ସହୋଦୟା ପରିବାର ପକ୍ଷରୁ ଏକାଡେମିକ୍ ଆଚିଭର୍ସ ଆୱାର୍ଡ

ସହୋଦୟା ପରିବାର ପକ୍ଷରୁ ଏକାଡେମିକ୍ ଆଚିଭର୍ସ ଆୱାର୍ଡ

ସହୋଦୟା ପରିବାର ପକ୍ଷରୁ ଏକାଡେମିକ୍ ଆଚିଭର୍ସ  ଆୱାର୍ଡ

ସହୋଦୟା ପରିବାର ପକ୍ଷରୁ ଏକାଡେମିକ୍ ଆଚିଭର୍ସ

ଆୱାର୍ଡ

ଏସକେଆଇଏସର ୪ ଛାତ୍ର ପୁରସ୍‌ୃତ

ଭୁବନେଶ୍ୱର,୧୨ା୭ ସିବିଏସଇ ସହୋଦୟା ପରିବାର ପକ୍ଷରୁ ସୈନିକ ସ୍କୁଲ ପରିସରରେ
ଏକାଡେମିକ୍ ଆଚିଭର୍ସ ଆୱାର୍ଡ ୨୦୨୬ ଅନୁଷ୍ଠିତ ହୋଇଯାଇଛି ।
ମୁଖ୍ୟ ଅତିଥି ଭାବେ ଲେଫ୍ଟନାଣ୍ଟ ଜେନେରାଲ ରାଜଗୋପାଳ ଚେଲାମଣି ଶ୍ରୀକାନ୍ତ
ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏଥିରେ ସମସ୍ତ ସିବିଏସଇ
ବିଦ୍ୟାଳୟର ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଚଳିତବର୍ଷ
ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ
ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କ୍ରମରେ ଭୁବନେଶ୍ୱର ମଳିପଡା ସ୍ଥିତ
ଶ୍ରୀକ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲର ଦଶମ ଶ୍ରେଣୀ ଟପ୍ପର ସାରସ୍ୱତ ଶ୍ରୀଚନ୍ଦନ,
ସୌମ୍ୟରଞ୍ଜନ ସାହୁ ଓ ଦ୍ୱାଦଶ ବିଜ୍ଞାନ ଟପ୍ପର ଉଜ୍ୱଳ ସିଂ ଏବଂ ବାଣିଜ୍ୟ ଟପ୍ପର
ପ୍ରିୟାଂଶୁ ପ୍ରଧାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟ ପାଇଁ ଏହି ସଫଳତା
ହାସଲ କରି ବିଦ୍ୟାଳୟକୁ ଗୌରବ ମଣ୍ଡିତ କରିଥିବାରୁ ବିଦ୍ୟାଳୟର ଚେୟାରମ୍ୟାନ
ପବିତ୍ର ରାଉତରାୟ ଓ ଅଧ୍ୟକ୍ଷା ନମ୍ରତା ସିଂ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । ଉପାଧ୍ୟକ୍ଷ
କବିନ୍ଦ୍ର ଦାଶ କୃତୀ ଚାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଧନ୍ୟବାଦ
ଅର୍ପଣ କରିଥିଲେ ।