କଳିଯୁଗରେ ଜୀବର ମୁକ୍ତି ପ୍ରାପ୍ତି ନିମନ୍ତେ ମହାମନ୍ତ୍ର
କଳିଯୁଗରେ ଜୀବର ମୁକ୍ତି ପ୍ରାପ୍ତି ନିମନ୍ତେ ମହାମନ୍ତ୍ର
ଭୁବନେଶ୍ୱର ମହାନଗର ଖବର : ( କଳିଙ୍ଗ ବିକାଶ ) ରିପୋର୍ଟ ଡ଼ନ ବାରିକ...କଳିଯୁଗରେ ଜୀବର ମୁକ୍ତି ପ୍ରାପ୍ତି ନିମନ୍ତେ ମହାମନ୍ତ୍ର ହରେ କୃଷ୍ଣ ହରେ ରାମ ଗାନ, ଶ୍ରାବଣ ଅମୃତ ରସ ମୁକ୍ତିର ପଥ।ଏହି କର୍ମରେ ପାହାଳ ଥାନା ଅଧିନସ୍ଥ ନଖରା ଗ୍ରାମର ମା ମଙ୍ଗଳାଙ୍କ ୧୬ତମ ବାର୍ଷିକ ଅଷ୍ଟପ୍ରହର ନାମଯଂଜ୍ଞ ସଂକୀର୍ତନ ଭକ୍ତିମୟ ପରିବେଶରେ ସମାପନ ହୋଇଛି।ପବିତ୍ର ମାଘମାସ ଭୌମ୍ୟ ଏକାଦଶୀ ତିଥିରେ ଅଷ୍ଟପ୍ରହର ନାମଯଂଜ୍ଞ ସଂକୀର୍ତନର ଜଳଧିବାସ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଦ୍ୱତୀୟ ଦିବସରେ ନାମସଂକୀର୍ଭନ ହେବା

ସହ ତୃତୀୟ ଦିବସରେ ନଗର କୀର୍ତ୍ତନ ହୋଇ ଅଷ୍ଟପ୍ରହର ନାମଯଂଜ୍ଞର ସମାପନ ହୋଇଥିଲା। ଉକ୍ତ ନାମ ସଂକୀର୍ତନକୁ ନିମନ୍ତ୍ରତି ହୋଇ ବହୁ ସଂକୀର୍ତ୍ତନ ମଣ୍ଡଳୀ ଆସି ହରି କୃଷ୍ଣ ନାମର ଆଧ୍ୟାତ୍ମିକ ବାଣୀକୁ ଗାନ କରିବା ସହ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ।ଏହାକୁ ଉପଭୋଗ କରିବା ନିମନ୍ତେ ବହୁ ଭଗବତ ପ୍ରେମୀଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଅଷ୍ଟପ୍ରହର ନାମଯଂଜ୍ଞର କର୍ତ୍ତା ରୂପେ ସୁବାସ ସାମଲ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଖୋକନ ବାବା,ହରିହର ସାମଲ,ଶୁକଦେବ ସାମଲ,ବିଜୟ ଜେନା,ରଂଜିତ ସାମଲ, ଅଭିମନ୍ୟୁ ଜେନା,ପ୍ରମୋଦ ସାମଲ, ପ୍ରଦୀପ ସାମଲ, ରଘୁ ସାମଲ, ଶିବ ବାବା ପ୍ରମୁଖ ସାହାଯ୍ୟ ସହଯୋଗ କରିଥଲେ।
