ଏକାମ୍ର କ୍ଷେତ୍ର ସୁବିଧା ଓ ସ୍ମାରକୀଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ଯୋଜନା

ଏକାମ୍ର କ୍ଷେତ୍ର ସୁବିଧା ଓ ସ୍ମାରକୀଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ଯୋଜନା

ଏକାମ୍ର କ୍ଷେତ୍ର ସୁବିଧା ଓ ସ୍ମାରକୀଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ଯୋଜନା

ଭୁବନେଶ୍ବର(କଳିଙ୍ଗ ବିକାଶ):ଏକାମ୍ର କ୍ଷେତ୍ର ସୁବିଧା ଓ ସ୍ମାରକୀଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ଯୋଜନା ବା ଏକାମ୍ର ପ୍ରକଳ୍ପ ଅଗ୍ରଗତିରେ ଘରୋଇ ଜମି ବାଧକ ସାଜିଛି। ୬ବର୍ଷ ପରେ ବି ଏହି ପ୍ରକଳ୍ପ ସଂପୂର୍ଣ୍ଣ ହୋଇପାରୁନି। ତେଣୁ ସମସ୍ତ ଘରୋଇ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ କରିବାକୁ ବିଏମ୍‌ସି ପକ୍ଷରୁ ପୂର୍ତ୍ତ ବିଭାଗକୁ ଚିଠି ଲେଖାଯାଇଛି। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ମୋଟ୍ ୭୭ଜଣ ଜମି ମାଲିକଙ୍କଠାରୁ ୫.୮୧୮୮ଏକର ଘରୋଇ ଜମି ଅଧିଗ୍ରହଣ ହେବ। ଏଥିପାଇଁ ଜମି ମାଲିକଙ୍କୁ ଧାର୍ଯ୍ୟମୂଲ୍ୟ ହିସାବରେ ୨୫୦କୋଟି ୮ଲକ୍ଷ ୨୪ହଜାର ୨୩୯ଟଙ୍କା ଦିଆଯିବାକୁ ଥିବାବେଳେ ଏଷ୍ଟାବ୍ଲିସମେଣ୍ଟ ଖର୍ଚ୍ଚ ବାବଦକୁ ୧୭କୋଟି ୫୦ଲକ୍ଷ ୫୭ହଜାର ୬୯୬ଟଙ୍କା ଖର୍ଚ୍ଚ ହେବ। ଏହିପରି ମୋଟ୍ ୨୬୭କୋଟି ୫୮ଲକ୍ଷ ୮୧ହଜାର ୯୩୬ଟଙ୍କା ଖର୍ଚ୍ଚ ହେବ। ବିଏମ୍‌ସିର ଏହି ଜମି ଅଧିଗ୍ରହଣ ଆକଳନ ଅନୁସାରେ ପୂର୍ତ୍ତ ବିଭାଗ ଏବେ ଏକାମ୍ର ପ୍ରକଳ୍ପର ୦.୬୬୨୦ ଏକର ଜମି ଅଧିଗ୍ରହଣ ବାବଦକୁ ୪୮,୧୧,୮୮,୩୬୫ଟଙ୍କା ଅନୁମୋଦନ କରିଛି। ଏହା ସହ ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି ଯେ ଜମି ଅଧିଗ୍ରହଣ ପାଇଁ ଯେଉଁ ଖର୍ଚ୍ଚ ଆକଳନ କରାଯାଇଛି ତାହାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କଠାରୁ ଅନୁମୋଦନ କରି ପଠାଯାଉ। ଜିଲ୍ଲାପାଳଙ୍କ ଅନୁମୋଦନ ପରେ ଜମି ଅଧିଗ୍ରହଣ ପାଇଁ ଅର୍ଥ ମଞ୍ଜୁର ହେବ।