ଜେସିବି ଡ୍ରାଇଭରଙ୍କୁ ଗୁଳି ମାରି ହତ୍ୟା, ରାଜଧାନୀ ଉପକଣ୍ଠ ଶିଶୁପାଳଗଡରେ ଚାଞ୍ଚଲ୍ୟ

ଧଉଳି: ଜେସିବି ଡ୍ରାଇଭରଙ୍କୁ ଗୁଳି ମାରି ହତ୍ୟା | ଗତକାଲି ରାତି ଗୋଟାଏବେଳେ ଭୁବନେଶ୍ୱର ଉପକଣ୍ଠ ଶିଶୁପାଳଗଡ଼ରେ ତପୁ ନାୟକ ନାମକ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ୫ ଜଣ ଯୁବକ ଗୁଳି ମାରି ହତ୍ୟା କରିଛନ୍ତି l ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି l  ଅଭିଯୋଗ ଅନୁଯାୟୀ, ପାଞ୍ଚରୁ ଛଅ ଜଣ ଯୁବକ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ମୃତ ତପୁ ଭରତପୁର ଥାନା ଅଧୀନ ସୀତାରାମବସ୍ତିର ବାସିନ୍ଦା ହୋଇଥିବାବେଳେ ସେ ଜଣେ ଜେସିବି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ | ଏହି ଘଟଣାରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏପଟେ ପୁଅକୁ ହରାଇ ଭାଙ୍ଗି ପଡ଼ିଛନ୍ତି ପରିବାର। ଥାନାରେ ପହଞ୍ଚି ନ୍ୟାୟ ପାଇଁ କାନ୍ଦି କାନ୍ଦି ଗୁହାରି କରୁଛନ୍ତି ମୃତ ଯୁବକଙ୍କ ବାପା ଓ ମାଆ। ତେବେ କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଲା, ତାହା ଏବେ ଅସ୍ପଷ୍ଟ ରହିଛି। ପୋଲିସର ତଦନ୍ତ ପରେ ହିଁ ଘଟଣାର ପ୍ରକୃତ କାରଣ ଜଣାପଡ଼ିବ।