ଟାଟା ଷ୍ଟିଲ୍ ମେରାମଣ୍ଡଳୀ ଓ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଏବଂ ବନ ବିଭାଗ ସହଯୋଗରେ କପିଳାସରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ : Ommtv News12

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ଓ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଏବଂ ବନ ବିଭାଗ ସହଯୋଗରେ କପିଳାସରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ : Ommtv News12

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ଓ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଏବଂ ବନ ବିଭାଗ ସହଯୋଗରେ କପିଳାସରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ : Ommtv News12

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ଓ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଏବଂ ବନ ବିଭାଗ ସହଯୋଗରେ କପିଳାସରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ : Ommtv News12

ଢେଙ୍କାନାଳ,୨୫ ଅଗଷ୍ଟ ୨୦୨୪: ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍‌ଏମ୍‌) ଓ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଏବଂ ଢେଙ୍କାନାଳ ବନ ଖଣ୍ଡର ମିଳିତ ସହଯୋଗରେ ଢେଙ୍କାନାଳ ଜିଲ୍ଲାର କଳିପାସ ଅଂଚଳରେ ଏକ ବ୍ୟାପକ ସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଯାଇଛି । 
 ୨୦୨୪ ଅଗଷ୍ଟ ୨୫ ତାରିଖ ରବିବାର ଦିନ ଆୟୋଜିତ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଟିଏସ୍‌ଏମର କର୍ମଚାରୀ ଓ ଢେଙ୍କାନାଳ ବନଖଣ୍ଡର କର୍ମଚାରୀଙ୍କ ସମେତ ପ୍ରାୟ ୨୦୦ ସ୍ୱେଚ୍ଛାସେବୀ ଏଥିରେ ସାମିଲ ହୋଇଥିଲେ । ପରିବେଶ ଦିର୍ଦ୍ଧସ୍ଥାୟିତା ଓ ଗୋଷ୍ଠୀ କଲ୍ୟାଣ ପ୍ରତି ରହିଥିବା ପ୍ରତିବଦ୍ଧତା ଆଧାରରେ ଟିଏସ୍‌ଏମ୍ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୁମିତ କୁମାର କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଟିଏସ୍‌ଏମ୍‌ର କର୍ପୋରେଟ୍ ସେବା ମୁଖ୍ୟ ମୋହିତ ଦାସ ଅଭିଯାନର ନେତୃତ୍ୱ ନେଇ କର୍ମଚାରୀ, ସ୍ୱେଚ୍ଛାସେବା ଓ ପରିବେଶ ସଂରକ୍ଷଣ ପ୍ରତି କମ୍ପାନିର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରିଥିଲେ । କପିଳାସରେ ଏହା ଥିଲା ଏହି ଧରଣର ସର୍ବବୃହତ ସଫେଇ ଅଭିଯାନ ଯେଉଁଥିରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀର କର୍ମଚାରୀ ମାନେ ସ୍ଵେଚ୍ଛାକୃତ ଭାବେ ଏହି ମହତ୍ କାମରେ ଉତ୍ସାହର ସହିତ ଯୋଗ ଦେଇଥିଲେ ଓ ଢେଙ୍କାନାଳ ବନ ଖଣ୍ଡର ଅଧିକାରୀମାନେ ତଥା ସ୍ଥାନୀୟ ଲୋକ ମାନେ ମଧ୍ୟ ମିଳିତ ଭାବେ ସାମିଲ ହୋଇଥିଲେ । ପରିବେଶ ଆହ୍ୱାନର ମୁକାବିଲା କରିବା ଲାଗି ଦୃଢ଼ ସହଯୋଗିତା ଉପରେ ଏହି କାର୍ଯ୍ୟକ୍ରମ ଆଲୋକପାତ/ ଗୁରୁତ୍ଵ ବହନ କରିଥିଲା । ସ୍ୱେଚ୍ଛାସେବୀମାନେ କପିଳାସ ମୁଖ୍ୟ ଫାଟକରୁ ମନ୍ଦିର ପର୍ଯ୍ୟନ୍ତ ଲମ୍ବା ରାସ୍ତାରୁ ପ୍ରାୟ ୫ ଟନ୍‌ ପାଖାପାଖି ବର୍ଜ୍ୟ ପ୍ଲାଷ୍ଟିକ୍ ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ସଫା କରିଥିଲେ । ଏହି କାର୍ଯ୍ୟକ୍ରମ କପିଳାସ ଅଂଚଳର ସ୍ୱଚ୍ଛତା ପ୍ରତି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଥିଲା। ଏହା ପରିବେଶ ସୁରକ୍ଷା ପ୍ରତି ଭବିଷ୍ୟତର ସମାଜ ପାଇଁ ଉଦାହରଣ ସୃଷ୍ଟି କରିଥିଲା । ଏହି ସଫେଇ ଅଭିଯାନରେ ଯୋଗଦେଇଥିବା ସ୍ୱେଚ୍ଛାସେବୀମାନଙ୍କୁ ପ୍ରଶଂସା କରି ଢେଙ୍କାନାଳ ଡିଏଫ୍‌ଓ ସୁମିତ କର କହିଛନ୍ତି ଯେ, “କପିଳାସର ପ୍ରାକୃତିକ ସୌନ୍ଦର୍ଯ୍ୟର ସଂରକ୍ଷଣ ଦିଗରେ ଏହା ଏକ ପ୍ରଶଂସନୀୟ ପଦକ୍ଷେପ । ଟାଟା ଷ୍ଟିଲ୍ ମେରାମଣ୍ଡଳୀ, ଜିଲ୍ଲା ପ୍ରଶାସନ ଓ ଢେଙ୍କାନାଳ ବନ ଖଣ୍ଡରର ମିଳିତ ସଯୋଗରେ ହୋଇଥିବା ଏହି ଅଭିଯାନ, ସ୍ୱଚ୍ଛତା ର ଉଦାହରଣ ପାଲଟିଛି ଏବଂ ଏହା ଭବିଷ୍ୟତରେ ଅନେକ ଲୋକଙ୍କୁ ଅନୁପ୍ରାଣିତ କରିବ ବୋଲି ଶ୍ରୀ କର କହିଛନ୍ତି।" ଏଭଳି ସଫେଇ ଅଭିଯାନରେ ଏବଂ ଗୋଷ୍ଠୀ ପରିଚାଳନା କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ଆଲୋକପାତ କରି ମୋହିତ ଦାସ କହିଛନ୍ତି ଯେ, “ଟାଟା ଷ୍ଟିଲ୍‌ର ମିଳିତ ସହଯୋଗିତା ଉପରେ ଆମେ ଦୃଢ଼ ବିଶ୍ୱାସ କରୁଛୁ । ଏହି ସଫେଇ ଅଭିଯାନ ପରିବେଶ ଏବଂ ଆମେ କାର୍ଯ୍ୟ କରୁଥିବା କମ୍ୟୁନିଟି ଉପରେ ସକାରାତ୍ମକ ପ୍ରଭାବ ପକାଇବା ଲାଗି ଆମର ପ୍ରତିବଦ୍ଧତାର ପ୍ରମାଣ । ଆମ କର୍ମଚାରୀମାନେ ଉଦାହରଣ ସୃଷ୍ଟି କରି ଏକ ସ୍ୱଚ୍ଛ ଓ ସବୁଜ ଢେଙ୍କାନାଳ ଗଠନ ପ୍ରତି ଅବଦାନ ଦେଇଥିବାରୁ ଆମେ ଗର୍ବିତ ।’’ କପିଳାସରେ ଆୟୋଜନ କରାଯାଇଥିବା ଏହି ସ୍ୱଚ୍ଛତା ଅଭିଯାନ ପରିବେଶ ଦାୟିତ୍ୱ ପ୍ରତି ଟାଟା ଷ୍ଟିଲ୍ ମେରାମଣ୍ଡଳୀର ସମର୍ପଣ ଭାବକୁ ପ୍ରତିଫଳିତ କରିଥିବା ବେଳେ ସ୍ଥାନୀୟ ଗୋଷ୍ଠୀ ସହ ସମ୍ପର୍କକୁ ମଜଭୁତ କରି ଭବିଷ୍ୟତରେ ଅଧିକ ମିଳିତ ଉଦ୍ୟମ ପାଇଁ ମଂଚ ପ୍ରସ୍ତୁତ କରିଛି ।