ଦାଦନ ପୁସ୍ତକ ଉନ୍ମୋଚିତ
: ପୁସ୍ତକ ଦାଦନ ଆଜି ଉନ୍ମୋଚିତ ହୋଇଯାଇଛି | ଋଣଗ୍ରସ୍ତ ପ୍ରବାସୀ ଶ୍ରମିକମାନଙ୍କ ଜୀବନ, ଅନୁଭୂତି ଓ ସମସ୍ୟାକୁ ନେଇ ଏହି ପ୍ରସ୍ତୁତ ପୁସ୍ତକ ଦାଦନ | ପରିସରରେ ଉନ୍ମୋଚିତ ହୋଇଛି। ଏହି ଅବସରରେ ବିଶିଷ୍ଟ ସାମାଜିକ କର୍ମୀ, ଲେଖକ, କାର୍ଯ୍ୟକର୍ତ୍ତା, ବିକାଶ କ୍ଷେତ୍ରର ପ୍ରତିନିଧି ଓ ବିଭିନ୍ନ ଅଂଶୀଦାରମାନେ ଯୋଗଦେଇ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ଶ୍ରୀ ଉମି ଡାନିଏଲ୍ ଅତିଥିମାନଙ୍କୁ ସ୍ୱାଗତ ଏହାପରେ ପୁସ୍ତକର କର୍ଟେନ୍ ରେଜର୍ ଓ ଆନୁଷ୍ଠାନିକ ଉନ୍ମୋଚନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅବସରପ୍ର ଆଇ ଏଏସ ଡ. ଅରବିନ୍ଦ ବେହେରା ଅଧ୍ୟକ୍ଷତା କରିଥିଲେ।
ଆଲୋଚନାରେ ଡ. ଅରବିନ୍ଦ ବେହେରା “ଦାଦନମୁକ୍ତ ଓଡ଼ିଶା”ର ଆହ୍ୱାନ ଦେଇ କହିଥିଲେ ଯେ ପ୍ରବାସନକୁ କେବଳ ବନ୍ଦ କରିହେବ ନାହିଁ; ବରଂ ଏହାକୁ ଅଧିକ ସୁରକ୍ଷିତ, ସୂଚନାଭିତ୍ତିକ ଓ ମାନବିକ କରିବା ଆବଶ୍ୟକ।
ମେଣ୍ଟର ଓ ପ୍ରତିଷ୍ଠାତା ସିୱାଇଏସଡି ଜଗଦାନନ୍ଦ ଏହି ପୁସ୍ତକକୁ ପ୍ରବାସୀ ଶ୍ରମିକଙ୍କ ଯନ୍ତ୍ରଣା, ଦୁଃଖ ଓ ବାସ୍ତବ ଜୀବନ କାହାଣୀର ଏକ ସମନ୍ୱିତ ଦସ୍ତାବିଜ ବୋଲି ବର୍ଣ୍ଣନା କରିଥିଲେ। ଡ. ଆଶା ହାନ୍ସ ପ୍ରବାସୀ ଶ୍ରମିକମାନଙ୍କୁ ସମୟୋପଯୋଗୀ ସୂଚନା ଓ ସହାୟତା ଯୋଗାଇବା ପାଇଁ ରିସୋର୍ସ ସେଣ୍ଟରଗୁଡ଼ିକର ସୁଚାରୁ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେଇଥିଲେ। ଭୃଗୁ ବକ୍ସିପାତ୍ର “ଦାଦନ” ଶବ୍ଦକୁ କେବଳ ରାଜନୈତିକ ବୟାନରେ ସୀମିତ ନକରିବା ସହ ପ୍ରବାସୀ ଶ୍ରମିକଙ୍କ ପାଇଁ ଓଡ଼ିଆ ଭାଷାରେ ସୂଚନା ଓ ଯୋଗାଯୋଗ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇଥିଲେ। ପ୍ରିୟା ଆବ୍ରାହାମ୍ ପ୍ରବାସନର ମାନବିକ ଦିଗ ଉପରେ ଆଲୋକପାତ କରିବା ସହ ମାଧ୍ୟମର ଦୃଷ୍ଟିକୋଣଠାରୁ ଆଗକୁ ବଢ଼ି ଶ୍ରମିକଙ୍କ ମର୍ଯ୍ୟାଦା ଓ ବାସ୍ତବ ଜୀବନକୁ କେନ୍ଦ୍ରରେ ରଖିବାକୁ କହିଥିଲେ। ଏହି ପୁସ୍ତକକୁ ଓଡ଼ିଶାର ପୂର୍ବତନ ଓ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ମଧ୍ୟ ଆଲୋଚନାରେ ପ୍ରସ୍ତାବ ଦିଆଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ ବୈଶାଖ, ଜ୍ୟୋତି ପ୍ରକାଶ, ଶ୍ରୀମତୀ ରାଖୀ ଘୋଷ, ମାନସ ମିଶ୍ର, ସେଲଭିନ୍ ଭୀମା ରାଓ ଏବଂ ବିସ୍ମୟ ମହାପାତ୍ର ଯୋଗଦେଇ ନିଜ ନିଜ ମତାମତ ରଖିଥିଲେ।