ମଧୁରବାଣୀ…………. ଓକିଲ, ସାମ୍ବାଦିକ, ଡ଼ାକ୍ତର ଓ ପୁଲିସ୍ ଚିହ୍ନର ଅପବ୍ୟବହାର

ମଧୁରବାଣୀ…………. ଓକିଲ, ସାମ୍ବାଦିକ, ଡ଼ାକ୍ତର ଓ ପୁଲିସ୍ ଚିହ୍ନର ଅପବ୍ୟବହାର

ମଧୁରବାଣୀ………….  ଓକିଲ, ସାମ୍ବାଦିକ, ଡ଼ାକ୍ତର ଓ ପୁଲିସ୍ ଚିହ୍ନର ଅପବ୍ୟବହାର

ମଧୁରବାଣୀ………….

ଓକିଲ, ସାମ୍ବାଦିକ, ଡ଼ାକ୍ତର ଓ ପୁଲିସ୍ ଚିହ୍ନର ଅପବ୍ୟବହାର

ଭୁବନେଶ୍ବର / କଳିଙ୍ଗ ବିକାଶ: ଆଇନଗତ ଭାବେ କୌଣସି ଗାଡ଼ିରେ ଆପଣ କିଛି ବି ଲେଖିପାରିବେ ନାହିଁ। ହେଲେ ନିଜର ବ୍ୟକ୍ତିଗତ ପରିଚୟପାଇଁ ପ୍ରତିଭାବାନ ବୃତିଗତ ବ୍ୟକ୍ତିମାନେ ନିଜ ଗାଡ଼ଇରେ ବ୍ୟକ୍ତିଗତ ବୃତିନେଇ ଚିହ୍ନର ବ୍ୟବହାର କରିବାପରେ ବର୍ତମାନ ଏହା ଏକ ବ୍ୟାଧିରେ ପରିଣତ ହୋଇଛି। ଓକିଲାତି ପାଠ ନପଢ଼ି ନିଜ ଗାଇରେ ଓକିଲ ଚିହ୍ନ ମାରି ଶହ ଶହ ଲୋକ ବୁଲୁଛନ୍ତ। ସାମ୍ବାଦିକତା ଶିକ୍ଷାଗତ ଯୋଗ୍ୟତା ନଥାଇ ଅନେକ ଲୋକ ନିଜକୁ ନିଜେ ସାମ୍ବାଦିକ ବୋଲି କହିହୋଇ ଗାଡ଼ିରେ ପ୍ରେସ୍ ଲେଖୁଛନ୍ତି। ଡ଼ାକ୍ତରି ପାଠ ନପଢ଼ି କୌଣସି ଡ଼ାକ୍ତରଙ୍କ ପାଖରେ ବୋଲହାକରୁଥିବା ‌ବ୍ୟକ୍ତି ଗାଡ଼ିରେ ଡ଼ାକ୍ତର ଚିହ୍ନ ଲଗାଇ ବୁଲୁଛନ୍ତି। ଶେଷରେ ଆଇନଗତ କୌଣସି ପୁଲିସ୍ ଚାକିରି ନକରି ଖୁଲମଖୁଲା ଭାବେ ଆଇନଆଖିରେ ଧୂଳିଦେଇ ଗାଡ଼ିରେ ପୁଲିସ୍ ଚିହ୍ନଁ ଲଗାଇ ନିଜକୁ ପୁଲିସ୍ ପରିଚୟଦେଇ ନକଲି କାରମାନର ଅଂଶ ପାଲଟୁଛନ୍ତି। ଏମାନଙ୍କୁ ଧରିବା ମଧ୍ୟ ବେଶ୍ କଷ୍ଟକର ବ୍ୟାପାର ହୋଇପଡ଼ିଛି। ପୁଲିସବା କେତେ ଲୋକଙ୍କ ପରିଚୟ ଖୋଜିବୁଲିବ। ସାଧାରଣ ଲୋକ ଏସବୁ ଘଟଣାର କୌଣସି ‌ଖୋଳତାଡ଼ କରୁନଥିବାରୁ ଏହି ସବୁ କାର୍ଯ୍ୟରେ ନକଲିଭାବେ ଲିପ୍ତ ଥିବା ଦଲାଲ ବ୍ୟକ୍ତିମାନେ ନିଜର ମନମାନି କରି ଅସତ ଉପାୟରେ ଅର୍ଥ ଆଦାୟକରି ଚଳୁଛନ୍ତି। ଆଉଯେଉଁମାନେ ଏମାନଙ୍କ ଶିକାର ହେଉଛନ୍ତି ସେମାନେ ମଧ୍ୟ ଡ଼ର ଭୟରେ କୌଣସି ଅଭିଯୋଗ କରୁନଥିବାରୁ ଏମାନଙ୍କ ଉତ୍ପାତ ଦିନକୁ ଦିନ ବଢ଼ିବାରେ ଲାଗିଛି। କୋର୍ଟରେ ଅନେକ ନକଲି ଓକିଲ ବୁଲୁଛନ୍ତି ଯେଉଁମାନେ ଧରାପଡ଼ିଲେ ସେଠାରୁ ସ୍ଥାନଛାଡ଼ି ଅନ୍ୟ କୋର୍ଟରେ ଆଡ଼ା ଜମାଉଛନ୍ତି। ସାମ୍ବାଦିକମାନଙ୍କ ସହିତ ବସାଉଠାକରି ଅନେକ ଦଲାଲ ଅଶିକ୍ଷିତ ନକଲି ସମ୍ବାଦିକ ଅର୍ଥନେଇ ତେଲିଆ ନେତାଙ୍କ ପ୍ରମୋସନ୍ କରୁଛନ୍ତି। ଧରାପଡ଼ିଲେ ବଡ଼ ସାମ୍ବାଦିକ ଓ କୁଜି ନେତାଙ୍କୁ ଜାଣନ୍ତି ବୋଲି ପରିଚୟଦେଇ ଖସିଯାଉଛନ୍ତି। ଏମାନଙ୍କୁ ଥାନାରେ ପୁରାଇଲେ ସାବାଡ଼ ହେବାଟା ନିଶ୍ଚିୟ ହୋଇଯିବ। ମାତ୍ର ଆମେ ଏନେଇ ଗୁହାରି କରୁଥିବା ପୁଲିସ୍ ବି ଅନେକ ନକଲି ସାମ୍ବାଦିକଙ୍କୁ ଅସଲିଭାବେ କୋଳାକୋଳି ହେଉଛନ୍ତି। ପୁଲିସ୍ ବା କହିଲେ କଣ ହେବ। ଖୋଦ ପୁଲିସ୍ ଏ ହରଡ଼ ଘଣାରେ ଫସିଛି। ଏକାଧିକ ହୋମଗାର୍ଡ଼ ଲୋକଙ୍କ ଆଗରେ ନିଜକୁ ପୁଲିସ୍ ବୋଲି କହିହେଉଛନ୍ତି। ଯେଉଁମାନେ ଜାଣିପାରୁ ନାହାଁନ୍ତି ମାଟିଆ ପୋଷାକ ପିନ୍ଧିଦେଲେ କେହି ପୁଲିସ୍ ହୋଇଯାଏ ନାହିଁ। ହୋମଗାଡ଼ି ଓ ପୁଲିସ୍ ଦୁଇଟି ପୃ୍ଥକ ଚାକିରି ଓ ପଦ। ଏକଥା କହିବାର କାରଣ ଏଥିପାଇଁ । କାରଣ ଅନେକ ବ୍ୟକ୍ତି ଥାନା ବାହାରେ ନିଜକୁ ଥାନାର କର୍ମଚାରୀ ଓ ପୁଲିସ୍ ବୋଲି ପରିଚୟ ଦେଇ ‌ଦଲାଲି କରୁଥିବା ଦେଖିବାକୁ ମିଳିଛି। ଗାଡ଼ିରେ ସେମାନ‌େ ପୁଲିସ୍ ଚିହ୍ନ ବ୍ୟବହାର କରୁଛନ୍ତ। ଯେଉଁମାନଙ୍କର ଭଲ ସମ୍ପର୍କ ପିସିଆର ହୋମଗାର୍ଡ଼ମାନଙ୍କ ସହିତ ଭଲ। ଶେଷରେ ଆପଣ ଦେଖିଥିଲେ ଅନେକ ସମୟରେ ନକଲି ଡ଼ାକ୍ତର ଗିରଫ ହୋଇଥାନ୍ତି। ଯେଉଁମାନଙ୍କ ଖଟି ପାଲଟିଥାଏ ସରକାରୀ ହସ୍ପିଟାଲ। ଗରିବ ଗୁରୁବା ରୋଗୀ ପରିବାରଙ୍କୁ ଫସାଇ ଏମାନେ ଅର୍ଥ ହଡ଼ପ କରନ୍ତି। ଗାଡ଼ିରେ ଡ଼ାକ୍ତରଙ୍କ ଲୋଗ ଲଗାଇ ହସ୍ପିଟାଲ ନିକଟରେ ବୁଲାବୁଲି କରନ୍ତି। ଏଭଳି ହେବାପାଇଁ କେବଳ ଏକାଧିକ ଡ଼ାକ୍ତରଙ୍କ ନାମ ଓ ପେଶା ବିଷୟରେ ଜାଣିବା ନିହାତି ଆବଶ୍ୟକ। ‌ତେଣୁ ସାଧାରଣ ଜନତାଙ୍କ ନିକଟରେ ନିବେଦନ ରହିବ। ସାମ୍ବାଦିକ, ଡ଼ାକ୍ତର, ଓକିଲ ଓ ପୁଲିସ୍ ବୋଲି ଚି‌ହ୍ନ ଲଗାଇ ଗାଡ଼ିରେ ବୁଲୁଥିବା ବ୍ୟକ୍ତି ତେତେ ଦୁର ସତ୍ୟାସତର ହକଦାର ପ୍ରଥେମେ ତାହା ଜାଣିରଖନ୍ତୁ। ପଢ଼ନ୍ତୁ ମଧୁରବାଣୀ ଦେହକୁ ନନେବ ଟାଣି।