ଲାଞ୍ଜିଗଡ ବ୍ଲକ କଂଗ୍ରେସ ଦୁଇ ନଂ ଜୁନର କର୍ମୀଙ୍କୁ ଅଣଦେଖା କରାଯାଇଛି
ଲାଞ୍ଜିଗଡ ବ୍ଲକ କଂଗ୍ରେସ ଦୁଇ ନଂ ଜୁନର କର୍ମୀଙ୍କୁ ଅଣଦେଖା କରାଯାଇଛି
ଲାଞ୍ଜିଗଡ ବ୍ଲକ କଂଗ୍ରେସ ଦୁଇ ନଂ ଜୁନର କର୍ମୀଙ୍କୁ ଅଣଦେଖା କରାଯାଇଛି

କଳାହାଣ୍ଡି ଜିଲ୍ଲା, ୦୨/୦୨ (କଳିଙ୍ଗ ବିକାଶ) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ଲାଞ୍ଜିଗଡ ରିପୋର୍ଟ :- ଲାଞ୍ଜିଗଡ ସାପ୍ତାହିକ ହାଟ ପ୍ରାଙ୍ଗଣରେ ଗତକାଲି ରବିବାର ଦିନ ଜୋନ ୦୨ କଂଗ୍ରେସ କର୍ମୀଙ୍କ ଜରୁରୀ ବୈଠକ ହୋଇଥିଲା I ପୂର୍ବତନ ଲାଞ୍ଜିଗଡ ବ୍ଲକ କଂଗ୍ରେସ ସଭାପତି ବିଜୟ ନାଏକଙ୍କ ନେତୃତ୍ୱରେ ବୈଠକଟି ଅନୁଷ୍ଠିତ ହୋଇଥିଲା,ପୂର୍ବତନ ମନ୍ତ୍ରୀ ଗତ ୨୦୨୪ ନିର୍ବାଚନରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ବଳଭଦ୍ର ମାଝିଙ୍କ ମନୋଭାବ ପାଇଁ ଲାଞ୍ଜିଗଡ ବ୍ଲକ ଜୋନ ୦୨ କଂଗ୍ରେସ କର୍ମୀଙ୍କୁ ଅଣଦେଖା କରାଯାଇଥିଲ ଏ ନେଇ ଆଲୋଚନା ମଧ୍ୟ ହୋଇଥିଲା I ଏତଦ ବ୍ୟତୀତ ଲାଞ୍ଜିଗଡ ବ୍ଲକର ପୂର୍ବତନ କଂଗ୍ରେସ ସଭାପତି ବିଜୟ ନାଏକଙ୍କୁ କୌଣସି ସୂଚନା ନଦେଇ ଗତ ମାସ ୧୮/୦୧/୨୦୨୬ ତାରିଖ ଦିନ ଜିଲ୍ଲା କଂଗ୍ରେସ ସଭାପତି ଅନୁମତି କ୍ରମେ ଗୋବିନ୍ଦ ପ୍ରଧାନୀଙ୍କୁ ଲାଞ୍ଜିଗଡ ବ୍ଲକ କଂଗ୍ରେସ ସଭାପତି ଦାଇତ୍ୱ ପ୍ରଦାନ କରିବା ଦିଗରେ ଶ୍ରୀ ମାଝୀଙ୍କ ସମ୍ପୂର୍ଣ ହାତ ଅଛି I ଲାଞ୍ଜିଗଡ ବ୍ଲକ ଜୋନ ୦୨ର ତେର ଗୋଟି ପଞ୍ଚାୟତର କଂଗ୍ରେସ କର୍ମୀଙ୍କୁ କୌଣସି ବୈଠକରେ ସାମିଲ କରାଯାଉ ନାହିଁ I ଏହାକୁ ନେଇ କର୍ମୀ ମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ମିଳୁଛି, ଭବିଷ୍ୟତରେ ଲାଞ୍ଜିଗଡ ବ୍ଲକ କଂଗ୍ରେସ ବହୁ ଅସୁବିଧାର ପରିସ୍ଥିତି ସୃଷ୍ଟି ନିହାତି କରିବ ଏହାର ପ୍ରଭାବ ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିବ I ଗତକାଲି ଏହି ବୈଠକରେ ବ୍ଲକ ଜୋନ ୦୨ର ସଭାପତି ବୈବ ନାଏକ,ଏସି ସେଲ ସଭାପତି କୁମରମଣି ନାଏକ,କୃଷକ ସେଲ ସଭାପତି ରାମନାଥ ନାଏକ,ପୁର୍ଣ ନାଏକ,ଡକା ମାଝୀ,ବ୍ଲକ ମହିଳା କଂଗ୍ରେସ ସଭାନେତ୍ରୀ ଶାନ୍ତି ହରିଜନ, ବ୍ଲକ ସମ୍ପାଦକ ମାଧୁରୀ ଦୁର୍ଗା, ବିଜେପୁର ପଞ୍ଚାୟତ ଜଗତ ନାଏକ,ପାହାଡ଼ପଦର ପଞ୍ଚାୟତ ସଭାପତି ଶିବାଜୀ ମାଝୀ,ଲIଖବାହିଲି ପଞ୍ଚାୟତ ସଭାପତି ବଳଭଦ୍ର ସାହୁ,କାନକୁଟୁରୁ ପଞ୍ଚାୟତ ସଭାପତି ସନ୍ୟାସୀ କୈଶାଲ୍ୟଙ୍କ ସମେତ ବିଭନ୍ନ ପଞ୍ଚାୟତ ସଭାପତି ଉପସ୍ଥିତ ଥିଲେ ଓ ଶତାଧିକ କଂଗ୍ରେସ କର୍ମୀ ମଧ୍ୟ ଉପସ୍ଥିତ ଥିଲେ I
