ଜଗତ ଗୁରୁ ଶ୍ରୀଧର ସ୍ୱାମୀ ଙ୍କ ଅମୃତ ମହୋତ୍ସବ : OmmTv kaling vikas
ଜଗତ ଗୁରୁ ଶ୍ରୀଧର ସ୍ୱାମୀ ଙ୍କ ଅମୃତ ମହୋତ୍ସବ : OmmTv kaling vikas
ଜଗତ ଗୁରୁ ଶ୍ରୀଧର ସ୍ୱାମୀ ଙ୍କ ଅମୃତ ମହୋତ୍ସବ : OmmTv kaling vikas

ବେଣ୍ଟକାର, ୪୨ ମୌଜା,କଟକ ରୁ ପଦ୍ମଲୋଚନ ଙ୍କ ରିପୋର୍ଟ
ଯୋଗ ପୁରୁଷ ଜଗତ ଗୁରୁ ଶ୍ରୀଧର ସ୍ୱାମୀ ଙ୍କ ଅମୃତ ମହୋତ୍ସବ ବେଣ୍ଟ କାର ଠାରେ ଥିବା ଭଜଗୋବିନ୍ଦ ପୀଠ ରେ ତା ୩୧ରିଖ ରବିବାର ସଂନ୍ଧ୍ୟା ୫ ଘଟିକା ସମୟରେ ଅନୁଷ୍ଟିତ ହୋଇଥିଲା।
ଦିବ୍ୟ ଅତିଥି ରୂପେ ପୂଜ୍ୟ ଶ୍ରୀ ପାଦ କୃଷ୍ଣ ଗତି ଦାସ ମହାରାଜ, ତଃ ହରେକୃଷ୍ଣ ଶତପଥି, ପ୍ରସାଦ ରାଓ, ଅସିତ ମହାନ୍ତି ,ପ୍ରଦୁମ୍ନ ଶତପଥି ସମୀର କୁମାର ପଣ୍ଡା ଅତିଥି ରୂପେ ଯୋଗ ଦେଇଥିଲେ ସଭାପତି ରୂପେ ବିଜୟ ମହାକୁଡ଼ ସଭା କାର୍ଯ୍ୟ ପରି ଚାଳନା କରି ଥିଲେ। ଆଧ୍ୟ୍ୟାତ୍ମିକ ସେବକ ମନୋରଂଞ୍ଜନ ମହାନ୍ତି ଙ୍କ ଦ୍ୱାରା ଦିବ୍ୟ ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରାଯାଇଥିଲା।
ଅତିଥି ମାନଙ୍କୁ ସଭା ସ୍ଥଳ ଆମତ୍ରଣ କରା ଯାଇ ପୁଷ୍ପ ଗୁଚ୍ଛ, ଉତ୍ତରୀୟ ଦେଇ ସମ୍ମାନିତ କରାଯିବା ପରେ ପ୍ରଦୀପ ପ୍ରଜ୍ୱଳନ ସହିତ ବେଦପାଠ କରାଯାଇ ସଭା କାର୍ଯ୍ୟ ଚାଲିଥିଲା।ପ୍ରଥମ ଅର୍ଘ୍ୟରେ ଓଡ଼ିଶୀ ନୃତ୍ୟରେ ଗୁରୁ ବନ୍ଦନା ଭୋଟି ଦେଇଥିଲେ ସୁଶ୍ରୀ ଅର୍ପିତା ଭାରତୀ ସାମନ୍ତରାୟ ସମ୍ପାଦକୀୟ ବିବରଣୀ ପାଠ କରି ଥିଲେ ଦିବ୍ୟାତ୍ମା ହରେକୃଷ୍ଣ ପଣ୍ଡା ଅତିଥି ମାନେ ଜଗତ ଗୁରୁ ଶ୍ରୀ ଧର ସ୍ୱାମୀ କଥାମୃତ କୁ ଅଭିଭାଷଣ ରେ ସ୍ଥାନିତ କରିଥିଲେ।ଦିବ୍ୟ ସେବକ ପ୍ରଦୀପ୍ତ କୁମାର ମହାନ୍ତି ଅତିଥି ମାନଙ୍କୁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ମୟୁର ଗ୍ରାମ ବାଲେଶ୍ୱର ରୁ ଆସିଥିବା ସଂକୀର୍ତନ ମଣ୍ଡଳୀ ସଂକୀର୍ତନ ପରିବେଷଣ କରି ଥିଲେ। ଏହି ଉତ୍ସବ ରେ ପ୍ରଦୀପ୍ତ ମହାନ୍ତି, ପ୍ରହଲ୍ଲାଦ ଶତପଥି,ଗିରିଶ ପ୍ରସାଦ ଦାସ, ଦୀପ୍ତିକାନ୍ତ ମହାନ୍ତି,ସୁଲଉ ରାଉତ, ମନୋରଞ୍ଜନ ମହାନ୍ତି ଶରତ ଚନ୍ଦ୍ର ପ୍ରଧାନ ଙ୍କ ପ୍ରତକ୍ଷ୍ୟ ତତ୍ଵାବଧାନ କାର୍ଯ୍ୟ ଟି ସଂପାଦନା ହୋଇଥିଲା...
