EAST COAST RAILWAY GENERAL MANAGER INSPECTS TITLAGARH-MUNIGUDA SECTION
EAST COAST RAILWAY GENERAL MANAGER INSPECTS TITLAGARH-MUNIGUDA SECTION
BHUBANESWAR : 26 June 2026:Shri Parmeshwar Funkwal, General Manager of East Coast Railway, conducted a comprehensive inspection of the Titlagarh-Muniguda Section today. The inspection focused on reviewing the safety measures, traffic facilities, passenger amenities and the ongoing infrastructure works across several stations in the section.During the inspection, Shri Funkwal thoroughly reviewed the status of various traffic facility works, passenger amenities and infrastructure development projects at key stations along the route. He emphasized the importance of ensuring safe and smooth train operations and directed officials to take necessary precautions.Shri Funkwal also reviewed the progress of several ongoing infrastructure projects aimed at enhancing passenger facilities. These include improvements in parking areas, circulating areas, and landscaping at stations. He focused on the progress of station redevelopment works under the Amrit Station Scheme, which aims to elevate passenger experience across the network. The General Manager stressed upon timely completion of these critical projects, underscoring their significance in improving overall service quality for passengers.Shri Subash C Chaudhary, Divisional Railway Manager, Sambalpur and other senior officials from Railway were present during the inspection and contributed to the discussions on project timelines and safety measures.

ଭୁବନେଶ୍ୱର, ୨୬ ଜୁନ୍ ୨୦୨୬:ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ପରମେଶ୍ବର ଫୁଙ୍କୱାଲ ଆଜି ଟିଟିଲାଗଡ-ମୁନିଗୁଡ଼ା ସେକ୍ସନକୁ ବିସ୍ତୃତ ଭାବେ ନିରୀକ୍ଷଣ କରିଛନ୍ତି । ଏହି ନିରୀକ୍ଷଣ ସମୟରେ ରେଳ ସେକ୍ସନର ବିଭିନ୍ନ ଷ୍ଟେସନରେ ନିରାପତ୍ତା ବ୍ୟବସ୍ଥା, ଟ୍ରାଫିକ୍ ସୁବିଧା, ଯାତ୍ରୀଙ୍କ ସୁବିଧା ଏବଂ ଚାଲୁରହିଥିବା ଭିତ୍ତିଭୂମି କାର୍ଯ୍ୟ ଉପରେ ସମୀକ୍ଷା କରାଯାଇଥିଲା।ମହାପ୍ରବନ୍ଧକ ମଧ୍ୟ, ନିରାପଦ ଏବଂ ସୁଗମ ଟ୍ରେନ୍ ଚଳାଚଳ କାର୍ଯ୍ୟ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଯାତ୍ରୀ ସୁବିଧା ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଥିବା ଅନେକ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ଉପରେ ମଧ୍ୟ ଶ୍ରୀ ଫୁଙ୍କୱାଲ ସମୀକ୍ଷା କରିଛନ୍ତି। ଏଥିମଧ୍ୟରେ ପାର୍କିଂ କ୍ଷେତ୍ରରେ ଉନ୍ନତି, ସର୍କୁଲଟିଂ ଏରିଆ ବା ଚଳପ୍ରଚଳ କ୍ଷେତ୍ର ଏବଂ ଷ୍ଟେସନରେ ଲ୍ୟାଣ୍ଡସ୍କେପ୍ ଅନ୍ତର୍ଭୁକ୍ତ |ଏଥିସହ ସମଗ୍ର ନେଟୱାର୍କରେ ଯାତ୍ରୀଙ୍କ ଅନୁଭୂତିକୁ ଆହୁରି ଉନ୍ନତ କରିବା ଲକ୍ଷ୍ୟରେ ‘ଅମୃତ ଭାରତ ଷ୍ଟେସନ ଯୋଜନା’ ଅଧୀନରେ ଚାଲିଥିବା ଷ୍ଟେସନ ପୁନଃବିକାଶ କାର୍ଯ୍ୟର ଅଗ୍ରଗତି ଉପରେ ସେ ବିଶେଷ ଧ୍ୟାନ ଦେଇଥିଲେ।ଯାତ୍ରୀମାନଙ୍କ ପାଇଁ ସାମଗ୍ରିକ ସେବା ଗୁଣବତ୍ତାରେ ଉନ୍ନତି ଆଣିବା ଦିଗରେ ଏହି ସବୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର ମହତ୍ତ୍ଵକୁ ରେଖାଙ୍କିତ କରି ମହାପ୍ରବନ୍ଧକ ଏଗୁଡ଼ିକୁ ସମୟସୀମା ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ମହାପ୍ରବନ୍ଧକଙ୍କ ନିରୀକ୍ଷଣ ସମୟରେ ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ସୁବାଷ ଚନ୍ଦ୍ର ଚୌଧରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ଏବଂ ପ୍ରକଳ୍ପ ସମୟସୀମା ଏବଂ ନିରାପତ୍ତା ଓ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନାରେ ସହଯୋଗ କରିଥିଲେ।
