ଚୋରି କରିବାକୁ ଆସି ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ସୁନା ଓ ଟଙ୍କା ଲୁଟି ଯୁବକ ଫେରାର
ଚୋରି କରିବାକୁ ଆସି ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ସୁନା ଓ ଟଙ୍କା ଲୁଟି ଯୁବକ ଫେରାର
ଚୋରି କରିବାକୁ ଆସି ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ସୁନା ଓ ଟଙ୍କା ଲୁଟି ଯୁବକ ଫେରାର
ବସ୍ତା: ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ସିଂଲା ଥାନା ଅଞ୍ଚଳରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। ଘରେ କେହି ନଥିବାର ସୁଯୋଗ ନେଇ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଯୌନନିର୍ଯାତନା ଦେବା ସହ ଘରୁ ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି କରି ଜଣେ ଯୁବକ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।ସୂଚନା ଅନୁଯାୟୀ, ସିଂଲା ଥାନା ଅଞ୍ଚଳର ଏକ ଗ୍ରାମରେ ନାବାଳିକାଙ୍କ ବାପା ଓ ମା' କୌଣସି କାମରେ ବାହାରକୁ ଯାଇଥିବାରୁ ତାଙ୍କୁ ଜେଜେବାପା ଓ ଜେଜେମା'ଙ୍କ ନିକଟରେ ଛାଡ଼ି ଯାଇଥିଲେ। ଏହାର ସୁଯୋଗ ନେଇ ପଡ଼ୋଶୀ ଗ୍ରାମର ଜଣେ ଯୁବକ ବିଳମ୍ବିତ ରାତିରେ ଘରର ଝରକା ଭାଙ୍ଗି ଭିତରକୁ ପ୍ରବେଶ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଯୁବକ ଜଣକ ପ୍ରଥମେ ଘରେ ଥିବା ଆଲମିରା ଭାଙ୍ଗି ନଗଦ ଟଙ୍କା ଓ ସୁନା ଅଳଙ୍କାର ଲୁଟିଥିଲେ। ପରେ ଏକ କୋଠରୀରେ ଶୋଇଥିବା ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ବେଳେ ନାବାଳିକାଙ୍କ ନିଦ ଭାଙ୍ଗିଯାଇଥିଲା। ତାଙ୍କ ପାଟି ଶୁଣି ଅନ୍ୟ କୋଠରୀରେ ଶୋଇଥିବା ଜେଜେବାପା ଓ ଜେଜେମା' ଉଠିପଡ଼ିବାରୁ ଅଭିଯୁକ୍ତ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ସିଂଲା ଥାନାରେ ଲିଖିତ ଅଭିଯୋଗ କରାଯାଇଛି।ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି।ଗତ ମାସରେ ଜଳେଶ୍ୱର ଥାନା ଅଞ୍ଚଳରେ ଘଟିଥିବା ଏକ ଘଟଣାର ଚର୍ଚ୍ଚା ଥମିନଥିବା ବେଳେ ପୁଣି ସିଂଲା ଅଞ୍ଚଳରେ ଏଭଳି ଅଭିଯୋଗ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ନାବାଳିକାଙ୍କୁ ନ୍ୟାୟ ପ୍ରଦାନ ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି ଆଇନ ଅନୁଯାୟୀ କଠୋର ଦଣ୍ଡ ଦେବାକୁ ସାଧାରଣରେ ଦାବି ହୋଇଛି।

