ରାଜା ଚକ୍ରଙ୍କ ବଢ଼ିଲା ଅଡ଼ୁଆ, ନୁନଝରଣ କ୍ରସର ଜବରଦଖଲ ମାମଲାରେ ଅର୍ଥନୈତିକ ଅପରାଧ ଶାଖାର ଚଢ଼ାଉ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବିଜେଡିର ପୂର୍ବତନ ସଭାପତି ତଥା ଖଣିଜ ବେପାରୀ ରାଜା ଚକ୍ରଙ୍କ ଅଡ଼ୁଆ ପୁଣି ବଢ଼ିଛି। ବେଆଇନ ଅର୍ଥ କାରବାର ମାମଲାରେ କେନ୍ଦ୍ର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅଡ଼ୁଆ ଗଣ୍ଠି ନଫିଟୁଣୁ ବର୍ତ୍ତମାନ ରାଜ୍ୟ ଅପରାଧ ଶାଖା (ଅର୍ଥନୈତିକ) ଇଓଡବ୍ଲର ସ୍କାନରରେ ଆସିଛନ୍ତି। ଏକ କ୍ରସରକୁ ବଳପୂର୍ବକ ଅକ୍ତିଆର କରିବା ମାମଲାରେ ଇଓଡବ୍ଲୁର ଏକ ଟିମ୍‌ ଚଢ଼ାଉ କରିଛି। ଆଜି କେନ୍ଦୁଝର ରେ ରାଜା ଚକ୍ର ଓ ତାଙ୍କର ସହଯୋଗୀ ସଦାଶିବ ସାମଲ ଙ୍କ ଘରେ ଇଓଡବ୍ଲୁର ଦୁଇଟି ଟିମ ଚଢ଼ାଉ କରିଛି । ଚଢ଼ାଉନେଇ ଇଓଡବ୍ଲୁ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ‌ତେବେ ନିକଟତମ ସୂତ୍ରରୁ ଜଣାଯାଇଛି, ନୁନଝରଣରେ ଏକ କ୍ରସର ମାଲିକାଣୀଙ୍କୁ ୧କୋଟି ୨୦ଲକ୍ଷ ଟଙ୍କାରେ କିଣିବାକୁ ରାଜା ଚକ୍ର, ସଦାଶିବ ସାମଲ ଓ ଜ୍ୟୋତିରଞ୍ଜନ ମିଶ୍ର ଚୁକ୍ତି କରିଥିଲେ। କିନ୍ତୁ ମାଲିକାଣୀଙ୍କୁ ଏହି ଟଙ୍କା ନଦେଇ ବଳପୂର୍ବକ କ୍ରସର ଉପରେ ନିଜର ଅଧିକାର ଜାହିର କରିଥିଲେ।ସମ୍ପୃକ୍ତ କ୍ରସର ମାଲିକଙ୍କ ଲିଖିତ ଅଭିଯୋଗ ପରେ ଇଓଡବ୍ଲୁ ବିଏନ୍‌ଏସ୍‌ର ଧାରା ୧୧୧(୨)(ବି) ଧାରାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।  ଏହି ମାମଲାରେ ଗତ ୧୦ ତାରିଖ ଦିନ କେନ୍ଦୁଝର ସଦର ଥାନା ଅନ୍ତର୍ଗତ ନୁନଝରଣ ଗାଁରେ ପହଞ୍ଚି ସରଜମିନ ଅନୁସନ୍ଧାନ କରାଯାଇଥିଲା। ଏହି ଅନୁସନ୍ଧାନରେ,  ସଦର ଥାନା ପୁଲିସ ଟିମ୍ ଏବଂ ସଦର ତହସିଲଦାରଙ୍କ ସହ ଇଓଡବ୍ଲୁର ଟିମ୍ ଯୋଗ ଦେଇଥିଲେ।  ଏହା ସହ ସମ୍ପୃକ୍ତ ସ୍ଥାନର ମାପଚୁପ ମଧ୍ୟ କରାଯାଇଥିଲା
ସୂଚନାଯୋଗ୍ୟ, ପୂର୍ବରୁ ଶୁଆକାଟି ସ୍ଥିତ ଗନ୍ଧମାର୍ଦନ ଲୋଡିଂ ଏଜେନ୍ସିରେ ଅର୍ଥ କାରବାର ସମ୍ପର୍କିତ ମାମଲାରେ ୨୦୨୫ ମାର୍ଚ୍ଚ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଜା ଚକ୍ରଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ରାଜାବାଲେଶ୍ୱର ଜେଲରେ ଥିବା ଜଣାପଡ଼ିଛି।