Supreme Court Issues Guidelines on Child Marriage, Puts Focus & Onus on Panchayats, Schools, Communities : Ommtv
Supreme Court Issues Guidelines on Child Marriage, Puts Focus & Onus on Panchayats, Schools, Communities : Ommtv
ବାଲ୍ୟ ବିବାହ ସମ୍ପର୍କରେ ପଂଚାୟତ, ବିଦ୍ୟାଳୟ, ସମ୍ପ୍ରଦାୟର କାର୍ଯ୍ୟକାରିତା
ଏବଂ ଦାୟିତ୍ୱବୋଧ ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶାବଳୀ ଜାରି କଲେ
ଚା ସୁପ୍ରିମକୋର୍ଟ ବିଭିନ୍ନ ମବଣାଳୟକୁ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ବିଲୋପ କରିବା ନିମନ୍ତେ ନିର୍ଦ୍ଦେଶନାମା ଜାରି
କରିଛନ୍ତି
ଚା ପଂଚାୟତ, ବିଦ୍ୟାଳୟର ପ୍ରଧାନଶିକ୍ଷକ, ସମ୍ପ୍ରଦାୟ, ପୋଲିସ ଏବଂ ବାଲ୍ୟ ବିବାହ ସୁରକ୍ଷା ଅଧିକାରୀଙ୍କୁ
ବାଲ୍ୟ ବିବାହ ପାଇଁ ଉତରଦାୟୀ କରିଛନ୍ତି
ଚା ବାଲ୍ୟ ବିବାହ ମୁକ୍ତ ଭାରତ ସହଭାଗୀ ତଥା ଓଡିଶା ଭିତିକ ପିଟିସନକାରୀ ସୋସାଇଟି ଫର
ଏନଲାଇଟେନମେଂଟ ଆଣ୍ଡ ଭଲ୍ୟୁଂଟାରୀ ଆକ୍ସନ (ଏସଇଭିଏ) କୃତଜ୍ଞତା ଜଣାଇ କହିଛନ୍ତି, ସମାନ ମଡେଲରେ
ସିଏମଏଫଆଇର ଅଂଶ ଭାବରେ ୨୦୦ରୁ ଅଧିକ ଏନଜିଓ କାର୍ଯ୍ୟ କରୁଛନ୍ତି
ଚା ୨୦୦ରୁ ଅଧିକ ଏନଜିଓର ମିଳିତ ମଂଚ ସିଏମଏଫଆଇ, କେବଳ ୨୦୨୩-୨୪ ମସିହାରେ ସମଗ୍ର
ଭାରତରେ ୧,୨୦,୦୦୦ରୁ ଅଧିକ ବାଲ୍ୟ ବିବାହ ବନ୍ଦ କରିଛି ।
ଚାଇଲ୍ଡ ମ୍ୟାରେଜ ଫ୍ରି ଇଣ୍ଡିଆ(ସିଏମଏଫଆଇ) ମିଳିତ ସହଯୋଗୀ ସୋସାଇଟି ଫର ଏନଲାଇଟେନମେଂଟ ଆଣ୍ଡ
ଭଲ୍ୟୁଂଟାରୀ ଆକ୍ସନ (ଏସଇଭିଏ) ତଥା କାର୍ଯ୍ୟକର୍ତା ନିର୍ମଲ ଗୋରାନାଙ୍କ ଦ୍ୱ।।ରା ଦାଖଲ ହୋଇଥିବା ଏକ ଆବେଦନକୁ
ଶୁଣିବା ପରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେବା ସହିତ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି
ଯେଉଁଥିରେ ଗ୍ରାମର ସମ୍ପ୍ରଦାୟକୁ ସଚେତନ କରାଇବା ସହିତ ବାଲ୍ୟ ବିବାହର ସମାପ୍ତି ଉପରେ ଗୁରୁତ୍ୱ ଦିଆଯାଇଛି ।
ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ନି୧⁄୨ିତ ଭାବରେ ୨୦୩୦ ସୁଦ୍ଧା ବାଲ୍ୟ ବିବାହର ଅନ୍ତ
ଘଟାଇବ ବୋଲି ନି୧⁄୨ିତ କରି ଓଡିଶା ସ୍ଥିତ ଏନଜିଓ ସେବା(ଏସଇଭିଏ)ର ନିର୍ଦ୍ଦେଶକ ଅଳକା ସାହୁ ଏକ ସାମ୍ବାଦିକ
ସ୧ିଳନୀରେ କହିଛନ୍ତି ଯେ, ଏହି ନିର୍ଦ୍ଦେଶାବଳୀ ସିଏମଏଫଆଇ ଅଭିଯାନର କାର୍ଯ୍ୟ ଏବଂ ବିଶ୍ୱାସକୁ ସମ୍ପୂର୍ଣ୍ଣ ରୂପେ
ପ୍ରତିଫଳିତ କରୁଛି ଏବଂ ଏହା ଦର୍ଶାଉଛି ଯେ, ମିଳିତ ମଂଚରେ ୨୦୦ରୁ ଅଧିକ ଏନଜିଓ ଅଂଶୀଦାରମାନଙ୍କୁ ସାମିଲ
କରାଯାଇ ନୂତନ ଭାବେ ଏହାକୁ ସଶକ୍ତ କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ, ଦେଶରେ “ବାଲ୍ୟ ବିବାହ ମୁକ୍ତ ଗ୍ରାମ” ପଦକ୍ଷେପ ଆରମ୍ଭ କରାଯିବାକୁ ଆପେକ୍ସ କୋର୍ଟ ନିର୍ଦ୍ଦେଶ
ଦେଇଥିବାବେଳେ ଏହି ମିଳିତ ମଂଚ କେବଳ ୨୦୨୩-୨୪ ମସିହାରେ ସମଗ୍ର ଭାରତରେ ୫୦,୦୦୦ ରୁ ଅଧିକ
‘ବାଲ୍ୟ ବିବାହ ମୁକ୍ତ ଗ୍ରାମ’ ସୃଷ୍ଟି କରି ପାରିଛି ।
ଏହି ସାମ୍ବାଦିକ ସ୧ିଳନୀରେ ମାନ୍ୟବର ସଦସ୍ୟ ଓଏସପିସିଆର ସସ୍ମିତା ନ ସିଏମଏଫଆଇ ଏବଂ ସଂଯୋଜକ
ରବିକାନ୍ତ ସମ୍ବୋଧିତ କରିଥିଲେ ।
ପିଲାମାନଙ୍କୁ ସେମାନଙ୍କର ଅଧିକାର, ଯୌନ ଶିକ୍ଷା, ପଂଚାୟତ ଗଠନ, ବିଦ୍ୟାଳୟ କର୍ତୃପକ୍ଷ ଏବଂ ବାଲ୍ୟ ବିବାହ ସୁରକ୍ଷା
ଅଧିକାରୀଙ୍କୁ ସେମାନଙ୍କ ଆଖପାଖରେ ହେଉଥିବା ଏଭଳି କାର୍ଯ୍ୟ ପାଇଁ ଉତରଦାୟୀ କରିବା ଉପରେ ଏକ ନିର୍ଦ୍ଦେଶନାମା
ସମ୍ପର୍କରେ ଆପେକ୍ସ କୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏହାର ପ୍ରତିରୋଧ, ସୁରକ୍ଷା ଏବଂ ପ୍ରବର୍ତନ ନିର୍ଦ୍ଦେଶାଳୟ
ନିଷେଧାଦେଶର ବାଲ୍ୟ ବିବାହ ଆଇନ (ପିସିଏମଏ) ୨୦୦୬ କାର୍ଯ୍ୟକାରୀ କରିବା ପାଇଁ ମଡେଲ ବ୍ୟବହାର କରାଯିବା
ଉଚିତ ବୋଲି ଶୀର୍ଷକୋର୍ଟ କହିଛନ୍ତି । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଏହି ଉପାୟଟି ସମ୍ପ୍ରଦାୟ ଦ୍ୱାରା ପରିଚାଳିତ ହେବା
ଉଚିତ ଏବଂ ବାଲ୍ୟ ବିବାହକୁ ରୋକିବାରେ ଶେଷ ପନ୍ଥା ଭାବରେ ବ୍ୟବହାର କରାଯିବା ଉଚିତ ।
୨୦୩୦ ସୁଦ୍ଧା ଭାରତରେ ବାଲ୍ୟ ବିବାହ ବିଲୋପ କରିବାକୁ ଲକ୍ଷ୍ୟ ରଖାଯାଇଥିବା ନୂତନ ନିର୍ଦ୍ଦେଶନାମା ପାଇଁ
ସୁପ୍ରିମକୋର୍ଟଙ୍କୁ ଗଭୀର କୃତଜ୍ଞତା ଜଣାଇ ଅଳକା ସାହୁ କହିଛନ୍ତି, “ଏହି ନିର୍ଦ୍ଦେଶାବଳୀ ପାଇଁ ଆମେ ସୁପ୍ରିମକୋର୍ଟଙ୍କ
ନିକଟରେ ଅଶେଷ କୃତଜ୍ଞ । ଯାହା ନି୧⁄୨ିତ କରିବ ଯେ ଭାରତ ଶୀର୍ଷବିନ୍ଦୁରେ ପହଂଚିବ ଏବଂ ୨୦୩୦ ସୁଦ୍ଧା ବାଲ୍ୟ
ବିବାହ ମୁକ୍ତ ହେବ । ସେ କହିଛନ୍ତି ଯେ ଏହି ନୂତନ ନିର୍ଦ୍ଦେଶାବଳୀ ରାଜ୍ୟ ସରକାର ଏବଂ ଗ୍ରାମ କର୍ତୃପକ୍ଷଙ୍କ ଦ୍ୱାରା
କାର୍ଯ୍ୟକାରୀ ହେଲେ ଏହାର ପ୍ରଭାବ ବହୁଗୁଣିତ ହେବ ଏବଂ ବାଲ୍ୟ ବିବାହ ସମାପ୍ତ ହେବ ।
ସମସ୍ତ ଏନଜିଓ ସହଭାଗୀ, ସିଏମଏ‘ଆଇ ଅଭିଯାନର ଏକ ଅଂଶ ଭାବରେ, ଦେଶର ୪୦୦ରୁ ଅଧିକ ଜିଲ୍ଲାରେ
ପିକେଟ(ପିଆଇସିକେଇଟି) ରଣନୀତି ଅନୁସରଣ କରୁଛନ୍ତି । ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନର ପ୍ରତିଷ୍ଠାତା ଭୁବନ
ରିଭୁଙ୍କ ଦ୍ୱାରା ପିକେଟିଂ ରଣନୀତି ପ୍ରସ୍ତୁତ କରାଯାଇଛି । ଏନଜିଓ ସହଭାଗୀମାନଙ୍କ ବ୍ୟତୀତ ଏହି ରଣନୀତିକୁ ବିଭିନ୍ନ
ସରକାରୀ ଏଜେନ୍ସି ମଧ୍ୟ ସମର୍ଥନ କରିଛନ୍ତି । ପିକେଟ ପଲିସି, ଇନଷ୍ଟିଚ୍ୟୁସନ, କୋଲାବରେସନ, ନଲେଜ, ଇକୋସିଷ୍ଟମ
ଏବଂ ଟେକ୍ନୋଲୋଜି ଆଦିକୁ ନେଇ ଗଠିତ । ଏହି ସାମଗ୍ରିକ ଆଭିମୁଖ୍ୟର ପ୍ରୟୋଗ ସହିତ ଗତ ଏକ ବର୍ଷ ମଧ୍ୟରେ ବାଲ୍ୟ
ବିବାହ ମୁକ୍ତ ଭାରତ (ସିଏମଏଫଆଇ) ଅଭିଯାନ ଏବଂ ଏହାର ସହଯୋଗୀ ଏନଜିଓମାନେ ୧୨୦,୦୦୦ରୁ ଅଧିକ
ବାଲ୍ୟ ବିବାହକୁ ସଫଳତାର ସହ ରୋକିଛନ୍ତି । ଏଥିସହ, ସରକାରୀ ଉଦ୍ୟମରେ ୧୧ଲକ୍ଷରୁ ଅଧିକ ଅସୁରକ୍ଷିତ ପିଲାଙ୍କୁ
ବାଲ୍ୟ ବିବାହରୁ ରକ୍ଷା କରାଯାଇଛି ।
ନୂତନ ନିର୍ଦ୍ଦେଶାବଳୀ କିପରି ବାଲ୍ୟ ବିବାହ ମୁକ୍ତ ହେବା ଦିଗରେ ଦେଶର ଯାତ୍ରାକୁ ତ୍ୱରାନ୍ୱିତ କରିବ ସେ ବିଷୟରେ
ଆଲୋଚନା କରି ରବିକାନ୍ତ କହିଛନ୍ତି, “ବାଲ୍ୟ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ପ୍ରସଙ୍ଗ । ଏହି ନୀତି ମାଧ୍ୟମରେ
ପିଲାମାନଙ୍କ ବିରୁଦ୍ଧରେ ହେଉଥିବା ଏହି ଗୁରୁତର ଅପରାଧର ମୁକାବିଲା କରିବାରେ ଭାରତ ଏକ ପ୍ରମୁଖ ଭୂମିକା ଗ୍ରହଣ
କରୁଛି । ଏହା ମଧ୍ୟ ଆମକୁ ଅତ୍ୟଧିକ ଆନନ୍ଦ ପ୍ରଦାନ କରେ ଯେ ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରା ଜାରି କରାଯାଇଥିବା
ନିର୍ଦ୍ଦେଶାବଳୀ ଆମ ପିକେଟ ରଣନୀତିର ଏକ ଅଂଶ ଭାବରେ ଆମ ଦ୍ୱାରା ଅଭ୍ୟାସ ହୋଇସାରିଛି ଯାହା ବାଲ୍ୟ ବିବାହ
ମୁକ୍ତ ଭାରତ (ସିଏମଏଫଆଇ) ସହଭାଗୀମାନଙ୍କ ପାଇଁ ବ୍ଲୁ ପ୍ରିଂଟ ଅଟେ ।
ମାନ୍ୟବର ସଦସ୍ୟ ଓଏସପିସିଆର ବାଲ୍ୟ ବିବାହର ମୁକାବିଲା କରିବାରେ ଉେଖନୀୟ କାଯ
ପାଇ ଁ ସିଏମଏଫଆଇ
ଅଭିଯାନକୁ ଅଭିନନ ଜଣାଇଛି। େସ କହିଛି,“ଶିଶୁ୰ ବିରୁ ଌେର ବାଲ ବିବାହ େହଉଛି ସବୁଠାରୁ ଖରାପ
ଅପରାଧ; ଏହା େସମାନ୰ର ପିଲାଦିନ, େସମାନ୰ର ଭବିଷତକୁ ଛଡ଼ାଇ େନଇଥାଏ ଏବଂ େଦଶର େମରୁ ଦ୧କୁ
ଦୁବ
ଳ କରିଥାଏ। ସୁ୩ିମେକାଟ
ର ନିେ୫
ଶାବଳୀ ନି୬ିତ କରିବ େଯ ୩େତକ ରାଜର ୩େତକ ୭ାମ ଆମର ସମ୮
ପିଲା୰ ଶି୯ା ତଥା ସଶ:ିକରଣ ଉପେର ;ାନ େଦବା ଜରୁ ରୀ। ଏହି ଜଘନ ଅପରାଧକୁ ସମା= କରିବାେର
େସମାନ୰ର ନିରର ଉଦମ ପାଇ ଁ ମ ୁଁ ବାଲ ବିବାହ ମୁ: ଭାରତ ଅଭିଯାନ ଏବଂ େସବାକୁ ମିଳିତ ଭାେବ
ଅଭିନନ ଜଣାଉଛି। ମ ୁଁ ନି୬ିତ େଯ, ଆମ େଦଶକୁ ବାଲ ବିବାହରୁ ମୁ: କରିବୁ। ”
ବାଲ୍ୟ ବିବାହକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ତଥା ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ସୁପ୍ରିମକୋର୍ଟଙ୍କ
ନିର୍ଦ୍ଦେଶାବଳୀରେ ଆଇନ ଶୃଙ୍ଖଳା, ନ୍ୟାୟିକ ପଦକ୍ଷେପ, ସମ୍ପ୍ରଦାୟର ଯୋଗଦାନ, ସଚେତନତା ଅଭିଯାନ, ଦକ୍ଷତା ବୃଦ୍ଧି,
ଶିକ୍ଷାଗତ ସହାୟତା ଏବଂ ରିପୋର୍ଟ ପାଇଁ ଟେକ୍ନୋଲୋଜି ଚାଳିତ ପଦକ୍ଷେପକୁ ଅନ୍ତର୍ଭୁକ୍ତ କରାଯାଇଛି ।
ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼,ଜଷ୍ଟିସ ଜେ.ବି ପାଦିରୱାଲା ଏବଂ ମନୋଜ ମିଶ୍ରଙ୍କୁ ନେଇ ଗଠିତ ବେଂଚ ଏହି
ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯେଉଁଥିରେ ଦର୍ଶାଯାଇଛି ଯେ, ଦେଶରେ ବାଲ୍ୟ ବିବାହର ଅବସ୍ଥା ଅତ୍ୟନ୍ତ ଭୟଙ୍କର ।
“ନିର୍ଦ୍ଦେଶପତ୍ର ଏବଂ ଆତ୍ମା”ରେ ବାଲ୍ୟ ବିବାହ ନିୟମ କାର୍ଯ୍ୟକାରୀ ହେଉନାହିଁ ।