କିଟ୍ ରେ ମାନବ ସମ୍ବଳ ସମ୍ମିଳନୀ ୨୦୨୬
କିଟ୍ ରେ ମାନବ ସମ୍ବଳ ସମ୍ମିଳନୀ ୨୦୨୬
କିଟ୍ ରେ ମାନବ ସମ୍ବଳ ସମ୍ମିଳନୀ ୨୦୨୬
: କିଟ୍ ରେ ମାନବ ସମ୍ବଳ କନକ୍ଲେଭ୍-୨୦୨୬ ଆଜି ଅନୁଷ୍ଠିତ ହୋଇଯାଇଛି। କିଟ୍ ସ୍କୁଲ୍ ଅଫ୍ ରୁରାଲ୍ ମ୍ୟାନେଜମେଣ୍ଟ ପକ୍ଷରୁ ଆୟୋଜିତ ଏହି କନକ୍ଲେଭ୍ରେ କୃଷି ବ୍ୟବସାୟ, ମାନବ ସମ୍ବଳ ପରିଚାଳନା ଓ ଭବିଷ୍ୟତର କର୍ମକ୍ଷେତ୍ର ସମ୍ପର୍କରେ ଆଲୋଚନା ହୋଇଥିଲା। ସମ୍ମିଳନୀର ବିଷୟବସ୍ତୁ ଥିଲା ପିପଲ ଷ୍ଟ୍ରାଟେଜିଜ ଫର ସଷ୍ଟେନେବଲ ଫ୍ୟୁଚର ଇନ ଆଗ୍ରିବିଜିନେସ ଆଣ୍ଡ ଡେଭେଲେପମେଣ୍ଟ ସେକ୍ଟର। ଏହି ଅବସରରେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର କମିଶନର ତଥା ସଚିବ ସଚିନ ରାମଚନ୍ଦ୍ର ଯାଦବ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲିସିନ ଲାଇଟ୍ସ ଗ୍ରୁପ୍ର ଚେୟାରମ୍ୟାନ୍ କମଲେଶ ଶାହ ଏବଂ କିଟ୍ର ଉପକୁଳପତି ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ। ଶ୍ରୀ ଯାଦବ କହିଲେ, କୃଷି ଓ କୃଷି ବ୍ୟବସାୟ କ୍ଷେତ୍ରରେ ଭବିଷ୍ୟତର ଚ୍ୟାଲେଞ୍ଜ ମୁକାବିଲା ପାଇଁ ଛାତ୍ରଛାତ୍ରୀମାନଙ୍କୁ ନିରନ୍ତର ଭାବେ ନିଜ ଦକ୍ଷତା ବୃଦ୍ଧି କରିବାକୁ ହେବ। ନଚେତ୍ ଅନେକ କ୍ଷେତ୍ରରେ ମେସିନ୍ ମଣିଷଙ୍କ ସ୍ଥାନ ନେଇପାରେ। ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଲିସିନ ଲାଇଟ୍ସ ଗ୍ରୁପ୍ର ଚେୟାରମ୍ୟାନ୍ କମଳେଶ ଶାହ କହିଲେ କୃଷି ବ୍ୟବସାୟ ଓ ବିକାଶ କ୍ଷେତ୍ରରେ ସ୍ଥାୟୀ ନେତୃତ୍ୱ ଗଠନ ଆଜିର ସମୟର ସବୁଠାରୁ ବଡ଼ ଆହ୍ୱାନ। କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ଓ ବିଶେଷଜ୍ଞମାନଙ୍କୁ ନେଇ ଦିବସ ବ୍ୟାପୀ ପ୍ୟାନେଲ୍ ଆଲୋଚନା ମଧ୍ୟ ହୋଇଥିଲା। ଏଥିରେ ଲୋକ ଓ ସଂସ୍କୃତି, ରଙ୍ଗ ଦେ ର ଉପସଭାପତି ତ୍ରେସା ଜର୍ଜ, ଲିସିନ ଲାଇଟ୍ସ ଗ୍ରୁପ୍ର ଗ୍ରୁପ୍ ମୁଖ୍ୟ ଲୋକ ଅଧିକାରୀ ଅମିତ ରାଓଲ, ସୃଜନର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ନମିତା ପାଣ୍ଡେ, ଟ୍ରୋପଲିଟ୍ ଫୁଡସର ମାନବ ସମ୍ବଳ ମୁଖ୍ୟ ଡ ରଙ୍ଗନାଥ ଆଇ ଭି ଏସ ଓ ଆଇକେଏଫ୍ ଫାଇନାନ୍ସ ମାନବ ସମ୍ବଳ ମୁଖ୍ୟ ରମଣ ଚିଦାମ୍ବରସୁବ୍ରମଣ୍ୟାନଙ୍କୁ ନେଇ କୃଷି ବ୍ୟବସାୟ, ମାନବ ସମ୍ବଳ ପରିଚାଳନା ଓ ଭବିଷ୍ୟତର କର୍ମକ୍ଷେତ୍ର ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ କିଟ୍ ସ୍କୁଲ୍ ଅଫ୍ ରୁରାଲ୍ ମ୍ୟାନେଜମେଣ୍ଟର ନିର୍ଦ୍ଦେଶକ ପ୍ରଫେସର ସର୍ବେଶ୍ଵର ମହାନ୍ତି ସ୍ବାଗତ ଭାଷଣ ଦେଇଥିବା ବେଳେ ଡିନ ପ୍ରଫେସର ସୁକୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

