ଶବ ବ୍ୟବଚ୍ଛେଦକୁ ନେଇ ଡାକ୍ତରଖାନା କର୍ମଚାରୀଙ୍କୁ ମାଡ଼ ମାରିଲେ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ
ଶବ ବ୍ୟବଚ୍ଛେଦକୁ ନେଇ ଡାକ୍ତରଖାନା କର୍ମଚାରୀଙ୍କୁ ମାଡ଼ ମାରିଲେ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ
ଶବ ବ୍ୟବଚ୍ଛେଦକୁ ନେଇ ଡାକ୍ତରଖାନା କର୍ମଚାରୀଙ୍କୁ ମାଡ଼ ମାରିଲେ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ
ସୋର: ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀଙ୍କ ନାମରେ ଏକ ସଙ୍ଗିନ ଅଭିଯୋଗଆସିଛି। ଶବ ବ୍ୟବଛେଦକୁ ନେଇ ଡ଼ାକ୍ତରଖାନା ପରିସରରେ ଡାକ୍ତରଖାନା କର୍ମଚାରୀଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି।ସୂଚନା ଅନୁସାରେ ଗତକାଲି ରାତିରେ ଯାତ୍ରା ସିଂହବାହିନୀର ନୃତ୍ୟ କଳାକାର ପ୍ରଶାନ୍ତ ମାଝୀ ଆତ୍ମହତ୍ୟା କରିଥିଲେ। ଆଜି ତାଙ୍କର ଶବ ବ୍ୟବଚ୍ଛେଦ ପାଇଁ ସିମୁଳିଆରୁ ସୋର ଡାକ୍ତରଖାନାକୁ ଆସିଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ଥିବା କର୍ମଚାରୀଙ୍କ ସହ କଥା କଟାକଟି ହୋଇଥିଲା। ଏହି ସମୟରେ ଯାତ୍ରା କଳାକାର ପୀୟୂଷ ତ୍ରିପାଠୀଙ୍କ ସମେତ ଅନ୍ୟମାନେ କର୍ମଚାରୀଙ୍କୁ ଘେରିଯାଇ ମାଡ଼ ମାରିଥିଲେ। ଏନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ପୁଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିବା ଜଣାପଡ଼ିଛି।

