ କରି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସେହି ସମୟର ଦୃଶ୍ୟ ଏତେ ମନୋରମ ଓ ଜୀବନ୍ତ ଥିଲା ଯେ, ଲାଗୁଥିଲା ସତେ ଯେମିତି ସମେସ୍ତେ ବାବାଙ୍କ ଶରୀର ଧାରୀ ସମୟ ୧୯୦୦ - ୧୯୧୮ ମସିହା କୁ ଆସିଗଲେ।

ପାରମ୍ପରିକ ରୀତିନୀତି ଅନୁଯାଇ ବଢ଼ି ଭୋରୁ ପହଡ଼ ଖୋଲା ଯିବା ପରେ ସ୍ନାନ ମାର୍ଜନା ହୋଇ ବେଶ କରାଯିବା ପରେ କାକଡ ଆଳତି ହେବା ପରେ ସକାଳ ଧୂପ ବଢିଥିଲା।ନେତା ପରିବର୍ତ୍ତନ,୧୦୦୮ ମନ୍ତ୍ରରେ ହୋମଯଜ୍ଞ,୧୦୮ ବେଲପତ୍ରରେ ରୁଦ୍ରାଭିଷେକ ଅପରାହ୍ନ ୧ଟା ସମୟରେ ମଧ୍ୟ୍ୟାନ୍ନ ଧୂପ ସହ ଆଳତି ପରେ ପହଡ଼ କରାଯାଇ ବାବାଙ୍କୁ ବିଶ୍ରାମ ଦିଆଯାଇଥିଲା।ସମସ୍ତ ସାଇ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ଵେବସ୍ଥା କରାଯାଇଥିଲା। ଅପରାହ୍ନ ୪ ଟା ସମୟରେ ଶୋଭାଯାତ୍ରାଟି ମହାସମାରୋହରେ କଜଳା ଠାରୁ ବାହାରି ମହିପାଳ,କାକଟ, ପୁରୁଣା ବସଷ୍ଟାଣ୍ଡ,ସାନ୍ତସାହି ପୁନଶ୍ଚ ମୀରପାଟଣା ହୋଇ କଜଳାକୁ ପ୍ରତ୍ୟାବର୍ତ୍ତନ କରିଥିଲେ। କଜଳା ସାଇ ପରିବାରର ସମସ୍ତ ଭାଇ ଭଉଣୀ ଓ ଭକ୍ତ ଆୟୋଜନ କରିଥିବା ବେଳେ ମା' ସୁଧାଂଶୁବାଳା,ପ୍ରସନ୍ନ କୁମାର ସାମଲ,ସୁବ୍ରତ କୁମାର ରାଉତ,ଦୀପିକା ମିଶ୍ର ବିଦ୍ୟାଧର ବେହେରା,ପ୍ରିୟବ୍ରତ ଦାଶ,ଆଦି ନାରାୟଣ ସ୍ବାଇଁ,ରୁଦ୍ର ନାରାୟଣ ସ୍ବାଇଁ,ଉମେଶ ବେହେରା,ଜୟଶ୍ରୀ ପତି,ସଂଯୁକ୍ତା ସାମଲ, ଶୈଳବାଳା ରାଉତ,କୁମାର ଅଭିଳାଶ,ବିରଞ୍ଚି ନାରାୟଣ ବାରିକ,ମନୋରଂଞ୍ଜନ ନାୟକ,ଶ୍ରୀୟାସ୍ମିତା ରାଉତ, ସଂଘମିତ୍ରା ବିଶ୍ବାଳ,ତୁଷାରକାନ୍ତ ମହାନ୍ତି ପ୍ରମୁଖ ସଦସ୍ୟମାନେ ସହଯୋଗ କରିଥିଲେ।