ଭୁବନେଶ୍ୱରରେ ଫୁଟିଲା ଗୁଳି, ବମିଖାଲରେ ଯୁବକଙ୍କୁ ହତ୍ୟା

 ଭୁବନେଶ୍ୱରରେ ଫୁଟିଲା ଗୁଳି, ବମିଖାଲରେ ଯୁବକଙ୍କୁ ହତ୍ୟା

 ଭୁବନେଶ୍ୱରରେ ଫୁଟିଲା ଗୁଳି, ବମିଖାଲରେ ଯୁବକଙ୍କୁ ହତ୍ୟା

 ଭୁବନେଶ୍ୱରରେ ଫୁଟିଲା ଗୁଳି, ବମିଖାଲରେ ଯୁବକଙ୍କୁ ହତ୍ୟା

 

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ଭୋର ପ୍ରାୟ ତିନିଟା ସମୟରେ ଏକ ଗୁଳିକାଣ୍ଡଘଟିଛି। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। । ଲକ୍ଷ୍ମୀସାଗର ଥାନା ଅଧୀନ ବମିଖାଲ ଅଞ୍ଚଳରେ ଘଟିଛି ଗୁଳିକାଣ୍ଡ। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ହଳଦୀପଡ଼ିଆର ସୋନୁ ନାୟକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ରାଜଧାନୀରେ ପୁଣି ଚାଞ୍ଚଲ୍ୟ ଖେଳାଇଛି ।ସୂଚନା ଅନୁସାରେ, ସୋନୁ ନାୟକ ତାଙ୍କର ୪ ଜଣ ସାଙ୍ଗଙ୍କ ସହ ଏକ ଗାଡ଼ିରେ ରସୁଲଗଡ଼ ପେଟ୍ରୋଲ ପମ୍ପ ଅଭିମୁଖେ ଯାଉଥିଲେ। ତେବେ ବମିଖାଲ ଅଞ୍ଚଳରେ ପୂର୍ବରୁ ଛକି ରହିଥିଲେ କିଛି ଦୁର୍ବୃତ୍ତ। ସୋନୁ ଓ ତାଙ୍କ ସାଙ୍ଗମାନେ ସେଠାରେ ପହଞ୍ଚିବା ମାତ୍ରେ ଦୁର୍ବୃତ୍ତମାନେ ସେମାନଙ୍କ ଗାଡ଼ିକୁ ଅଟକାଇଥିଲେ । ଏହାପରେ ଅତି ନିକଟରୁ, ପଏଣ୍ଟ ବ୍ଲାଙ୍କ ରେଞ୍ଜରୁ ସୋନୁଙ୍କ ମୁଣ୍ଡକୁ ଗୁଳିମାଡ଼ କରିଥିଲେ । ଗୁଳିମାଡ଼ରେ ସୋନୁ ଗୁରୁତର ହୋଇ ଘଟଣାସ୍ଥଳରେ ଟଳି ପଡ଼ିଥିଲେ । ହଠାତ୍ ଏଭଳି ଆକ୍ରମଣରେ ସେଠାରେ ଆତଙ୍କ ଖେଳିଯାଇଥିଲା। ଗୁଳିକାଣ୍ଡ ସମ୍ପର୍କରେ ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ସୋନୁଙ୍କୁ ତୁରନ୍ତ ଉଦ୍ଧାର କରି ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲା । ହେଲେ ସେଠାରେ ଡାକ୍ତର ସୋନୁଙ୍କୁ ମୃତ ଘୋଷଣା କରିଥିଲେ ଏହି ଗୁଳିକାଣ୍ଡ ପରେ ବମିଖାଲ ଓ ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । କେଉଁ କାରଣରୁ ସୋନୁଙ୍କୁ ଏଭଳି ହତ୍ୟା କରାଗଲା, ଏହା ପଛରେ ପୂର୍ବ ଶତ୍ରୁତା ରହିଛି ନା ଅନ୍ୟ କୌଣସି କାରଣ, ତାହା ଏବେ ସ୍ପଷ୍ଟ ହୋଇନାହିଁ । ଗୁଳିକାଣ୍ଡରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କ ପରିଚୟ ଓ ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ିବା ବାକି ରହିଛି । ତେବେ ଦୁଇଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।