ସଚିବାଳୟ ମିଳିତ ସାଂସ୍କୃତିକ ପରିଷଦର ବାର୍ଷିକୋତ୍ସବ ଉଦ୍ଯାପିତ: ନାଟକ ‘ଅସତ୍ୟ ସହର’ ମଞ୍ଚସ୍ଥ
ସଚିବାଳୟ ମିଳିତ ସାଂସ୍କୃତିକ ପରିଷଦର ବାର୍ଷିକୋତ୍ସବ ଉଦ୍ଯାପିତ: ନାଟକ ‘ଅସତ୍ୟ ସହର’ ମଞ୍ଚସ୍ଥ
ସଚିବାଳୟ ମିଳିତ ସାଂସ୍କୃତିକ ପରିଷଦର ବାର୍ଷିକୋତ୍ସବ ଉଦ୍ଯାପିତ: ନାଟକ ‘ଅସତ୍ୟ ସହର’ ମଞ୍ଚସ୍ଥ
ଭୁବନେଶ୍ୱର: ସଚିବାଳୟ ମିଳିତ ସାଂସ୍କୃତିକ ପରିଷଦ ତରଫରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଦୁଇଦିନିଆ ବାର୍ଷିକ ଉତ୍ସବ ଉଦ୍ଯାପିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଶ୍ରୀମତୀ ଗର୍ଗ ଭିଜନ ଓଡ଼ିଶା, ଘରୋଇ ଉତ୍ପାଦନ ବୃଦ୍ଧି ଏବଂ ଆର୍ଥିକ ବିକାଶ ସମ୍ପର୍କ ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ। ୨୦୪୭ ସୁଦ୍ଧା ୧ କୋଟି ଓଡ଼ିଆଙ୍କୁ ନିଯୁକ୍ତି ସୁଯୋଗ ଦେବା ପାଇଁ ଲକ୍ଷ୍ୟ ରହିଥିବା ଏବଂ ବିକଶିତ ଓଡ଼ିଶା ଗଠନରେ ପର୍ଯ୍ୟଟନର ବିକାଶ ସମ୍ପର୍କରେ ସେ କହିଥିଲେ।ସାଂସ୍କୃତିକ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ରଖିଥିବା ପୁରୁଖା କର୍ମଚାରୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ୟ ଗୃହ, ଶିଳ୍ପ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, କାର୍ଯ୍ୟ କ୍ଷେତ୍ରରେ ଶୃଙ୍ଖଳାର ସହ କର୍ତ୍ତବ୍ୟ ନିର୍ବାହ ପାଇଁ ଆହ୍ବାନ ଦେଇଥିଲେ। ପରିଷଦର ସଭାପତି ପୀୟୂଷ ରଞ୍ଜନ ପରିଡ଼ା, ସାଧାରଣ ସମ୍ପାଦକ ମନୋରଞ୍ଜନ ପଟ୍ଟନାୟକ ବକ୍ତବ୍ୟ ଦେଇଥିଲେ। ଉପସଭାପତି ଅମିୟ କୁମାର ଦାସ ଧନ୍ୟବାଦ ଦେଇଥିଲେ। ଶେଷରେ ସ୍ବର୍ଗତ ବିଜୟ ମିଶ୍ରଙ୍କ ରଚିତ ତଥା ପ୍ରଶାନ୍ତ ପ୍ରହରାଜଙ୍କ ନିର୍ଦ୍ଦେଶିତ ନାଟକ ‘ଅସତ୍ୟ ସହର’ ମଞ୍ଚସ୍ଥ ହୋଇଥିଲା।

