ସିପିଆଇ ଡାକରାରେ ଗାଡ଼କଣଠାରେ ଜନ ସମ୍ପର୍କ ପଦଯାତ୍ରା

ସିପିଆଇ ଡାକରାରେ ଗାଡ଼କଣଠାରେ ଜନ ସମ୍ପର୍କ ପଦଯାତ୍ରା

ସିପିଆଇ ଡାକରାରେ ଗାଡ଼କଣଠାରେ ଜନ ସମ୍ପର୍କ ପଦଯାତ୍ରା

ସିପିଆଇ ଡାକରାରେ ଗାଡ଼କଣଠାରେ ଜନ ସମ୍ପର୍କ ପଦଯାତ୍ରା

: ସମଗ୍ର ଦେଶରେ ଦରଦାମ୍ ବୃଦ୍ଧି, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, କୃଷକ, ଶ୍ରମିକ ମାରଣ ନୀତି, ଉଠାଦୋକାନ ଓ ବସ୍ତି ଉଚ୍ଛେଦ, ବର୍ଜ୍ୟବସ୍ତୁ ପରିଚାଳନା, ଦଳିତ ଆଦିବାସୀମାନଙ୍କ ଉପରେ ହେଉଥିବା ଆକ୍ରମଣ, ନିର୍ବାଚନ ସଂସ୍କାର ଓ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ଆଜି ଏକ ଜନ ସମ୍ପର୍କ ପଦଯାତ୍ରା ଜରିଆରେ ଡ଼ମଣା ଛକରେ ବିକ୍ଷୋଭ କରିଛି। ସିପିଆଇ ଗାଡ଼କଣ ଶାଖା ପକ୍ଷରୁ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ସିପିଆଇ ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ସୁର ଜେନା ଓ ଶଙ୍କର୍ଷଣ ବାରିକଙ୍କ ନେତୃତ୍ୱରେ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରାରେ ଏକାଧିକ ସିପିଆଇ କର୍ମୀ ହାତରେ ପ୍ଲାକାର୍ଡ ସହ ବିଭିନ୍ନ ସ୍ଲୋଗାନ ଦେଇ ଗାଡ଼କଣ ଛକରୁ ବାହାରି ପଦଯାତ୍ରାରେ କେଳୁ ଚରଣ ପାର୍କ ଦେଇ ଡମଣା ଛକରେ ପହଞ୍ଚିଥିଲେ। ଏହି ଜନ ସମ୍ପର୍କ ପଦଯାତ୍ରାରେ ଜୋନ ସମ୍ପାଦକ କୈଳାସ ପୁହାଣ, ଜିଲ୍ଲା ସହସମ୍ପାଦକ ସୁରେନ୍ଦ୍ର ବେହେରା, ଭୁବନ ହାତୀ, ରଘୁନାଥ ନାୟକ, ରେବତୀ ଦାସ, ପ୍ରସନ୍ନ ସାହୁ, ବିପିନ ନାୟକ, ମାନଗୋବିନ୍ଦ ନାୟକ ପ୍ରମୁଖ ପଦଯାତ୍ରାର ନେତୃତ୍ୱ ନେଇଥିଲେ ।