କ୍ୟାନ୍ସର ଦିବସ ଅବସରରେ କେଶ ଦାନ ଶିବିର : Ommtv
ବିଶ୍ବ କ୍ୟାନ୍ସର ଦିବସ ଅବସର ରେ ସୋପଭା ଟ୍ରଷ୍ଟ ତରଫ ରୁ କେଶ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଅଛି। କ୍ୟାନ୍ସର ପୀଡ଼ିତା ଙ୍କ ଉଦ୍ଦେଶ୍ୟ ରେ "କେଶ ଥିଲେ ଦିଅନ୍ତୁ କେଶ ନ ଥିଲେ କେଶୀ ନିଅନ୍ତୁ" ଅଭିଯାନ ରେ ସାମିଲ ହୋଇ କ୍ୟାନ୍ସର ଉପରେ ସଚେତନତା କାର୍ଯ୍ୟକ୍ରମ ସହିତ ସାତ ଜଣ କେଶ ଦାନ କରିଛନ୍ତି। ଭୁବନେଶ୍ୱର ରୁ ଗୀତା ବିଶ୍ୱାସ, ସୁସ୍ମିତା ପାତ୍ର, ଭଦ୍ରକ ରୁ ବିଶ୍ମିତା ଜେନା, ବାଲେଶ୍ଵର ରୁ ଲମ୍ବୋଦର ମଲ୍ଲିକ,କଟକ ରୁ ଦିବ୍ୟପ୍ରଭା ନନ୍ଦ ଓ ଝାରଖଣ୍ଡ ରାଜ୍ୟ ରୁ ଅନ୍ୟା ଶର୍ମା ଓ ଜଟଣୀ ରୁ ହରପ୍ରୀୟ ନାୟକ ଦ୍ୱିତୀୟ ଥର ପାଇଁ କେଶ ଦାନ କରିଛନ୍ତି। ସୋପଭା ଟ୍ରଷ୍ଟ ତରଫରୁ କ୍ୟାନ୍ସର ଦିବସ ଅବସର ରେ ଜଣେ କ୍ୟାନ୍ସର ପୀଡ଼ିତା ଙ୍କୁ wig/କେଶୀ ଉପହାର ସ୍ବରୂପ ପ୍ରଦାନ କର ଯାଇଛି ।
କେଶ ଦାନ କରିବା ର ଉଦ୍ଦେଶ୍ୟ ହେଉଛି ଯେତେବେଳେ କ୍ୟାନ୍ସର ରୋଗ ହୋଇଛି ବୋଲି ପରିବାର ଲୋକ ଜାଣିବାକୁ ପାଆନ୍ତି। ଓଡ଼ିଶା ରେ ପ୍ରଥମ ଥର କ୍ୟାନ୍ସର ପୀଡ଼ିତା ଙ୍କ ଉଦ୍ଦେଶ୍ୟ ରେ କେଶ ଦାନ କରିବା ସହିତ କ୍ୟାନ୍ସର ପୀଡ଼ିତା ଙ୍କୁ ମାଗଣା ରେ ପ୍ରାକୃତିକ କେଶୀ/ WIG, କୃତ୍ରିମ ଓ ସ୍ତନ ଓ ଉଲୁ ର ତିଆରି କରାଯାଉଥିବା ଯାଇଥିବା ଷ୍ଟଲ ଯୋଗାଇ ଦିଆଯାଉଛି। କ୍ୟାନ୍ସର ପୀଡ଼ିତା ଙ୍କ ଉଦ୍ଦେଶ୍ୟ ରେ ଆପଣ ଦାନ କରୁଥିବା କେଶର ଓଜନ 30-40 ଗ୍ରାମ। 7 ରୁ 8 ଜଣ ଙ୍କ କେଶ ଅତି କମ୍ ରେ 300 ଗ୍ରାମ ଭଳି କେଶ କୁ ନେଇ ପ୍ରାକୃତିକ କେଶୀ/WIG ତିଆରି କରା ଯାଉଛି। ଏହି କେଶୀ/WIG କ୍ୟାନ୍ସର ପୀଡ଼ିତା ଙ୍କୁ ବିନା ମୂଲ୍ୟ ରେ ଉପହାର ସ୍ୱରୂପ ପ୍ରଦାନ କରାଯାଇଛି।
କେଶ ଦାନ କରିବା ର ନିୟମ -
୧. ସର୍ବନିମ୍ନ 12 ଇଞ୍ଚ୍ ରୁ ଅଧିକ କେଶଦାନ କରି ପରିବେ। କେଶ କୁ ଭଲ ଭାବେ ସଫା କରି ସୁଖାଇ ବେଣୀ ପକାଇ ପାଖରେ ଥିବା ସେଲୁନ/ ପାର୍ଲର କୁ ଯାଇ ମାପ ଅନୁସାରେ କେଶ କାଟିବେ।
୨. କେଶ କାଟିବା ଆଗରୁ ବା କାଟିବା ପରେ ବେଣୀ କରି ଦେବେ। କେଶୀ/wig ତିଆରି କରିବା ସମୟ ରେ ଆମକୁ ସହଜ ହେବ।କେଶ କାଟିବା ପରେ ବେଣୀ କୁ ଖୋଳ/ପେପର୍ ରେ ଜତ୍ନ କରି ରଖିବେ।
୩. ଆପଣ କେତେ ଚୁଟି ଦାନ କରିବେ ତାର ନିଷ୍ପତ୍ତି ଆପଣ ନେବେ ଏବଂ କେଶ କାଟିବା ଆଗରୁ ଏବଂ ପରେ ଫଟୋ ଉଠାଇ ବେ। ଚୁଟି କାଟିବା ବେଳେ ର ସଂପୂର୍ଣ୍ଣ ଭିଡିଓ ରେକର୍ଡ କରିବେ।
୪. ବେଣୀ କୁ ପାର୍ସଲ୍ କରିବା ଆଗରୁ ବା କାଟିବା କେଶ କୁ ଧରି ନିଜର ଅନୁଭୂତି କୁ ନିଜ ଭାଷାରେ ଛୋଟ ଭିଡିଓ କରି ନେବେ। (ଯଦି କରି ପାରିବେ ତ ଭଲ ଏହା ବାଧ୍ୟାତା ମୂଳକ ନୁହଁ)
୫. କଟା ଯାଇଥିବା କେଶ କୁ ଖୋଳ ରେ ରଖି ଏକ ପେପରେ ନିଜର ନାମ, ମୋବାଇଲ୍ ନଂ, ମେଲ୍ ଆଇଡ ଲେଖି କି ଚୁଟି ସହିତ ପ୍ୟାକିଂ କରି ଦେବେ। ଆମ ତରଫରୁ କେଶୀ/wig ତିଆରି କରାଯାଉଥିବା ଠିକଣା ଦିଆଯିବ। ସେଥିରେ ଆପଣ ପୋଷ୍ଟାଲ/ କୋରୀୟର ଜରିଆରେ ରେ ପଠାଇ ପାରିବେ।
୬. ମେସେଜ କରି ନିଜର ନାମ, ପିତା/ସ୍ବାମୀ ଙ୍କ ନାମ, ଠିକଣା, ମୋବାଇଲ୍ ନଂ, ମେଲ୍ ଆଇଡ ଲେଖି କି ପଠାଇବେ ଏହି ତଥ୍ୟ ଗୋପନ ରଖାଯିବ। ସଙ୍ଗଠନ ର ଆବଶ୍ୟକ ନିମନ୍ତେ କେଶ ଦାତା ଙ୍କ ସୂଚନା ରଖା ଯାଉଛି।
ନିମ୍ନଲିଖିତ ବିବରଣୀ ଦେଇ ଏହି ଇମେଲକୁ ମେଲ କରନ୍ତୁ |
୧. ରୋଗୀର ନାମ (Patients Name)-
୨. ଜନ୍ମ ତାରିଖ ଏବଂ ବୟସ (Birth of Date and Age)-
୩. ଠିକଣା (Address)-
୪. ମୋବାଇଲ୍ ନମ୍ବର (Mobile Number)-
ମେଲରେ ସଂଲଗ୍ନ ହେବା ପାଇଁ ଡକ୍ୟୁମେଣ୍ଟଗୁଡିକ |
୫. ସମସ୍ତ ରିପୋର୍ଟ All reports- (ମାମୋଗ୍ରାମ୍, ବାୟୋପସି, କେମୋଥେରାପି ଚକ୍ର, ୱିଗ୍ ପାଇଁ ମୁଣ୍ଡ ମାପ, ରେଶନ କାର୍ଡ, ଆୟ ବିବରଣୀ ଇତ୍ୟାଦି)
୬. ଆଧାର କାର୍ଡ( Aadhar Card)
୭. ଏକ ଫଟୋ (କେଶ ସହିତ କେମୋ ନେବା ଆଗରୁ) pre-cemo photo
୮. ଅନ୍ୟ ଏକ ଫଟୋ (ଅଳ୍ପ ବା କେଶ ନଥିବା ର cemo ନେବା ପରେ ଫୋଟୋ) after- cemo Photo.

କ୍ୟାନ୍ସର ଦିବସ ଅବସରରେ କେଶ ଦାନ ଶିବିର
ଭୁବନେଶ୍ବର, ୫/୨ବିଶ୍ବ କ୍ୟାନ୍ସର ଦିବସ ଅବସରରେ ସୋପଭା ଟ୍ରଷ୍ଟ ତରଫରୁ କେଶ ଦାନ ଶିବିର ଆଜି ସତ୍ୟନଗରଠାରେ ଅନୁଷ୍ଠିତ ହୋଇ ଯାଇଅଛି। କ୍ୟାନ୍ସର ପୀଡ଼ିତାଙ୍କ ଉଦ୍ଦେଶ୍ୟରେ ‘କେଶ ଥିଲେ ଦିଅନ୍ତୁ କେଶ ନ ଥିଲେ କେଶୀ ନିଅନ୍ତୁ’ ଅଭିଯାନରେ ସାମିଲ ହୋଇ କ୍ୟାନ୍ସର ଉପରେ ସଚେତନତା କାର୍ଯ୍ୟକ୍ରମ ସହିତ ସାତ ଜଣ କେଶ ଦାନ କରିଛନ୍ତି। ଭୁବନେଶ୍ୱରରୁ ଗୀତା ବିଶ୍ୱାସ, ସୁସ୍ମିତା ପାତ୍ର, ଭଦ୍ରକରୁ ବିଶ୍ମିତା ଜେନା, ବାଲେଶ୍ଵରରୁ ଲମ୍ବୋଦର ମଲ୍ଲିକ,କଟକରୁ ଦିବ୍ୟପ୍ରଭା ନନ୍ଦ, ଝାରଖଣ୍ଡରୁ ଅନ୍ୟା ଶର୍ମା ଓ ଜଟଣୀରୁ ହରପ୍ରୀୟ ନାୟକ କେଶ ଦାନ କରିଛନ୍ତି। ସୋପଭା ଟ୍ରଷ୍ଟ ତରଫରୁ କ୍ୟାନ୍ସର ଦିବସ ଅବସରରେ ଜଣେ କ୍ୟାନ୍ସର ପୀଡ଼ିତାଙ୍କୁ ଏହି କେଶୀ ଉପହାର ସ୍ବରୂପ ପ୍ରଦାନ କରାଯାଇଛି ବୋଲି ଅନୁଷ୍ଠାନର ଉପ ସଭାପତି ହରପ୍ରିୟା ନାୟକ ମତପ୍ରକାଶକରିଛନ୍ତି।