ୟୁନିଟେକ ଭୁବନେଶ୍ୱର ୧ ୟୁନିଟ ମାଲିକମାନଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ

ୟୁନିଟେକ ଭୁବନେଶ୍ୱର ୧ ୟୁନିଟ ମାଲିକମାନଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ

ୟୁନିଟେକ ଭୁବନେଶ୍ୱର ୧ ୟୁନିଟ ମାଲିକମାନଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ
ୟୁନିଟେକ ଭୁବନେଶ୍ୱର ୧ ୟୁନିଟ ମାଲିକମାନଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ
 ଭୁବନେଶ୍ବର ୧ ୟୁନିଟ ଓନର୍ସ ୱେଲଫେୟାର ଆସୋସିଏସନ ପକ୍ଷରୁ ଆଜି ପ୍ରେସ ଛକ ଏନବିସିସି  ବିଲିଂ ନିକଟ ୟୁନିଟେକ
ସପିଂ ମଲ ପରିସରରେ ତୁରନ୍ତ ଦଖଲ ଏବଂ ମଲ ପରିଚାଳନା ଆରମ୍ଭ ଦାବିରେ ଏକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯାଇଛି  | ବର୍ଷ ବର୍ଷ ଧରି କମ୍ପାନୀର କୌଣସି ଦାୟିତ୍ୱବାନ ଅଧିକାରୀ ଉପଲବ୍ଧ ନାହାନ୍ତି। ଦାବି କଲେ କି ସମସ୍ୟା ଜଣାଇଲେ ଚିଠିର ଉତ୍ତର ମିଳୁନାହିଁ। ୨୯ ଜୁଲାଇ ୨୦୨୬ ବୈଠକରେ ପରିଚାଳନା କର୍ତ୍ତୃପକ୍ଷ ବୈଠକର ଲିଖିତ ବିବରଣୀ ଏବଂ ଅଗଷ୍ଟ ମାସରେ ସ୍ଥଳ ପରିଦର୍ଶନର ପ୍ରତିଶୃତି ଦେଇଥିଲେ। ମଲ କେବେ ଖୋଲିବ, କିଏ ଏହାର ପରିଚାଳନା ଓ ଲିଭିଂ କରିବ, କିମ୍ବା ବିକ୍ରି ସମୟରେ ପ୍ରତିଶ୍‌ରୁତ ମଲ୍ଟିପ୍ଲେକ୍ସ ଓ ଆଙ୍କର ଷ୍ଟୋର ଆଦୌ ଚୂଡ଼ାନ୍ତ ହୋଇଛି କି ନାହିଁ ଷ୍ଟୋର ମାଲିକମାନଙ୍କୁ ଜାଣିଇବା ଆବଶ୍ୟକ ରହିଛି । ଷୋଳ ବର୍ଷ ପରେ ମଧ୍ୟ ବିକ୍ରି ହୋଇଥିବା ୧୮୧ଟି ୟୁନିଟ ମଧ୍ୟରୁ ଗୋଟିଏ ମଧ୍ଯ ହସ୍ତାନ୍ତର ହୋଇନାହିଁ ଏବଂ ମଲ କେବେ ଖୋଲିନାହିଁ, ଯଦିଓ ଫେବୃଆରୀ ୨୦୨୦ରେ ହଁ ଆଂଶିକ ଦଖଲ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏମିତି ଅନେକ ସମସ୍ୟା ନେଇ ଧାରଣାକାରିମାନେ ନିଜର ଦାବି  ପ୍ରଶାସନ ନିକଟରେ ଉପସ୍ଥାପନା କରିଛନ୍ତି |