ଏନ୍ଆଇଟି ରାଉରକେଲାକୁ ଝଟକା
ଏନ୍ଆଇଟି ରାଉରକେଲାକୁ ଝଟକା
ଏନ୍ଆଇଟି ରାଉରକେଲାକୁ ଝଟକା
ରାଉରକେଲା: କ୍ୟାମ୍ପସ୍ ସମ୍ପ୍ରସାରଣ ପାଇଁ ଗଛକଟାକୁ ନେଇ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି)କୁ ଶକ୍ତ ଧକ୍କା ମିଳିଛି। ଗଛ କଟାଯିବା ଉପରେ ରୋକ୍ ଲଗାଇବାକୁ ହୋଇଥିବା ଏକ ଦେୱାନୀ ମାମଲାକୁ ଖାରଜକରିବା ପାଇଁ ଏନ୍ଆଇଟି ପକ୍ଷରୁ କରାଯାଇଥିବା ଆବେଦନକୁ ରାଉରକେଲା ସିଭିଲ୍ ଜଜ୍ (ସିନିଅର ଡିଭିଜନ) କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ନିର୍ଦେଶ ଦେଇଛନ୍ତି, ଏନ୍ଆଇଟି ଦ୍ଵାରା ଦର୍ଶାଯାଇଥିବା ଆଧାର ଆଇନଗତ ଭାବେ ଗ୍ରହଣଯୋଗ୍ୟ ନୁହେଁ। ଏହି ଆବେଦନ ଖାରଜ ହେବା ପରେ ମୂଳ ମାମଲାର ଶୁଣାଣି ପାଇଁ ବାଟ ଫିଟିଛି। କୋର୍ଟଏହି ମାମଲାର ପରବର୍ତ୍ତୀ ଶୁଣାଣି ତାରିଖ ଆସନ୍ତା ନଭେମ୍ବର ୬କୁ ଧାର୍ଯ୍ୟ କରିଛନ୍ତି ଓ ଏନ୍ଆଇଟିକୁ ନିଜର ଲିଖିତ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଗତ ଜୁନ୍ ମାସରେ ଦିଲ୍ଲୀର ଆଇନଜୀବୀ ବଶିଷ୍ଠ ରାୟ ଓ ଅନ୍ୟ ଦୁଇଜଣ ସିଭିଲ୍ ସୁଟ୍ ଦାଖଲ କରିଥିଲେ। ଏହି ମୂଳ ଆବେଦନରେ, ରାଉରକେଲା ବନଖଣ୍ଡ ଅଧିକାରୀଙ୍କ ଦ୍ୱାରା ଏନ୍ଆଇଟିକୁ ପ୍ରକଳ୍ପ ନିର୍ମାଣ ପାଇଁ କ୍ୟାମ୍ପସରୁ ୧,୮୭୨ ଟି ଗଛ କାଟିବା ପାଇଁ ଦିଆଯାଇଥିବା ଅନୁମତିକୁ ବେଆଇନ ବା ଅବୈଧ ଘୋଷଣା କରିବାକୁ ପ୍ରାର୍ଥନା କରାଯାଇଥିଲା। ଏହାସହ ଗଛ କଟା ଉପରେ ତୁରନ୍ତ ରୋକ୍ ଲଗାଇବା ପାଇଁ ଦୁଇଟି ମଧ୍ୟବର୍ତ୍ତୀକାଳୀନ ଆବେଦନ ମଧ୍ୟ କରାଯାଇଥିଲା। ଏହି ମାମଲାକୁ ଏଡ଼ାଇବା ପାଇଁ ଏନ୍ଆଇଟି ପକ୍ଷରୁ ଗତ ଜୁଲାଇ ୬ ତାରିଖରେ କୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା, ତେବେ ନ୍ୟାୟାଳୟ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଏନ୍ଆଇଟି କ୍ୟାମ୍ପସ ପରିସରରେ ସିଭିଲ୍ ଇଞ୍ଜିନିୟରିଂ ବିଭାଗର ନୂତନ ଗୃହ ନିର୍ମାଣ କରାଯିବ। ଏହାର ପ୍ଲିନ୍ଥ ଏରିଆ ୨୮ ହଜାର ବର୍ଗ ମିଟର ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୬ ହଜାର ବର୍ଗମିଟର ଅଞ୍ଚଳ ଉପରେ ନିର୍ମାଣକାର୍ଯ୍ୟ କରାଯିବ। ଏହି ପ୍ରକଳ୍ପ ପାଇଁ ପ୍ରାୟ ୯୧ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ବର୍ତ୍ତମାନ ନ୍ୟାୟାଳୟର ନିଷ୍ପତ୍ତି ପରେ ପ୍ରକଳ୍ପର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାସହ ଗଛ କଟାକୁ ନେଇ ଆଇନଗତ ଲଢ଼େଇ ଆହୁରି ଜୋରଦାର ହେବାର ସମ୍ଭାବନା ସର୍ବାଧିକ

