ଓଜିବିରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ
ଓଜିବିରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ
ଓଜିବିରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ
ଭୁବନେଶ୍ବର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ, ପିପିଲି ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଇଛି। ଏହି ଅବସରରେ ୱାକାଥନ୍ ଆୟୋଜନ କରାଯାଇଥିଲା। ଏଥିରେ ଆଞ୍ଚଳିକ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇଥିଲେ। ଏହି ଅଭିଯାନରେ ବିଏମ୍ସି, ସାକ୍ଷୀଗୋପାଳ, ଅଳରପୁର ଓ ପିପିଲି ଶାଖା ପକ୍ଷରୁ ବୃକ୍ଷରୋପଣ କରାଯାଇଥିଲା। ସାକ୍ଷୀଗୋପାଳ ଶାଖା ପକ୍ଷରୁ ଜୁଏଲ୍ ଆପ୍ରେଜର୍ ଓ ବ୍ୟବସାୟ ପ୍ରତିନିଧିମାନଙ୍କ ସହ ଏକ ସ୍ୱତନ୍ତ୍ର ବୈଠକ ହୋଇଥିଲା। ବାଲଙ୍ଗା ଶାଖା ପକ୍ଷରୁ ଏହି ଅବସରରେ ଗ୍ରାହକ ଅଭିଯୋଗ ଶୁଣାଣି ଓ ସମାଧାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅଭିଯାନ ମାଧ୍ୟମରେ କର୍ମଚାରୀ, ଗ୍ରାହକ ଓ ସମାଜର ସମସ୍ତ ବର୍ଗଙ୍କୁ ଦୁର୍ନୀତି ବିରୋଧରେ ଏକଜୁଟ ହେବା ସହ ସଚ୍ଚୋଟତାକୁ ଜୀବନର ଅଂଶ କରିବାକୁ ଆହ୍ୱାନ ଦିଆଯାଇଥିଲା।

