ଗାନ୍ଧୀ ସ୍ମୃତି ପୀଠରେ ପଲ୍ଲୀଶ୍ରୀ ମେଳାର ଶୁଭ ଉଦଘାଟନୀ ଉତ୍ସବ

ଗାନ୍ଧୀ ସ୍ମୃତି ପୀଠରେ ପଲ୍ଲୀଶ୍ରୀ ମେଳାର ଶୁଭ ଉଦଘାଟନୀ ଉତ୍ସବ

ଗାନ୍ଧୀ ସ୍ମୃତି ପୀଠରେ ପଲ୍ଲୀଶ୍ରୀ ମେଳାର ଶୁଭ ଉଦଘାଟନୀ ଉତ୍ସବ

ଗାନ୍ଧୀ ସ୍ମୃତି ପୀଠରେ ପଲ୍ଲୀଶ୍ରୀ ମେଳାର ଶୁଭ ଉଦଘାଟନୀ ଉତ୍ସବ

କଟକ ସଦର ଖବର : ( କଳିଙ୍ଗ ବିକାଶ )ରିପୋର୍ଟ ଡ଼ନ ବାରିକ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୮ତମ ମହାପ୍ରୟାଣ ଦିବସ ଅବସରରେ କଟକ ମହାନଗର ନିଗମର ତେଲେଙ୍ଗାପେଣ୍ଠ ଠାରେ ଥିବା ଗାନ୍ଧୀ ସ୍ମୃତି ପୀଠରେ ଗାନ୍ଧୀଙ୍କ ତିରୋଧାନ ଦିବସର ସ୍ମୃତି ଉଦ୍ଦେଶ୍ୟରେ ପଲ୍ଲିଶ୍ରୀ ମେଳାର ଶୁଭ ଉଦଘାଟନୀ ଉତ୍ସବରେ ଫଟୋଚିତ୍ର ପ୍ରଦର୍ଶନୀକୁ କଟକ ଜିଲ୍ଲାପାଳଙ୍କ କରକମଳରେ ଉଦ୍ଦଘାଟିତ ହୋଇଯାଇଛି।ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ଜାତୀୟ ପତାକା ଉତ୍ତଳନ ପରେ ଜାତୀୟ ସଙ୍ଗୀତ ଗାନ କରାଯିବା ସହ ସର୍ବଧର୍ମ ସଭାରେ ଯୋଗ ଦେଇ ରାମଧୂନ ଶୁଣିବା ସହ ସର୍ବଧର୍ମ ସମନୟ ପବିତ୍ର ଗ୍ରନ୍ଥ ଗୀତା, କୋରାନ, ବାଇବେଲ ଶୁଣିବା ସହ ନିଜର ଅଭିଭାଷଣ ରଖିଥିଲେ। ଫଟୋଚିତ୍ର ପଦର୍ଶନୀକୁ ଜିଲ୍ଲାପାଳ ଉଦ୍ଦଘାଟନ କରିବା ପରେ ଫଟୋଚିତ୍ର ପଦର୍ଶନୀ କୁ ବୁଲି ଦେଖିଥିଲେ।ଉକ୍ତ ଉତ୍ସବ ରେ କଟକ ମହାନଗର ନିଗମର କମିଶନର ସହ ଉପଜିଲ୍ଲାପାଳ, ସାଂସଦଙ୍କ ପ୍ରତିନିଧି,ଚେୟାରମ୍ୟାନ , କର୍ପୋରେଟର, ଗଣମାଧ୍ୟମର ପ୍ରତିନିଧି, ପୋଲିସ ପ୍ରଶାସନ ସହ ଅଞ୍ଚଳର ପ୍ରତିଭା ସମ୍ପର୍ଣ୍ଣ ଭଦ୍ର ବ୍ୟକ୍ତି, ଜନସାଧାରଣ ଉପସ୍ଥିତ ଥିଲେ।ଗାନ୍ଧୀ ସ୍ମୃତି ପରିଷଦ ସହ ଜିଲ୍ଲା ପ୍ରଶାସନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।