ବିଏମସି ସମସ୍ୟା ବିଝିବାର ନାହିଁ, ଜନବସତିରେ ପୁଣି ଗଦାଇଲେ ଅଳିଆ

ବିଏମସି ସମସ୍ୟା ବିଝିବାର ନାହିଁ, ଜନବସତିରେ ପୁଣି ଗଦାଇଲେ ଅଳିଆ

ବିଏମସି ସମସ୍ୟା ବିଝିବାର ନାହିଁ, ଜନବସତିରେ ପୁଣି ଗଦାଇଲେ ଅଳିଆ

ବିଏମସି ସମସ୍ୟା ବିଝିବାର ନାହିଁ, ଜନବସତିରେ ପୁଣି ଗଦାଇଲେ ଅଳିଆ

ଚନ୍ଦ୍ରଶେଖରପୁର, ୨୮/୬(ଇମିସ):  ସୈନିକ ସ୍କୁଲ ଟିଟିଏସ୍‌ (ଟେମ୍ପରାରି ଟ୍ରାନ୍‌ଜିଟ୍‌ ଷ୍ଟେସନ୍‌) ରେ ଆବର୍ଜନାରେ ଭରିଯିବାରୁ ଏବେ ଅଳିଆ ଗଦାଇବା ପାଇଁ ନୂଆ ସ୍ଥାନ ନିରୁପଣ କରିଛି ବିଏମସି। ମଞ୍ଚେଶ୍ବର ରେଲୱେ ଖେଳପଡ଼ିଆ ଓ ପାତ୍ର ବସ୍ତି ଏବଂ ରେଲୱେ କଲୋନି ମଧ୍ୟରେଥିବା ଫାଙ୍କା ପଡ଼ିଆରେ ଗତ କିଛି ଦିନ ହେବ କୁଢ଼କୁଢ଼ ଅଳିଆ ଆଣି ବିଏମସି ଗାଡ଼ି ଗଦାଇବାରେ ଲାଗିଛି। ସ୍ଥାନୀୟ ଲୋକ ଅଭିଯୋଗ କରିବାରୁ ଏନେଇ ବିଏମସିକୁ ଅଭିଯୋଗ କରବୋଲି ଦର୍ଶାଉଛନ୍ତି କର୍ମଚାରୀ। ପ୍ରତିଉତର ଦେବାରୁ ଲୋକଙ୍କୁ ମାଡ଼ିଗୋଡ଼ାଉଛନ୍ତି ବିଏମସି ଗାଡ଼ି ଚଲାଉଥିବା ଚାଳକ। କିଛି ଦିନ ଏହି ଅଳିଆ ସ୍ଥାନରେ ଗ୍ରୀନ୍ ପାଲ ଖୋଡ଼ାଇଦେଇଥିଲେ। ଯାହାଏବେ ଛିଡ଼ି ଯିବାପରେ ଖୋଲାମେଲା ହୋଇ ଅଳିଆ ରାସ୍ତାରେ ପଡ଼ିଛି। ଏହି ଅଞ୍ଚଳରେ ଦୃଗନ୍ଧ ହେଉଥିବାରୁ ଲୋକମାନେ ବିଭିନ୍ନ ସମସ୍ୟାରେ ପଡ଼ି ସ୍ଥାନୀୟ କପୋର୍ରେ‌ଟରଙ୍କ ନିକଟରେ ଅଭିଯୋଗ ଜଣାଇଛନ୍ତି। ମାତ୍ର ଲୋକପ୍ରତିନିଧିଙ୍କ ମଧୁଚନ୍ଦ୍ରିକା ପାଇଁ ସମସ୍ୟାର ସମାଧାନ ହେବ ପରିବର୍ତେ ପ୍ରତିଦିନ ଏଠାରେ କିଛି କିଛି ଅଳିଆ ଗଦାଯାଇ ଏଠାରେ ମଧ୍ୟ ଅଳିଆ ପାହାଡ଼ ସୃଷ୍ଟିହେଲାଣି। ସୈନିକ ସ୍କୁଲ ଟିଟିଏସ୍‌ ସ୍ଥାନାନ୍ତର ନେଇ ସାଧାରଣ ଲୋକ ଓ ବିଭିନ୍ନ ସଂଙ୍ଗଠନ ତରଫରୁ କୋର୍ଟ ଯାଏ କଥାଯାଇଥିଲା ବେଳେ ଏହି ନୂଆ ସ୍ଥାନରେ ଅଳିଆଗଦାଇବା ଏବେ ବୋଝ ଉପରେ ଲଳିତାବିଡ଼ା ସାଜିଛି। ଦୁର୍ଗନ୍ଧମୟ ପରିବେଶରେ ଜୀବନଜାପନ କରିବାଳ ବିପଦମୟ ହୋଇଥିଲେ ମଧ୍ୟ କାହାକୁ ଗୁହାରି କଲେ ସମସ୍ୟାର ସମାଧାନ ହେବବୋଲି ସ୍ଥାନୀୟଲୋକ ବାଟ ପାଉ ନହାଁନ୍ତି। ‌ଯାହାନେଇ ଶେଷରେ ସେଠାକୁ ଆସୁଥିବା ଅଳିଆଗାଡ଼ି ଓ ସେମାନଙ୍କ ଚଳକଙ୍କୁ ଅଟକରଖି ଆଇନକୁ ହାତକୁନେବାପାଇଁ ସ୍ଥାନୀୟ ବାସିନ୍ଦା ମେଳି ବାନ୍ଧିଲେଣି।