ଆମ ରଙ୍ଗତୁଳିରେ ପୁନଶ୍ଚ ପୃଥିବୀ
ଆମ ରଙ୍ଗତୁଳିରେ ପୁନଶ୍ଚ ପୃଥିବୀ
ଆମ ରଙ୍ଗତୁଳିରେ ପୁନଶ୍ଚ ପୃଥିବୀ
: କୁନି ଚିତ୍ରଶିଳ୍ପୀମାନେ ସୁନ୍ଦର ପରିବେଶ ତିଆରି କରିବା ନେଇ କାନଭାସରେ ବିଭିନ୍ନ ପ୍ରକାର ରଙ୍ଗ ବିରଙ୍ଗ ବୃକ୍ଷ ସହିତ ଗୋଟିଏ ଜୀବନ ଗୋଟିଏ ଗଛ ସଚେତନାତ୍ମକ ବର୍ତା ଲେଖିଥିଲେ। ଯେଉଁ ସବୁ ଚିତ୍ରଗୁଡ଼ିକ ମଧ୍ୟରୁ ବିଚାରକ ମଣ୍ଡଳି ଶ୍ରେଷ୍ଠ ଚିତ୍ରଶିଳ୍ପୀମାନଙ୍କୁ ପୁରସ୍କାର ଓ ଅନ୍ୟ ସମସ୍ତ ପ୍ରତିଯୋଗୀମାନଙ୍କୁ ଅଶଂଗ୍ରାହଣ ପ୍ରାମାଣପତ୍ର ପ୍ରଦାନକରି ଗୋଟିଏ ବୃକ୍ଷ ରୋପଣକରି ତାର ଜତ୍ନନେବାପାଇଁ ସମସ୍ତଙ୍କୁ ଶପଥ କରାଇଥିଲେ। ପୁନଶ୍ଚ ପୃ୍ଥିବୀ ବିଷୟବସ୍ତୁ ଆଧାରରେ ଆଜି କଳିଙ୍ଗ ବିକାଶ ପକ୍ଷରୁ ସତ୍ୟ ବିହାରସ୍ଥିତ କଳିଙ୍ଗ ଆଡ଼ଭାନସ୍ ପବ୍ଲିକ ସ୍କୁଲରେ ଅନୁଷ୍ଠିତ ହୋଇଥିଲା ଆମ ରଙ୍ଗତୁଳି ଚିତ୍ରାଙ୍କନ ପ୍ରତିଯୋଗୀତା। ଯେଉଁ କାର୍ଯ୍ୟକ୍ରମରେ କିଟ୍ ବିଶ୍ବ ବିଦ୍ୟାଳୟର ଲୋକସଂମ୍ପର୍କ ଅଧିକାରୀ ରତ୍ନାକର ପତି ଏବଂ ସମ୍ବାଦର ସାମ୍ବାଦିକ କେଶବ ପାଣି ଅତିଥିଭାବେ ଯୋଗଦେଇ କୁନିକୁନି ପିଲାମାନଙ୍କୁ ପୁରସ୍କୁତକରି ଉତ୍ସାହିତ କରିଥିଲେ। କଳିଙ୍ଗ ଆଡ଼ଭାନସ୍ ପବ୍ଲିକ ସ୍କୁଲ ମୁଖ୍ୟ ପ୍ରଫେସର ସୁଶାନ୍ତ ଦାସ, ପ୍ରିନସିପାଲ ରଶ୍ମିତା ଦାଶ ଓ ଶିକ୍ଷୟତ୍ରୀ ରୂପଶ୍ରୀ ରାଉତରାୟ, ଦୀପିକା ନାୟକ, ପ୍ରଭାସିନୀ ସାହୁ, ରେସମା ସେନାପତୀ, କ୍ରିଷ୍ଣାରାଣୀ ମୁର୍ମୁ ଓ ଉପେନ୍ଦ୍ର ବେହେରା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। କଳିଙ୍ଗ ବିକାଶର ମୁଖ୍ୟ ବିଦ୍ୟାଧର ବାରିକ ଏହି କାର୍ଯ୍ୟକ୍ରମକୁ ପରିଚାଳନାକରିବା ସହିତ କୁନି ଚିତ୍ରଶିଳ୍ପୀମାନଙ୍କ ଜେଜେ ବାପା ଓ ଜେଜେ ମା’ମାନଙ୍କୁ ଶିକ୍ଷାନୁଷ୍ଠାନ ପକ୍ଷରୁ ଚାରା ଓ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଫଟୋ ଚିତ୍ର ପ୍ରଦାନକରି ନିଜ ପିଲାଙ୍କ ଯତ୍ନନେବା ଭଳି ଗୋଟିଏ ଗଛ ପୋତି ତା’ର ଯତ୍ନ ନେବାପାଇଁ ନିବେଦନ କରିଥିଲେ। ଶେଷରେ ସମସ୍ତ ଉତ୍ସାହି ଛାତ୍ର ଛାତ୍ରୀ ଏବଂ ସେମାନଙ୍କ ଅଭିଭାବକମାନଙ୍କୁ ନେଇ ଏକ ସଭା ଆୟୋଜନ କରାଯାଇଥିଲା। ଯେଉଁଥିରେ ପୁନଶ୍ଚ ପୃଥିବୀ ବିଷୟବସ୍ତୁନେଇ ଆଲୋଚନା ହୋଇଥିଲା।

