ଦେବଧାରାର ଭାରତ ଉତ୍ସବ

ଦେବଧାରାର ଭାରତ ଉତ୍ସବ

ଦେବଧାରାର ଭାରତ ଉତ୍ସବ

ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ପ୍ରଚାର ଓ ସଂରକ୍ଷଣ ପାଇଁ ଦେବଧାରା ପକ୍ଷରୁ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରର ଉତ୍କଳ ରଙ୍ଗମଞ୍ଚରେ ଭାରତ ଉତ୍ସବ ଆୟୋଜିତ ହୋଇଯାଇଛି। ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ସହଯୋଗରେ ଆୟୋଜିତ ଏହି ଉତ୍ସବରେ ଖ୍ୟାତନାମା କଳାକାର ଓ ଓଡ଼ିଶୀ ନୃତ୍ୟର ସାଧକମାନେ ଏକତ୍ରିତ ହୋଇ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପାଳନ କରିଥିଲେ।ଗୁରୁ ଗଜେନ୍ଦ୍ର ପଣ୍ଡା ଓ ସାଥୀ, ଗୁରୁ ନିରଞ୍ଜନ ରାଉତ ଓ ଏବଂ ଗୁରୁ ଦୁର୍ଗାଚରଣ ରଣବୀର ଓ ସାଥୀଙ୍କ ପକ୍ଷରୁ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ନୃତ୍ୟ ପରିବେଷଣରେ ଓଡ଼ିଶୀର ଗଭୀରତା, ଲାବଣ୍ୟ, ଅଭିବ୍ୟକ୍ତିଶୀଳତା ଓ ସ୍ୱତନ୍ତ୍ର ନୃତ୍ୟଭାଷା ପ୍ରତିଫଳିତ ହୋଇଥିଲା। ଏହି ଅବସରରେ ଉତ୍ସବ ନିର୍ଦ୍ଦେଶକ ଗୁରୁ ବିନାୟକ ପଣ୍ଡା ଦେବଧାରାର ସ୍ୱର୍ଗତ ଗୁରୁଦେବ ପ୍ରସାଦ ଦାସଙ୍କ ଅନନ୍ୟ ଶୈଳୀ ଓ ପରମ୍ପରାର ପ୍ରଚାର ସହ ଓଡ଼ିଶାର ଶାସ୍ତ୍ରୀୟ, ଲୋକ ଓ ଆଦିବାସୀ କଳାର ସମୃଦ୍ଧ ପରମ୍ପରାକୁ ବ୍ୟାପକ ଦର୍ଶକଙ୍କ ନିକଟରେ ପହଞ୍ଚାଇବା ପ୍ରତି ଦେବଧାରାର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ।