ଏକତାଳୀରେ ଆର୍ଏସ୍ଏସ୍ର ଶତାବ୍ଦୀ ଉଦଘାଟନ ଉତ୍ସବ :Ommtv kalinga vikas
ଏକତାଳୀରେ ଆର୍ଏସ୍ଏସ୍ର ଶତାବ୍ଦୀ ଉଦଘାଟନ ଉତ୍ସବ :Ommtv kalinga vikas
ଏକତାଳୀରେ ଆର୍ଏସ୍ଏସ୍ର ଶତାବ୍ଦୀ ଉଦଘାଟନ ଉତ୍ସବ :Ommtv kalinga vikas

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଯଶିପୁର ଖଣ୍ତ ଅନ୍ତର୍ଗତ ଟଙ୍ଗାବିଲ୍ଲା ମଣ୍ଡଳର ଶତାବ୍ଦୀ ଉଦଘାଟନ ଉତ୍ସବ ଏକତାଳୀଠାରେ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ଯୋଗଦେଇଥିବା ନିମନ୍ତ୍ରିତ ଅତିଥି ଅବସରପ୍ରାପ୍ତ ବନରକ୍ଷୀ ଜହରଲାଲ ମହାନ୍ତ, ବକ୍ତା ଖଣ୍ଡ ସଂଘଚାଳକ ମା. ପୂର୍ଣ୍ଣଚନ୍ଦ୍ର ମହାନ୍ତ ଏବଂ ଖଣ୍ଡ କାର୍ଯ୍ୟବାହ ପ୍ରିୟନାଥ ମହାନ୍ତ ପ୍ରମୁଖଙ୍କ ଦ୍ବାରା ଶସ୍ତ୍ର ପୂଜନ କରାଯାଇଥିଲା। ତତ୍ପରେ ସ୍ଥାନୀୟ ସ୍ବୟଂସେବକମାନଙ୍କ ବିଭିନ୍ନ ଶାରରିକ ପ୍ରଦର୍ଶନ କରାଯାଇଥିଲା।ଅତିଥି ପରିଚୟ ପରେ ପଙ୍କଜ କୁମାର ମହାନ୍ତ ଅମୃତବଚନ କହିଥିବା ବେଳେ ମଧୂସଦନ ମହାନ୍ତ ବ୍ୟକ୍ତିଗତ ଗାନ କରିଥିଲେ।କାର୍ଯ୍ୟକ୍ରମର ବକ୍ତା ଖଣ୍ଡ ସଂଘଚାଳକ ପୂର୍ଣ୍ଣଚନ୍ଦ୍ର ମହାନ୍ତ ସଂଘର ଶହେ ବର୍ଷର ଯାତ୍ରା ସମ୍ପର୍କରେ ଆଲୋକପାତ କରିଥିଲେ। ଏହପପ୍ରାର୍ଥନା ପରେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଜିଲ୍ଲା ସେବା ପ୍ରମୁଖ ଡଃ ରଂଜନ ଶିଖର, ମାର୍ଗ ପ୍ରମୁଖ କାର୍ତ୍ତିକ ମହାନ୍ତ, ବିଶ୍ବ ହିନ୍ଦୁ ପରିଷଦ ଜିଲ୍ଲା ଉପସଭାପତି ଅରବିନ୍ଦ ସାହୁ ପ୍ରମୁଖ ଯୋଗଦେଇଥିଲେ।କାର୍ଯ୍ୟକ୍ରମକୁ ଖଣ୍ତ ସହକାର୍ଯ୍ୟବାହ ସତ୍ୟନାରାୟଣ ମାଝୀ, ଖଣ୍ଡ ବୌଦ୍ଧିକ ପ୍ରମୁଖ ବ୍ରଜେଶ୍ବର ମହାନ୍ତ, ଖଣ୍ଡ ସମ୍ପର୍କ ପ୍ରମୁଖ ସୁରେଶ ମହାନ୍ତ,ଦୈତାରୀ ମହାନ୍ତ,ରେବନ୍ତ ମହାନ୍ତ,ପବିତ୍ର ମହାନ୍ତ,ସନ୍ତୋଷ ମହାନ୍ତ,ଭାସ୍କର ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ।
ମୟୁରଭଞ୍ଜ ଯଶିପୁର ରୁ ନିହାର ରଞ୍ଜନ ମହାନ୍ତ କଳିଙ୍ଗ ବିକାଶ

