ଏକତାଳୀଠାରେ ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ:Ommtv Kalingavikas
ଏକତାଳୀଠାରେ ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ:Ommtv Kalingavikas
ଏକତାଳୀଠାରେ ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ:Ommtv Kalingavikas

ଏକତାଳୀଠାରେ ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ
ଯଶିପୁର: ୧୯/୦୬ ଯଶିପୁର ବ୍ଲକ ଅନ୍ତର୍ଗତ ଏକତାଳୀ ଗ୍ରାମର ଖେଳପଡିଆଠାରେ ୧୭ ବର୍ଷରୁ କମ୍ ଏକଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ୟୋକ୍ତା ଇଂ ଲଳିତ କୁମାର ମହାନ୍ତଙ୍କ ର ଉଦ୍ୟମରେ ଆୟୋଜିତ ହୋଇଯାଇଛି। ସ୍ଥାନୀୟ ଚାରିଗୋଟି ନାରଗାସାହି,ମାନଗଡ,ନୂଆଗାଁ ଓ ଧୁଡୁକୁ ଟିମ୍ ଅଂଶଗ୍ରହଣ କରିଥିଲେ। ଉକ୍ତ ଟୁର୍ଣ୍ଣାମେଣ୍ଟର ଫାଇନାଲ ମୁକାବିଲାରେ ଧୁଡୁକୁ ଟିମ୍କୁ ୧-୦ ଗୋଲରେ ପରାସ୍ତ କରି ନୂଆଗାଁ ଟିମ୍ ବିଜୟ ଲାଭ କରିଛି।ବିଜେତା ଟିମ୍ ଓ ଉପବିଜେତା ଟିମ୍କୁ ପୁରସ୍କାର ବାବଦରେ ନଗଦ ରାଶି ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଉକ୍ତ ଆୟୋଜିତ ଟୁର୍ଣ୍ଣାମେଣ୍ଟର ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଗ୍ରାମର ବରିଷ୍ଠ ନାଗରିକ ବିରବଲ ମହାନ୍ତ, ହରିହର ମହାନ୍ତ, ଜହରଲାଲ ମହାନ୍ତ, କଲେଇତୁମ୍ବା ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ମହାନ୍ତ, ସମାଜସେବୀ ଉଦିତ କୁମାର ମହାନ୍ତ ପ୍ରମୁଖ ଯୋଗଦେଇ ନୂତନ ପିଢିର କ୍ରୀଡାବିତ୍ମାନଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ ଟୁର୍ଣ୍ଣାମେଣ୍ଟର ଶେଷରେ ଗ୍ରାମର ଦୁଇ ସିନିୟର ଟିମ୍ ଅରିମୁଚ୍ କମିଟି ଓ ରାମକୋ ଏସ୍ବି ଟିମ୍ ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍ ଖେଳାଯାଇଥିଲା। ଉକ୍ତ ଏକଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟକୁ ସ୍ଥାନୀୟ ଅଂଚଳର ବହୁ କ୍ରୀଡାପ୍ରେମୀମାନେ ଉପସ୍ଥିତ ଥିଲେ।
ମୟୂରଭଞ୍ଜରୁ ନିହାର ରଞ୍ଜନ ମହାନ୍ତଙ୍କ ରିପୋର୍ଟ ଓମ୍ଟିଭି/କଳିଙ୍ଗ ବିକାଶ ନ୍ୟୁଜ୍
