ଲାଞ୍ଜିଗଡ ଠାରେ ଚେନIଇ ରାଧା କମ୍ପାନୀର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି:Ommtv Kalingavikas
ଲାଞ୍ଜିଗଡ ଠାରେ ଚେନIଇ ରାଧା କମ୍ପାନୀର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି:Ommtv Kalingavikas
ଲାଞ୍ଜିଗଡ ଠାରେ ଚେନIଇ ରାଧା କମ୍ପାନୀର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି:Ommtv Kalingavikas

କଳାହାଣ୍ଡି ଜିଲ୍ଲା,୨୦/୦୬ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଲାଞ୍ଜିଗଡ ବେଦାନ୍ତ କମ୍ପାନୀରେ ପାୱାର ପ୍ଲାଣ୍ଟ ମେଣ୍ଟେନ୍ସସ ଦେଖୁଥିବା କମ୍ପାନୀ ତଥା ଚେନIଇ ରାଧା କମ୍ପାନୀର ମାଲିକ ଏସ ଭେଙ୍କେଟସଙ୍କ ୮୦ ବର୍ଷ ଜନ୍ମଦିନ ପୂର୍ତ୍ତି ଅବସରରେ ଆଜି ସକାଳ ୧୧ ଘଣ୍ଟା ସମୟରେ ଲାଞ୍ଜିଗଡ ସ୍ଥିତ ସରକାରୀ ଡାକ୍ତରଖାନାରେ ପ୍ରତେକ ବର୍ଷ ଭଳି ଏ ବର୍ଷ ମଧ୍ୟ ସମସ୍ତ କର୍ମଚାରୀ ରହି ବାର୍ଥ ଡେ କେକେ କାଟିଥିଲେ ଓ ତତ ସଙ୍ଗେ ଏସ ଭେଙ୍କେଟେସଙ୍କ ଶୁଭ ମନାଶି ଥିଲେ, ତାପରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା I ଏହି କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ଥାନା ଆଇ ଆଇ ସି ଜିତେନ୍ଦ୍ର ବିଶ୍ୱାଳ,ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେସନିଆ, ଲାଞ୍ଜିଗଡ ରାଜା ରାଜେନ୍ଦ୍ର ପ୍ରତାପ ସିଂ ଦେଓ,ସନ୍ନମାନିତ ଅତିଥି ଲାଞ୍ଜିଗଡର ଶିକ୍ଷାବିତ କାମରାଜୂ ଦଳବେହେରା, ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡ଼ା ଭୋବାନିଶଙ୍କର ଲେଙ୍କା, ବେଦାନ୍ତ ପାୱାର ପ୍ଲାଣ୍ଟ ମୁଖ୍ୟ ପ୍ରବୋଦ କୁମାର ସିଂ,ସଞ୍ଜୟ ଜେନା, ଚେନIଇ ରାଧା କମ୍ପାନୀର ପ୍ରକଳ୍ପ ଅଧିକାରୀ ପ୍ରଫୁଲ ବେହେରା ପ୍ରମୁଖ ଯୋଗ ଦେଇଥିଲେ I ଚେନାଇ ରାଧା କମ୍ପାନୀର ଆବାସିକ ପରିଚାଳକ ଦିଲ୍ଲୀପ କୁମାର ସ୍ୱାଇଁଙ୍କ ପ୍ରତେକ ତତ୍ୱାବଧାନରେ ଆୟୋଜିତ ରକ୍ତଦାନ ଶିବିରକୁ ଭି.ଶିବ କୁମାର, ସନ୍ତୋଷ କୁମାର,ଅନୁଜ ସାମଲ, ରାକେଶ ଜେନା ପ୍ରମୁଖ ପରିଚାଳନା କରିଥିଲେ I ଏହି ଜନ୍ମଦିନ ଉତ୍ସଚ୍ଛବରେ ଓଡିଶା ରକ୍ତ ଭଣ୍ଡାରର ଭବାନୀପାଟଣା ରୁ ଆସିଥିବା ଟେକ୍ନିସୀଆନ ଅଜିତ କୁମାର ନାୟକ,ସଂଜୀବ ମାହାଙ୍କୁଡ଼,ଗିରିଶ ନାୟକ,ଡୋଳIମଣୀ ମାଝୀ ପ୍ରମୁଖ ରକ୍ତଦାତାଙ୍କ ଠାରୁ ୫୩ ୟୁନିଟ ରକ୍ତ ସଂଗ୍ରହ କରିଥିଲେ I
