ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିୟନର ମଞ୍ଚେଶ୍ୱର କାରଖାନାର ମହିଳା ଶାଖା ତରଫରୁ ଅର୍ଥମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ : ଓମଟିଭି

ଅଲ ଇଣ୍ଡିଆ ରେଲୱେମେନ୍ସ ଫେଡେରେସନ ର ଆହ୍ୱାନ କ୍ରମେ ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିୟନ ମଞ୍ଚେଶ୍ୱର କାରଖାନା ମହିଳା ଶାଖା ତରଫରୁ ତା ୨୨.୦୮.୨୦୨୨ ରିଖ ରେ ଏକ ଦାବିପତ୍ର ଭାରତର ଅର୍ଥମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ସ୍ଥାନୀୟ ମଞ୍ଚେଶ୍ୱର କାରଖାନାର ପ୍ରବନ୍ଧକକୁଁ ପ୍ରଦାନ କରାଯାଇଥିଲା।ସୂଚନା ଅନୁଯାଇ ଭାରତୀୟ ରେଳ ବିଭାଗରେ କାର୍ଯ୍ୟକରୁଥିବା ମହିଳା କର୍ମଚାରୀ ମାନଙ୍କୁ ଶିଶୁ ଯତ୍ନ ଉଦେଶ୍ୟ ରେ ୭୩୦ ଦିନ ଅର୍ଥାତ ଦୁଇବର୍ଷର ଅତିରିକ୍ତ ଛୁଟି ମଞ୍ଜୁରୀ ର ବ୍ୟବସ୍ଥା ରହିଛି।ଯେଉଁଥିରେ ପ୍ରଥମ ବର୍ଷ ରେ ସତପ୍ରତିଶତ ଦରମା ଏବଂ ଦ୍ଵିତୀୟ ବର୍ଷରେ ୮୦ ପ୍ରତିଶତ ଦରମା ଦେବାର

ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିୟନର ମଞ୍ଚେଶ୍ୱର କାରଖାନାର ମହିଳା ଶାଖା ତରଫରୁ ଅର୍ଥମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ : ଓମଟିଭି


ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିୟନର ମଞ୍ଚେଶ୍ୱର କାରଖାନାର ମହିଳା ଶାଖା ତରଫରୁ ଅର୍ଥମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ : ଓମଟିଭି

(ରିପୋର୍ଟ : ଦିଲ୍ଲିପ୍): ଅଲ ଇଣ୍ଡିଆ ରେଲୱେମେନ୍ସ ଫେଡେରେସନ ର ଆହ୍ୱାନ କ୍ରମେ ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିୟନ ମଞ୍ଚେଶ୍ୱର କାରଖାନା ମହିଳା ଶାଖା ତରଫରୁ ତା ୨୨.୦୮.୨୦୨୨ ରିଖ ରେ ଏକ ଦାବିପତ୍ର ଭାରତର ଅର୍ଥମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ସ୍ଥାନୀୟ ମଞ୍ଚେଶ୍ୱର କାରଖାନାର ପ୍ରବନ୍ଧକକୁଁ ପ୍ରଦାନ କରାଯାଇଥିଲା।ସୂଚନା ଅନୁଯାଇ ଭାରତୀୟ ରେଳ ବିଭାଗରେ କାର୍ଯ୍ୟକରୁଥିବା ମହିଳା କର୍ମଚାରୀ ମାନଙ୍କୁ ଶିଶୁ ଯତ୍ନ ଉଦେଶ୍ୟ ରେ ୭୩୦ ଦିନ ଅର୍ଥାତ ଦୁଇବର୍ଷର ଅତିରିକ୍ତ ଛୁଟି ମଞ୍ଜୁରୀ ର ବ୍ୟବସ୍ଥା ରହିଛି।ଯେଉଁଥିରେ ପ୍ରଥମ ବର୍ଷ ରେ ସତପ୍ରତିଶତ ଦରମା ଏବଂ ଦ୍ଵିତୀୟ ବର୍ଷରେ ୮୦ ପ୍ରତିଶତ ଦରମା ଦେବାର ବନ୍ଦୋବସ୍ତ କରାଯାଇଅଛି।ଦ୍ଵିତୀୟ ବର୍ଷରେ ମିଳୁଥିବା ୮୦ ପ୍ରତିଶତ ଦରମାକୁ ବିରୋଧ କରି ସଂଗଠନ ର ମହିଳା କର୍ମଚାରୀ ମାନେ ଏକ ଦସ୍ତଖତ ଅଭିଯାନ ଆରମ୍ଭ କରିଥିଲେ।ମଞ୍ଚେଶ୍ୱର କାରଖାନାର ସମସ୍ତ ବିଭାଗରେ ଥିବା ମହିଳା କର୍ମଚାରୀ ମାନେ ଏହି ଦସ୍ତଖତ ଅଭିଯାନ ରେ ସାମିଲ ହୋଇଥିଲେ।ସମସ୍ତ ମହିଳା କର୍ମଚାରୀକଂ ସଂଗୃହିତ ଦସ୍ତଖତ କୁ ସମ୍ମିଳିତ କରି ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।ସଂଗଠନର ଶାଖା ମହିଳା ଅଧ୍ୟକ୍ଷ ବିଜୟଲଷ୍ମୀ ସାହୁ,ଦେଓଗୀ ମୂର୍ମୁ,ସସ୍ମିତା ମହାନ୍ତି,ଅଞ୍ଜନା ସାମନ୍ତରାୟ,ମୋନାଲିସା ବେହେରା,ଏମ୍ ରୋଜା ରାଣୀ,ସସ୍ମିତା ନାୟକ,ଶ୍ରୀୟାସ୍ମିତା ସୁନ୍ଦରରାୟେ,ସୁମିତ୍ରା ମୁଣ୍ଡା ଆଦି ବହୁ ମହିଳା କର୍ମଚାରୀ ଦାବି
ପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ।