୯୭.୪୧ ଲିଟର ଦେଶୀ ଓ ବିଦେଶୀ ମଦ ଜବତ, ୪ ଜଣ ଗିର
୯୭.୪୧ ଲିଟର ଦେଶୀ ଓ ବିଦେଶୀ ମଦ ଜବତ, ୪ ଜଣ ଗିର
୯୭.୪୧ ଲିଟର ଦେଶୀ ଓ ବିଦେଶୀ ମଦ ଜବତ, ୪ ଜଣ ଗିରଫ
ବିନିକା : ଆଜି (ଶୁକ୍ରବାର) ସୋନପୁର ଭ୍ରାମ୍ୟମାଣ ଓ ବିନିକା ଅବକାରୀ ବିଭାଗର ମିଳିତ ଚଢ଼ାଉରେ ବିନିକା ଅବକାରୀ ଥାନା ଅଞ୍ଚଳରେ ଏକାଧିକ ସ୍ଥାନରୁ ଭାରତରେ ପ୍ରସ୍ତୁତ ବିଦେଶୀ ଓ ଦେଶୀମଦ ଜବତ କରାଯାଇଛି। ଏହି ମାମଲରେ ୪ଜଣଙ୍କୁ ଗିରଫ କରାଯାଇଛି। ଜବତ ହୋଇଥିବା ମଦ ମଧ୍ୟରେ, ଇଣ୍ଡିଆନ୍ ମେଡ଼୍ ଫରେନ ଲିକର (୨୮.୧୧)ଲିଟର, ବିଅର -୧୪.୩ ଲିଟର, ଓ ଆଉଟ୍ ଷ୍ଟିଲ ଲିକର୍ (ମହୁଲିମଦ)- ୫୫ ଲିଟର, ଏଭଳି ମୋଟ ୯୭.୪୧ ଲିଟର ରହିଛି। ବିନିକା ଅବକାରୀ ଥାନା ଓଆଇସି ଟଙ୍କଧାର କ୍ରିଷ୍ଣ ଧରପଗଡ଼ ନେଇ ସୂଚନା ଦେଇଛନ୍ତି। ସୂଚନାନୁସାରେ, ୪ ଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଗିରଫହୋଇଥିବା ବ୍ୟକ୍ତିମାନେ ହେଲେ, ଡ଼ୁଙ୍ଗୁରୀପାଲି ବ୍ଳକ ସମରଚିପା ଗ୍ରାମର ଇଶ୍ବର ସାହୁ, ପ୍ରମୋଦ ସାହୁ, ବଡ଼କଲ୍ଲେ ଗ୍ରାମର ଶତୃଘନ ବେହେରା ଓ ବିନିକା ବ୍ଳକ ଜୁଲୁଣ୍ଡା ଗ୍ରାମର ଗାନ୍ଧି ବେହେରା । ଏହି ଚଢ଼ାଉରେ ସୁବର୍ଣ୍ଣପୁରଜିଲ୍ଲା ଭ୍ରାମ୍ୟମାଣ ଆଇଆଇସି ଗୋବିନ୍ଦ ନାଏକ ସମେତ ଭ୍ରାମ୍ୟମାଣ ଟିମ ଓ ବିନତିକା ଅବକାରୀ ଟିମ ସାମିଲ ଥିଲେ।

