ସୁନ୍ଦର ପୋଷ୍ଟ ଟି ସମସ୍ତେ ପଢନ୍ତୁ : ମଧୁର ବାଣୀ : ମୋଟିଭେଟର : ବିଦ୍ୟାଧର ବାରିକ

ଉତ୍ତର : କେହି ନୁହଁନ୍ତି ଉପରୋକ୍ତ ସମ୍ପର୍କ ମଧ୍ୟରୁ !! ତାହାଲେ କିଏ ? ଏହା ଏକ ଆତ୍ମିକ ପ୍ରଶ୍ନବାଚୀ ?  ପଣ୍ଡିତ ଶ୍ରୀ ଶ୍ରୀ ରବିଶଙ୍କର ମହାନୁଭବଙ୍କ ମତରେ,  ଆମ ଦେହ ଆମର ପରମ ବନ୍ଧୁ ! ଯିଏ ଜନ୍ମରୁ ମୃତ୍ୟୁ ଯାଏ ଆମ ସହିତ ଚାଲିଥାଏ । ପରମ ମିତ୍ର ସଦୃଶ  ଆମ ପାଖେ ପାଖେ ଥାଏ । ଯଦି ଥରେ ତୁମ ଶରୀର ଜବାବ ଦେବା ବନ୍ଦ କରିଦିଏ,ଉପରୋକ୍ତ ସମ୍ପର୍କୀୟ କେହି ସାହାଯ୍ୟ କରନ୍ତିନି --- ସିଏ ମାତା, ପିତା, ପତ୍ନୀ,

ସୁନ୍ଦର ପୋଷ୍ଟ ଟି ସମସ୍ତେ ପଢନ୍ତୁ : ମଧୁର ବାଣୀ : ମୋଟିଭେଟର : ବିଦ୍ୟାଧର ବାରିକ

ସୁନ୍ଦର ପୋଷ୍ଟ ଟି ସମସ୍ତେ ପଢନ୍ତୁ : ମଧୁର ବାଣୀ : ମୋଟିଭେଟର : ବିଦ୍ୟାଧର ବାରିକ

ମନ ରେ ପ୍ରଶ୍ନ ଉଠେ, ପ୍ରକୃତ ଜୀବନ ସାଥି କିଏ ?
           ବୋଉ...?
           ବାପା.....?
           ପତ୍ନୀ.,...?
           ପୁତ୍ର.......?
           ପୁତ୍ରୀ......?
           ଭାଇ.......?
           ଭଗ୍ନୀ.......?
           ବନ୍ଧୁ.......?
           ସମ୍ପର୍କୀୟ....?
           ଉତ୍ତର : କେହି ନୁହଁନ୍ତି ଉପରୋକ୍ତ ସମ୍ପର୍କ ମଧ୍ୟରୁ !! ତାହାଲେ କିଏ ? ଏହା ଏକ ଆତ୍ମିକ ପ୍ରଶ୍ନବାଚୀ ?  ପଣ୍ଡିତ ଶ୍ରୀ ଶ୍ରୀ ରବିଶଙ୍କର ମହାନୁଭବଙ୍କ ମତରେ,  ଆମ ଦେହ ଆମର ପରମ ବନ୍ଧୁ ! ଯିଏ ଜନ୍ମରୁ ମୃତ୍ୟୁ ଯାଏ ଆମ ସହିତ ଚାଲିଥାଏ । ପରମ ମିତ୍ର ସଦୃଶ  ଆମ ପାଖେ ପାଖେ ଥାଏ । ଯଦି ଥରେ ତୁମ ଶରୀର ଜବାବ ଦେବା ବନ୍ଦ କରିଦିଏ,ଉପରୋକ୍ତ ସମ୍ପର୍କୀୟ କେହି ସାହାଯ୍ୟ କରନ୍ତିନି --- ସିଏ ମାତା, ପିତା, ପତ୍ନୀ, ପୁତ୍ର, ପୁତ୍ରୀ, ବନ୍ଧୁ, ଭ୍ରାତା, ଭଗ୍ନୀ, ସମ୍ପର୍କୀୟ ହୋଇଥିଲେ ବି !! ଏଣୁ ଜୀବନସାଥି ରୂପକ ନିଜ ତନୁର ଧ୍ୟାନ ରଖିବା ନିହାତି ଜରୁରୀ । ଉତ୍ତମ ସାତ୍ତ୍ଵିକ ଆହାର, ଯଥେଷ୍ଟ ଆରାମ, ଯୋଗ, ଧ୍ୟାନ, ଭଗବତ ଚିନ୍ତନ, ପ୍ରାଣାୟାମ, ବ୍ୟାୟାମ, ପ୍ରଭୃତି ଠିକ୍ ସମୟରେ କରି ଶରୀରକୁ ସତେଜ ଓ ନିରୋଗୀ ରଖିବା  ନିହାତି ଆବଶ୍ୟକ । ଏଣୁ କଥାରେ ଅଛି, -"ସ୍ୱାସ୍ଥ୍ୟ ହିଁ ସମ୍ପଦ" । ଶରୀର ସହିତ ଯେମିତି ବ୍ୟବହାର  କରିବ, ପରିଣାମ ଠିକ୍ ସେହିପରି ମିଳିବ । ତୁମ ସାଥି ଶରୀର ପାଇଁ ଯେତେ ଯତ୍ନବାନ ହେବ, ତୁମର ସାଥି ତୁମ ପ୍ରତି ସେତିକି ଯତ୍ନବାନ  ହେବ  |ଏଥିରେ ଅଣୁ ମାତ୍ରେ ସନ୍ଦେହ ର ଅବକାଶ ନାହିଁ । ଶରୀରକୁ ସୁସ୍ଥ ରଖିବାକୁ ତୁମେ କ'ଣ ଆହାର କରୁଛ, ତୁମେ କେତେ ସମୟ ଆରାମ ଦେଉଛ, ସେହିଭଳି ତୁମ ସାଥି ଶରୀର ତୁମକୁ ଜବାବ  ଦେବ ! ମନେରଖିବାକୁ ହେବ,ତୁମର ସ୍ଥାୟୀ ଠିକଣା ହିଁ ତୁମ ଶରୀର ଯହିଁରେ ତୁମେ ବାସ କର ।ତୁମ ଶରୀର ତୁମର ଜମା ଓ ଦେୟ ଖାତାର ହିସାବ । ତୁମେ ଜଣେ ଚତୁର ଅଭିଲେଖକ ଭାବେ ଏହାର ମୂଲ୍ୟାଙ୍କନର ଗୁରୁ  ଦାୟୀତ୍ୱ ନେଇଛ !! କାରଣ ଶରୀର ତୁମର ପ୍ରକୃତ ଜୀବନ ସାଥି !! "ସୁସ୍ଥ ରହୋ... ମସ୍ତ ରହୋ...!!"(Be fit... Be hit.) ଜୀବନର ମୂଳମନ୍ତ୍ର ସଭିଁଙ୍କ ପାଇଁ ହେଉ ! ନିଜ ପ୍ରତି ଯତ୍ନବାନ ହୁଅ । ପଇସା ଆସିବ.. ଯିବ, ସଖା, ସାଥି, ବନ୍ଧୁ, ସମ୍ପର୍କୀୟ କେହି ଚି଼ରସ୍ଥାୟୀ ନୁହଁନ୍ତି । ପରନ୍ତୁ, ଜନ୍ମ ରୁ ମୃତ୍ୟୁ ଯାଏ ଏ ଶରୀର ହିଁ ପ୍ରକୃତ ବନ୍ଧୁ, ଏହାର ଖିଆଲ ରଖିବା  ମାନେ ନିଜ ପ୍ରତି ଧ୍ୟାନ ରଖିବା । ଶରୀର ପାଇଁ କିଛି  ଜରୁରୀ ଉପାଦାନ ସୁସ୍ଥ, ସବଳ, ନିରୋଗ, ରଖିବାରେ ସହାୟକ ହୁଏ । ଜୀବନ ସମୀକ୍ଷାର ଅନ୍ତିମ ପାବଚ୍ଛରେ ପହଞ୍ଚି, ପ୍ରକୃତ ଜୀବନ ସାଥିର ସଂଜ୍ଞା ନିରୂପଣ କରିବାରେ ଯଦି କିଞ୍ଚିତ ସଫଳ ହୋଇଥାଉ ତ, ତାହା ହେଲେ  ନିଜକୁ ଗୌରାବାନ୍ୱିତ ମଣିବ !!
କିଛି ତଥ୍ୟ, ଏହି ଜୀବନ ସାଥିଟି ପାଇଁ :
 ୧. ପ୍ରାଣାୟାମ =  ଫୁସଫୁସ ପାଇଁ..
  ୨. ଧ୍ୟାନ = ମନ ପାଇଁ
  ୩. ବ୍ୟାୟାମ  =  ଶରୀର ପାଇଁ
  ୪. ପଦଯାତ୍ରା  = ହୃଦୟ  ପାଇଁ
  ୫. ସୁଷମ ଖାଦ୍ୟ = ବୃହଦ୍ରନ୍ତ୍ର ପାଇଁ
  ୬. ଶୁଭ ଚିନ୍ତନ = ଆତ୍ମା ପାଇଁ
  ୭. ସୁକର୍ମ = ବିଶ୍ୱ ପାଇଁ 
ସପ୍ତରଙ୍ଗରେ ଶୋଭିତ ଏହି ଇନ୍ଦ୍ରଧନୁ ପ୍ରାୟ ଜୀବନକୁ ସରସ ସୁନ୍ଦର ଓ ରଙ୍ଗୀନ କରିବାକୁ ପଡିଥାଏ !!  ପ୍ରକୃତ ଜୀବନ ସାଥିକୁ ଭଲ ପାଅ । ନିଜକୁ ନିଜେ ଚିହ୍ନିବାକୁ ଚେଷ୍ଟା କର । ପ୍ରକୃତସାଥିର ସେବାରେ ନିଜକୁ ନିୟୋଜିତ କରି ନିଜକୁ ସାହାଯ୍ୟ କରିବାକୁ ଚେଷ୍ଟା କର  !!