୨୪ ତମ ଫୁଟବଲ ଟୁର୍ନାମେଣ୍ଟ ●
ଚମ୍ପିୟାନ - ମାକୋ ବାଳେଗଡା ଝାଡ଼ଖଣ୍ଡ
ରାନାର୍ସ ଅଫ୍- ବୁରୁଡିହି ଦଳ
---------------------
ରାଇରଙ୍ଗପୁର(କୋଳିଙ୍ଗ ବିକାଶ ): 21/7/ ମୟୂରଭଞ୍ଜ ଜିଲ୍ଲାର ବହଳଦା ବ୍ଲକ ଅନ୍ତର୍ଗତ ଗମ୍ଭାରିଆ ଗ୍ରାମପଞ୍ଚାୟତ ର ବ୍ରାହ୍ମଣବୋଷ ଗାଁ ର ବିଦୁ-ଚାନ୍ଦାନ ସ୍ପୋର୍ଟଂ କ୍ଲବ୍ ଆନୁକୂଲ୍ୟରେ ସାଙ୍ଖ ମାଝୀ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଦ୍ୱାରା ଚଳିତବର୍ଷ ୨୪ ତମ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ଫୁଟବଲ ଟୁର୍ନାମେଣ୍ଟ ଦୀର୍ଘ ୪ଦିନ ଧରି ହୋଇଥାଏ ଚଳିତବର୍ଷ ମୋଟ ୬୪ ଟି ଫୁଟବଲ ଦଳ ଅଂଶଗ୍ରହଣ କରିଥିଲେ। ଏହି ଫୁଟବଲ ଟୁର୍ନାମେଣ୍ଟ ରେ ଚମ୍ପିୟାନ ଦଳ ସୁଦୁର ଝାଡ଼ଖଣ୍ଡ ର ମାକୋ ବାଳେଗଡା ଫୁଟବଲ ଦଳ (୨-୦) ଗୋଲରେ ବିଜୟ ହୋଇଥିଲେ। ଦ୍ବିତୀୟ ସ୍ଥାନ ତଥା ରାନାର୍ସ ଅଫ୍ ଭାବେ ବୁରୁଡିହି ଫୁଟବଲ ଦଳ ଭାବେ ବିବେଚିତ ହୋଇଥିଲେ। ଠିକ୍ ସେହିପରି ତୃତୀୟ ସ୍ଥାନ ରେ ତୁଫାଘୁଟୁ ଫୁଟବଲ ଦଳ ୪ର୍ଥ ସ୍ଥାନରେ ଆର୍ କେ ଜାମବଣୀ ଫୁଟବଲ ଦଳ ବିଜେତା ହୋଇଥିଲେ। ତେବେ ଏହି ଫୁଟବଲ ଟୁର୍ନାମେଣ୍ଟ କୁ ପରିଚାଳନା ରେ ଧନୁର୍ଦ୍ଧର ହାଁସଦାଃ, ବାବଲି ହେମ୍ବ୍ରମ, ରାକେଶ ପାତ୍ର, ପୂର୍ବତନ ବିଧାୟକ ସାଇବା ସୁଶିଲ ହାଁସଦା , ବାବୁଲା ପାତ୍ର ପ୍ରମୁଖ ପରିଚାଳନା କରିଥିଲେ। ଏବଂ ରେଫରି ଭାବେ ସଞ୍ଜିବ ବେଶ୍ରା, ବାପି ହାଁସଦାଃ, ବୁଦ୍ଧଦେବ ମୁର୍ମୁ ଓ ମୋନଜ ସିଂ ପ୍ରମୁଖ ରହିଥିବା ବେଳେ , ଭାଷ୍ଯକାର ଭାବେ ୪ଦିନଧରି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ ଶିକ୍ଷକ ଦୁର୍ଗାଚରଣ ମହାନ୍ତ , ପୁରସ୍କାର ବିତରଣ ରେ ଅତିଥିଭାବେ ପୂର୍ବତନ ବିଧାୟକ ସାଇବା ସୁଶିଲ ହାଁସଦାଃ, ବିଜେଡି ରାଜ୍ଯ ସାଙ୍ଗଠନିକ ସମ୍ପାଦକ କାଶିନାଥ ହେମ୍ବ୍ରମ , ଜିଲ୍ଲା ପରିଷଦ ସୂର୍ଯ୍ଯମଣୀ ହାଁସଦାଃ, ସରପଞ୍ଚ ବୈଧେଇ ହାଁସଦାଃ, ସମାଜସେବୀ ହରେକୃଷ୍ଣ ମଣ୍ଡଳ ପ୍ରମୁଖ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ ।ରାଇରଙ୍ଗପୁରରୁ ଜ୍ୟୋତିରଞ୍ଜନଙ୍କ ରିପୋର୍ଟ କୋଳିଙ୍ଗ ବିକାଶ।
