ଶ୍ରୀବାଣୀ କ୍ଷେତ୍ରରେ ସ୍ନାନପୂର୍ଣ୍ଣିମା

ଶ୍ରୀବାଣୀ କ୍ଷେତ୍ରରେ ସ୍ନାନପୂର୍ଣ୍ଣିମା

ଶ୍ରୀବାଣୀ କ୍ଷେତ୍ରରେ ସ୍ନାନପୂର୍ଣ୍ଣିମା

ଶ୍ରୀବାଣୀ କ୍ଷେତ୍ରରେ ସ୍ନାନପୂର୍ଣ୍ଣିମା

:  ଆଜି ସକାଳୁ ବଡ଼ ଧୂମଧାମରେ ଶ୍ରୀବାଣୀ କ୍ଷେତ୍ର କିସ୍ ଜଗନ୍ନାଥ ମନ୍ଦିର ପରିସର‌ ସ୍ନାନମଣ୍ଡପରେ ଶ୍ରୀଜୀଉଙ୍କ ସ୍ନାଡ଼ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି। ଏହିଅବସରରେ ଶତାଧିକ ଶ୍ରର୍ଦ୍ଧାଳୁମାନଙ୍କ ସମାଗମ ଦେଖିବାକୁ ମିଳିଥିଲା। ପବିତ୍ର ଦେବ ସ୍ନାନପୂର୍ଣ୍ଣିବା ଅବସରରେ ସକାଳ ପ୍ରାୟ ୫ଟା ବେଳେ ମହାପ୍ରଭୂଙ୍କ ମନ୍ଦିର ପହଡ଼ ଖୋଲାଯାଇ ସକାଳ ଆଳତୀ କରାଯାଇଥିଲା। ପରେ ସେବାୟତମାନେ ଠାକୁରଙ୍କୁ ସ୍ନାନ ମଣ୍ଡପକୁ ପହଣ୍ଡିକରି ଆଣିଥିଲେ। ପହଣ୍ଡି କାର୍ଯ୍ୟକ୍ରମ ବେଳେ ସେବାୟତମାନେ ପହଣ୍ଡି କରିବା ସହିତ ଅନ୍ୟ ସେବାୟତମାନେ ଚଅଁର, ଛତ୍ର, ପଙ୍ଖା ବିଞ୍ଚି ଠାକୁରଙ୍କୁ ବାଣା, ତୁରୀ ମହୁରୀ ବଜାଇ ସ୍ନାନ ମଣ୍ଡପକୁ ପାଛୋଟି ଆଣିଥିଲେ। ସେଠାରେ ମଙ୍ଗଳଆରତୀ କରାଯାଇଥିଲା। ପ୍ରାୟ ୬ଟାରେ ମହାସ୍ନାନ ଆରମ୍ଭ ହୋଇଥିଲା। ଯେଉଁଥିରେ ମନ୍ଦିର ପରିଚାଳନା କମିଟିର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ ଅନ୍ୟ ସେମାୟତମାନେ ତିନି ଠାକୁରଙ୍କୁ ସ୍ନାନ କରାଇଥିଲେ। ଠାକୁରଙ୍କୁ ପଇତା ପୋଷାକ ପିନ୍ଧାଯାଇ ‌ସାଲୁ ଲାଗି କରାଯିବାପରେ ସୁନା କୂଅରୁ ୧୦୮ ଗରା ପାଣି ଆଣି ସ୍ନାନ କରାଯାଇଥିଲା । ଏହି ମହାସ୍ନାନ ଶେଷ ହେବାପରେ ପ୍ରାୟ ୮ଟା ବେଳେକୁ ପ୍ରଭୁଙ୍କ ଅବକାଶ, ମଇଲମ କରାଯାଇ ସୂର୍ଯ୍ୟ ପୂଜା ଓ ଚନ୍ଦ୍ରମା ପୂଜା କରାଯାଇଥିଲା। ଏହାପରେ ସୁଗନ୍ଧିତ ଫୁଲଦ୍ବାରା ଠାକୁରଙ୍କୁ ଚନ୍ଦନଲେପ କରାଯାଇ ଗଜବେସ ବା ହାତୀ ବେସ ନିମନ୍ତେ ସ୍ବତନ୍ତ୍ର ସଜବାଜ କରିଥିଲେ ଚୁନରୀ ସେବକ, ଠାକୁରଙ୍କୁ ହାତୀ ବେଶ କରାଇବାପରେ ଆଳତୀ ଲାଗି କରାଯାଇଥିଲା। ଏହି ବେଶରେ ମହାପ୍ରଭୁ  ସମସ୍ତ ଶ୍ରଦ୍ଧାଳୁମାନଙ୍କୁ ଦିନ ତମାମ ଦର୍ଶନ ଦେଇଥିଲେ। ଭକ୍ତମାନେ ଚାହିଁଲି ଏହି ସମୟରେ ଭୋଗଲାଗି କରିବାର ସୁଯୋଗ ପାଇଥିଲେ। ସଂଧ୍ୟାରେ ସଂଧ୍ୟା ଆଳତୀ କରାଯାଇ ସ୍ନାନ ମଣ୍ଡପ ନିକଟରେ ଭଜନ ଜଣାଣ  ସଂସ୍କୃତିକ କାର୍ଯ୍ୟକ୍ରମ‌ ଅନୁଷ୍ଠିତ ହୋଇଥିଲା। ସଂଧ୍ୟା ମନୋହର ଭଜନ ଜଣାଣ ଶ୍ରବଣପରେ ଆଳତୀ ହୋଇ ଶେଷରେ ପହଣ୍ଡିରେ ମହାପ୍ରଭୂ ଶ୍ରୀ ମନ୍ଦିର ଭିତରେ ପ୍ରବେଶକରି ଅଣସରକୁ ଚାଲିଯାଇଥିଲେ। ଅଣସରରେ ଥିବା ହେତୁ ଠାକୁରଙ୍କ ମନ୍ଦିର ଭିତର ଦ୍ବାର ନିକଟରେ ପଟିପୂଜା ପାଇଁ ବିଳମ୍ବିତ ରାତିରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶ୍ରୀ ବାଣୀ କ୍ଷେତ୍ର ବ୍ୟତିତ ପଟିଆ ଶ୍ରୀ ଜଗନ୍ନାଥ ମନ୍ଦିର, ଶୈଳଶ୍ରୀବିହାର ଶ୍ରୀ ଜଗନ୍ନାଥ ମନ୍ଦିର, ମଞ୍ଚେଶ୍ବର ରେଲୱେ କଲୋନି ଶ୍ରୀ ଜଗନ୍ନାଥ ମନ୍ଦିର, ଆରସିଏମ ଶ୍ରୀ ଜଗନ୍ନାଥ ମନ୍ଦିର ଏବଂ ଭିଏସଏସ ନଗର ଶ୍ରୀ ଜଗନ୍ନାଥ ମନ୍ଦିର ଗୁଡ଼ିକରେ ଦେବ ସ୍ନାନପୂର୍ଣ୍ଣିମା ବଡ଼ ଧୂମଧାମରେ ପାଳିତହୋଇଛି।