ଜାତୀୟ ସିଏ ଛାତ୍ର ସମ୍ମିଳନୀ ଉଦ୍ଘାଟିତ: Ommtv Kalinga Vikas
ଜାତୀୟ ସିଏ ଛାତ୍ର ସମ୍ମିଳନୀ ଉଦ୍ଘାଟିତ: Ommtv Kalinga Vikas
ଜାତୀୟ ସିଏ ଛାତ୍ର ସମ୍ମିଳନୀ ଉଦ୍ଘାଟିତ: Ommtv Kalinga Vikas
BBSR, ୧୬/୭(KV): ଭାରତୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ସଂସ୍ଥା (ଆଇସିଏଆଇ) ର ବୋର୍ଡ ଅଫ୍ ଷ୍ଟଡିଜ୍ (ଅପରେସନ୍ସ) ଓ ଆଇସିଏମଆଇର ପୂର୍ବ ଭାରତ ଅଞ୍ଚଳ ପରିଷଦର ଭୁବନେଶ୍ୱର ଶାଖା ଆୟୋଜିତ ଜାତୀୟ ସିଏ ଛାତ୍ର ସମ୍ମିଳନୀ ଆଜି ମଞ୍ଚେଶ୍ବର ରେଲୱେ ଅଡିଟୋରିଅମରେ ଉଦ୍ଘାଟିତ ହୋଇଯାଇଛି। ‘ଆରଏଆଇଡ଼ି’ ବିଷୟଭିତ୍ତିକ ଏହି ସମ୍ମିଳନୀରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ସିଏ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ କରିଥିଲେ। ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ କନକବର୍ଧନ ସିଂଦେଓ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସିଏ ଶିକ୍ଷାପ୍ରତି ଉତ୍ସାହିତ କରିଥିଲେ। ବ୍ରହ୍ମଗିରି ବିଧାୟକ ସ୍ମିତି ଉପାସନା ମହାପାତ୍ର ସମ୍ମାନିତ ଅତିଥିଭାବେ ଯୋଗଦେଇ ସିଏ ଶିକ୍ଷାର ଗୁରୁତ୍ବ ବର୍ତ୍ତମାନ ସମୟରେ କେତେ ଗୁରୁତ୍ବପୂର୍ଣ୍ଣ ବୋଲି ଦର୍ଶାଇଥିଲେ। ସିଏ ଦୀପକ କୁମାର କେଡିଆ, ଆଇପିଏସ ଆଜି ନ୍ୟାସନାଲ୍ ସେକ୍ୟୁରିଟି ଗାର୍ଡ ଓ ପ୍ରସିଦ୍ଧ ସିଏ ପ୍ରଶାନ୍ତ ପଣ୍ଡା ଅନ୍ୟତମ ସମ୍ମାନିତ ଅତିଥିଭାବେ ଯୋଗଦେଇ ଉତ୍ସବରେ ସିଏ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ମୋଟିଭେସନ୍ ମନ୍ତ୍ର ପ୍ରଦାନକରିଥିଲେ।

ସଭାରେ ସିଏ ସଂଜୀବ ସାଂଘୀ, ମହେନ୍ଦ୍ର କୁମାର ସାହୁ ଏବଂ ସୌମ୍ୟ ସୁନିଲ ସାହୁ, ସତ୍ୟପ୍ରକାଶ ସେନା ଯୋଗଦେଇ ସିଏ ଶିକ୍ଷାର ଗୁରୁତ୍ବ ବିଷୟରେ ଆଲୋଚନା କରିଥିଲେ। ସମ୍ମିଳନୀର ବିବରଣୀ ପାଠ କରିଥିଲେ ସିଏ ଭିସି ଗୌତମ ଲେଙ୍କା, ଗଗନ ବିହାରୀ ଦାସ, ପ୍ରଣବ କିଶୋର ଦାସ, ସଶ୍ୱତ ତ୍ରିପାଠୀ, ଇଆଇସିଏଏସଏ ଦଳର ଆର୍ଚି ଅଗରୱାଲ, ସିଲୁ ପ୍ରଧାନ, ଶତ୍ୟପ୍ରକାଶ ଚିନାରା ଓ ପ୍ରବୀଣ ବାରା। ଶେଷରେ ସିଏ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ୱାନ୍ ଟୁ ୱାନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଦୁଇଦିନ ଧରି ଚାଲୁରହିବ ଯେଉଁଥିରେ ସିଏ ବର୍ତ୍ତମାନ ଶିକ୍ଷା ଖସଡ଼ାର ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟଭିକ୍ତିକ ଆଲୋଚନା ହେବ ବୋଲି ସୂଚନା ମିଳିଛି।
