ଯଶିପୁର ର ଐତିହାସିକ ପ୍ରସିଦ୍ଧ ଚନ୍ଦନ ମେଳା:Ommtv
ଯଶିପୁର ର ଐତିହାସିକ ପ୍ରସିଦ୍ଧ ଚନ୍ଦନ ମେଳା:Ommtv
ଯଶିପୁର ର ଐତିହାସିକ ପ୍ରସିଦ୍ଧ ଚନ୍ଦନ ମେଳା:Ommtv

ମୟୂରଭଞ୍ଜ ଜିଲ୍ଲା ଯଶିପୁରର ଐତିହାସିକ ପ୍ରସିଦ୍ଧ ଚନ୍ଦନ ମେଳା ଦୀର୍ଘ ବର୍ଷରୁ ପାଳିତ ହୋଇ ଆସୁଛି। ଚଳିତବର୍ଷ ମଧ୍ୟ ମହା ଆନନ୍ଦ ଉଲ୍ଲାସର ସହ ଚନ୍ଦନ ମେଳା ହେଉଛି । ଯଶିପୁର ଗଢତଳସାହି ସ୍ଥିତ ଶ୍ରୀ ଶ୍ରୀ ରଘୁନାଥଜୀଉଙ୍କ ମଠରୁ ଅକ୍ଷୟ ତୃତୀୟା ଠାରୁ ବିଧିବିଧାନ ମୋତେ ଜୀଉଙ୍କ ପୂଜା ଅର୍ଚ୍ଚନା କରାଯାଇ ମଠ ନିକଟସ୍ଥ ପୋଖରୀରେ ଏକ ନୌକା ସହାୟତାରେ ଠାକୁରଙ୍କୁ ସାତଦିନ ଚାପ ଖେଳା ଯାଇଥାଏ। ଏହାପରେ ଆଉ ସାତଦିନ ମଠ ନିକଟସ୍ଥ ଭଣ୍ଡନ ନଦୀରେ ଚାପ ଖେଳା ଯାଇଥାଏ।ଚନ୍ଦନ ପୂର୍ଣ୍ଣିମାରେ ମଠ ଠାକୁର ଶ୍ରୀଶ୍ରୀ ରଘୁନାଥଜୀଉଙ୍କ ପ୍ରତିନିଧି ବିଜେଶ୍ରୀ ବେଣୁଗୋପାଳ, ଠାକୁର ରାଧାକୃଷ୍ଣ ଓ ଅନ୍ୟ ପାର୍ଶ୍ବ ଦେବାଦେବୀଙ୍କ ଗ୍ରହଣରେ କାଠ ନିର୍ମିତ ଏକ ସୁସଜ୍ଜିତ ବିମାନରେ ନଦୀ ଘାଟରୁ ଭକ୍ତ ମାନେ ମହାମନ୍ତ୍ର କୀର୍ତନ କରି ନଗର ପରିକ୍ରମା କରାଇଥାନ୍ତି। ଗ୍ରାମ ପରିକ୍ରମା ସମୟରେ ବ୍ରାହ୍ମଣ ପୂଜକ ମାନେ ଭକ୍ତ ମାନଙ୍କ ପ୍ରସାଦ ଠାକୁରଙ୍କ ଠାରେ ଅର୍ପଣ କରିଥାଆନ୍ତି । ତେବେ ଠାକୁରଙ୍କ ଗ୍ରାମ ପରିକ୍ରମା ସମୟରେ କାଠ ବାଉଁଶ କପଡାରେ ନିର୍ମିତ ଷଣ୍ଢ ନାଚ ବେଶ ଆକର୍ଷଣୀୟ ହୋଇଥାଏ।ଚଳିତ ବର୍ଷ ମଧ୍ୟ ଚନ୍ଦନ ମେଳା କମିଟି, ମଠ କମିଟି, ଯଶିପୁର ପୋଲିସ ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ସହଯୋଗ କରୁଥିବା ଦେଖାଯାଇଥିଲା। ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ନେ ଯୋଗ ଦେଇ କମିଟି ସଦସ୍ୟ ଭକ୍ତଜନ ଓ ଅନ୍ୟ ସାଧାରଣ ଦର୍ଶକ ମାନଙ୍କୁ ଉତ୍ସାହିତ କରିଛନ୍ତି।
ମୟୂରଭ ମୟୂରଭଞ୍ଜ ଯଶିପୁରରୁ ନୀହାର ରଂଜନ ମହାନ୍ତଙ୍କ ରିପୋର୍ଟ ଓମ୍ଟିଭି
