ବର୍ଷାରେ ଧାନ ଓ ପନିପରିବା ଫସଲ ନଷ୍ଟ

ବର୍ଷାରେ ଧାନ ଓ ପନିପରିବା ଫସଲ ନଷ୍ଟ

ବର୍ଷାରେ ଧାନ ଓ ପନିପରିବା ଫସଲ ନଷ୍ଟ

ବର୍ଷାରେ ଧାନ ଓ ପନିପରିବା ଫସଲ ନଷ୍ଟ

 

ବାଲିଅନ୍ତା/ବାଲିଅନ୍ତା ବଜାର: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ବାଲିଅନ୍ତା ବ୍ଲକ୍‌ ଅଞ୍ଚଳରେ ଗତକାଲିଠାରୁ ଲଗାଣ ବର୍ଷାରେ ଧାନ ଓ ପନିପରିବା ଫସଲ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି।  ଖରିଫ ଧାନ ଗର୍ଭଧାରଣ ସମୟରେ ବର୍ଷା ହେବା ଯୋଗୁ ଫସଲହାନି ଆଶଙ୍କା ସୃଷ୍ଟି ହୋଇଛି। ବହୁ ସ୍ଥାନରେ ଧାନଗଛ ଭାଙ୍ଗି କିଆରୀରେ ଶୋଇଯାଇଛି। ସଅଳ ଅମଳ ଧାନବିଲରେ ପାଣି ଥିବା ହେତୁ ଧାନକେଣ୍ଡା ବୁଡ଼ି ରହିଛି। ଧାନ ବିଲରେ ପାଣି ପଶିବା ଫଳରେ କେଣ୍ଡା ଶଢ଼ିଯିବା ଆଶଙ୍କା ସୃଷ୍ଟି ହୋଇଛି।କେଣ୍ଡାରେ ପାଣି ପଶିଲେ ଧାନ ଉତ୍ପାଦନ କମିବା ଓ ଚାଉଳ ନଷ୍ଟ ହେବାର ଆଶଂକା ରହିଛି ବୋଲି ଚାଷୀଙ୍କ ମୁହଁରୁ ଶୁଣିବାକୁ ପଡ଼ିଛି। ବର୍ଷା ପବନ ପ୍ରଭାବରେ ଚାଷ ହୋଇଥିବା ପନିପରିବା ଫସଲରୁ ଅଧିକାଂଶ ଉଜୁଡ଼ିବା ଭୟ ଚାଷୀଙ୍କୁ ଘାରିଛି। ବ୍ଲକ୍‌ ଅଞ୍ଚଳର ବାଲିଅନ୍ତା, ଜଗନ୍ନାଥପୁର, ବେଣୁପୁର, ବଇଁଚୁଆ, ଭିଙ୍ଗାରପୁର, ସତ୍ୟଭାମାପୁର, ବେଣ୍ଟପୁର, ପ୍ରତାପରୁଦ୍ରପୁର, କାକରୁଦ୍ରପୁର ଓ ଜୟଦେବ ଆଦି ପଞ୍ଚାୟତରେ ବ୍ୟାପକ ରୂପେ ଧାନ ଓ ପନିପରିବା ଫସଲପ୍ରଭାବିତ ହୋଇଛି। ଏ ନେଇ ବ୍ଲକ୍‌ କୃଷି ଅଧିକାରୀ ସ୍ଥିତପ୍ରଜ୍ଞା ଖମାରୀ କହିଛନ୍ତି ବର୍ଷା ପରେ  କ୍ଷୟକ୍ଷତିର ଆକଳନ  କରାଯିବ।