ଆରିଷ୍ଟୋ ଆଇ କେୟାର ହସ୍ପିଟାଲ୍ ଉଦ୍‌ଘାଟିତ

ଆରିଷ୍ଟୋ ଆଇ କେୟାର ହସ୍ପିଟାଲ୍ ଉଦ୍‌ଘାଟିତ

ଆରିଷ୍ଟୋ ଆଇ କେୟାର ହସ୍ପିଟାଲ୍ ଉଦ୍‌ଘାଟିତ

ଆରିଷ୍ଟୋ ଆଇ କେୟାର ହସ୍ପିଟାଲ୍ ଉଦ୍‌ଘାଟିତ

 

ଚନ୍ଦ୍ରଶେଖରପୁର, ୧/୭(ଇମିସ): କିଟ୍ ଛକରେ ଆଜି ଉଦ୍‌ଘାଟିତ ହୋଇଯାଇଛି ଆରିଷ୍ଟୋ ଆଇ କେୟାର ହସ୍ପିଟାଲ। ଏହା ପ୍ରକୃତି ଟାୱାରର ପ୍ରଥମ ମହଲାରେ ଅବସ୍ଥିତ। ଅତ୍ୟାଧୁନିକ ଚିକିତ୍ସା ସୁବିଧା, ଅଭିଜ୍ଞ ଚକ୍ଷୁ ବିଶେଷଜ୍ଞ ଏବଂ ରୋଗୀ ସେବା ସହ ଚକ୍ଷୁ ଚିକିତ୍ସା ଯୋଗାଇବା ଏହି ହସ୍ପିଟାଲର ମୂଳ ଲକ୍ଷ ବୋଲି ଏଠାକାର ଡ଼ାକ୍ତରମାନେ ମତପ୍ରକାଶ କରିଛନ୍ତି। ମୋତିଆବିନ୍ଦୁ, ରେଟିନା ଜନିତ ସମସ୍ୟା, କର୍ନିଆ ରୋଗ, ଦୃଷ୍ଟିଶକ୍ତି କମଯିବା ଏବଂ ଅନ୍ୟ ସମସ୍ୟାର ସମାଧାନ ଏଠାରେ ଗୁଣାତ୍ମକ ଚକ୍ଷୁସେବା କରାଯିବ। ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ହସ୍ପିଟାଲକୁ ଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଛନ୍ତି। ହସ୍ପିଟାଲ ପ୍ରତିଷ୍ଠାତା ତଥା ନିର୍ଦେଶକ ଡ଼ା. ଶ୍ରୀକାନ୍ତ କୁମାର ସାହୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏଠାରେ ଆଖିର ସମସ୍ତ ପ୍ରକାର ଚିକିତ୍ସା ଲଗଜରି ମାଧ୍ୟମରେ ଉପଲବ୍ଧ ରହିବ ବୋଲି କହିଥିଲେ।