ପରିକ୍ରମା ପକ୍ଷରୁ ବସନ୍ତ ଉତ୍ସବରେ କବିତା ଆସର
ପରିକ୍ରମା ପକ୍ଷରୁ ବସନ୍ତ ଉତ୍ସବରେ କବିତା ଆସର
ପରିକ୍ରମା ପକ୍ଷରୁ ବସନ୍ତ ଉତ୍ସବରେ କବିତା ଆସର
ରଙ୍ଗ, ଆନନ୍ଦ , ମିଳନ ଓ ଭାଇଚାରାର ଅନନ୍ୟ ପରମ୍ପରାରେ ପରିକ୍ରମା ପକ୍ଷରୁ ବସନ୍ତ ଉତ୍ସବ ରାଇରଙ୍ଗପୁର ଠାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସ୍ଥାନୀୟ କୁଚେଇବୁଢ଼ୀ ଦୁର୍ଗାମଣ୍ଡପ ଠାରେ କବିତା ଆସର " ଫଗୁଣର ଫଗୁ " ଅନୁଷ୍ଠିତ ହୋଇଯାଇଛି ।ମନୋଜ୍ଞ ମଞ୍ଜୁଳ ଏହି କବିତା ପାଠୋତ୍ସବରେ ମୁଖ୍ୟ ଅତିଥିଭାବେ ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ ତଥା ସ୍ତମ୍ଭକାର ଲଳିତ ମହାନ୍ତ ଯୋଗଦେଇ ଧରଣୀର ରଙ୍ଗଶାଳାର କାନନ କାନ୍ତାର , ବୃକ୍ଷଲତା, ସବୁଠାରେ ନୂତନ ପୁଷ୍ପ , ନୂତନ ପତ୍ର , ନବଜୀବନର ମାଧୁରୀ ଭରିଯାଏ। ନିସର୍ଗର ଏହି ରୂପମାୟା ମଧ୍ୟରେ କବି ହୁଏ ତନ୍ମୟ , ଆତ୍ମ ବିହ୍ୱଳ ବୋଲି ମତ ବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି କବି ଶଚିକାନ୍ତ କର ଓ କବୟିତ୍ରୀ ରାମେଶ୍ୱରୀ ପଟ୍ଟନାୟକ , ଲୀଳା ଚପଳା ଋତୁରାସ ବସନ୍ତର ଜୟଗାନ କରି ସ୍ବରଚିତ କବିତା ଆବୃତ୍ତି କରିଥିଲେ।

ପରିକ୍ରମାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ମନୋଜ ଦାସ " ରଙ୍ଗ - ରଙ୍ଗୋଲୀ " ବସନ୍ତ ଉତ୍ସବର ଏହି କବିତା ଯଜ୍ଞର ପୁରୋଧା ସାଜିଥିବା ବେଳେ ଡ଼ଃ ଦିଗାମ୍ବର ଗିରିଙ୍କ ସଂଯୋଜନା ଏଵଂ ରଂଜନ ନନ୍ଦଙ୍କ ସଂଚାଳନରେ କବି ଡକ୍ଟର ଭାଗବତ ଲେଙ୍କା , ପ୍ରାକ୍ତନ ବିଧାୟକ ସାଇବା ସୁଶିଲ କୁମାର ହାଁସଦା , ଅଧ୍ୟାପକ ମାନସ ପରିଡ଼ା , ନରସିଂହ ଗିରି , ଗୋପାଳ କୃଷ୍ଣ ମହାନ୍ତି , ଅଧ୍ୟାପକ ବିଜୟ ରାମ , ସୁଶାନ୍ତ କୁମାର ପରୀକ୍ଷା , କୌଶିକ କାଶ୍ୟପ ମହାନ୍ତି , ଅଧ୍ୟାପିକା ଡ଼ଃ ତନ୍ମୟୀ ରଥ , ତିମିରରଂଜନ ପଣ୍ଡା,ପୁଷ୍ପଲତା ମହାନ୍ତି , ମମତା ପାତ୍ର, ଖୁସବୁ ପାଲ ପାଇକରାୟ , ପ୍ରମିଳା ସ୍ୱାଇଁ , ଶ୍ୟାମଳେନ୍ଦୁ ପରିଡ଼ା , ଡ଼ଃ ଦିଗମ୍ବର ଗିରି , ଶଚିକାନ୍ତ କର , ରାମେଶ୍ବରୀ ପଟ୍ଟନାୟକ ଓ ଲଳିତ ମହାନ୍ତ ପ୍ରମୁଖ ବହୁ କବି ଓ କବୟିତ୍ରୀ ସ୍ବରଚିତ କବିତା ଆବୃତ୍ତି କରିଥିଲେ । ଓଡ଼ିଶାର ଖ୍ୟାତନାମା କୁଇଜ୍ ମାଷ୍ଟର ଚନ୍ଦ୍ର ବିଜୟୀ ମିଶ୍ର (ନୟାଗଡ଼) ଧନ୍ୟବାଦ ଅର୍ପଣ ପରେ ସେ କୁଇଜ୍ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।
ମୟୁରଭଞ୍ଜ ଯଶିପୁର ରୁ ନିହାର ରଞ୍ଜନ ମହାନ୍ତ କଳିଙ୍ଗ ବିକାଶ
