9th International Congress & Exhibition on Arsenic in the Environment Inaugurated at KIIT :Ommtv

9th International Congress & Exhibition on Arsenic in the Environment Inaugurated at KIIT :Ommtv

9th International Congress & Exhibition on Arsenic in the Environment Inaugurated at KIIT :Ommtv
9th International Congress & Exhibition on Arsenic in the Environment Inaugurated at KIIT :Ommtv
Bhubaneswar, Oct 21: The prestigious 9th International Congress & Exhibition on Arsenic in the Environment was inaugurated today at KIIT-DU, bringing together over 100 international delegates and 300 participants, including scientists from 50 countries.
Prof. John Cherry, Professor Emeritus of Hydrogeology at the University of Waterloo, Canada and the chief guest, remarked on the complexities of groundwater management. “Groundwater is one of the most complicated elements of our environment, and the arsenic crisis results from humanity’s own failures,” he noted, urging vigilance and innovation to address these challenges.
It is a very well organised conference with many different scientific specialties. He said the KIIT University was an amazing creation by Prof. Achyuta Samanta. This institute is a role model for the world and ranked high in the world despite being relatively new. 
The congress also saw Prof. Abhijit Mukherjee, Shanti Swarup Bhatnagar awardee from IIT Kharagpur, stress the importance of water in achieving the United Nations’ Sustainable Development Goals (SDGs). “Water is the central pillar of all SDGs, and by 2030, we aim to accomplish these targets,” he stated.
Prof. Prosun Bhattacharya from KTH Royal Institute of Technology, Sweden, and the Organizing Chair of the event, underscored the global scope of the conference. “This platform allows us to address an urgent environmental challenge and exchange diverse ideas,” he said, adding that delegates from Sweden, Taiwan, the Netherlands, and India are actively participating.
The Vice-Chancellor of KIIT, Prof. Saranjit Singh, added that the congress is particularly relevant given the emerging challenges of water contamination.
Prof. Dipankar Saha, former member of the Central Ground Water Board, highlighted India’s position as the largest extractor of groundwater, with 250 cubic kilometers extracted annually. He warned that groundwater contamination and depletion remain serious concerns for the country.
At the inaugural ceremony, the International Society of Groundwater for Sustainable Development (ISGSD) conferred Honorary Lifetime Membership upon Prof. Achyuta Samanta, the Founder of KIIT and KISS, recognizing his contributions to education and environmental sustainability. KIIT was also honoured with the Green Campus Award 2024 for its outstanding green initiatives.
In his address, Prof. Samanta highlighted the relevance of the congress, stating, “Water contamination is a serious issue, and pollution levels are high, yet India continues to progress. However, the burden on future generations will be immense.” 
During the event, the Centre for Water Research and Climate Change at KIIT was inaugurated. Speaking on the occasion, KIIT Registrar, Prof. J.R. Mohanty, said the center aligns with KIIT’s dedication to tackling issues related to water scarcity and climate change through academic excellence, practical applications, and collaborations with policymakers and industry.

 

ପରିବେଶରେ ଆର୍ସେନିକ୍‍ ଉପରେ ୯ମ ନ୍ତର୍ଜାତୀୟ କଂଗ୍ରେସ
ଅଚ୍ୟୁତ ସାମନ୍ତଙ୍କୁ ଜୀବନବ୍ୟାପୀ ସଦସ୍ୟ ସମ୍ମାନ
କିଟ୍‍ ବିଶ୍ୱବିଦ୍ୟାଳୟକୁ ଗ୍ରୀନ୍‍ କ୍ୟାମ୍ପସ୍‍ ପୁରସ୍କାର-୨୦୨୪
ଭୁବନେଶ୍ୱର,୨୧ ।୧୦: କିଟ୍‍ ବିଶ୍ୱବିଦ୍ୟାଳୟରେ ଆଜି ପରିବେଶରେ ଆର୍ସେନିକ୍‍ ଉପରେ ୯ମ ଅନ୍ତର୍ଜାତୀୟ କଂଗ୍ରେସ ପ୍ରଦର୍ଶନୀ ଉଦ୍‍ଘାଟିତ ହୋଇଛି । ଚାରିଦିନଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ୫୦ଟି ଦେଶରୁ ୧୦୦ରୁ ଊର୍ଦ୍ଧ ପ୍ରତିନିଧିଙ୍କ ସମେତ ୪୦୦ ପ୍ରତିନିଧି ଯୋଗଦେଇଛନ୍ତି । ସେମାନଙ୍କ ମଧ୍ୟରେ ବହୁ ବୈଜ୍ଞାନିକ,ଗବେଷକ ଓ ଖ୍ୟାତିସମ୍ପନ୍ନ ପ୍ରଫେସର ଅନ୍ତର୍ଭୁକ୍ତ । ପ୍ରଥମଥର ଲାଗି ଏହି ସମ୍ମାନଜନକ କଂଗ୍ରେସ ଭାରତରେ ଅନୁଷ୍ଠିତ ହେଉଛି । ଏହି କଂଗ୍ରେସର ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାନାଡ଼ାର ୱାଟର୍‍ଲୁ ବିଶ୍ୱବିଦ୍ୟାଳୟର ହାଇଡ଼୍ରୋଜିଓଲଜି ବିଭାଗ ପ୍ରଫେସର ଇମିରଟସ୍‍ ଜନ୍‍ ଚେରି ଭୂତଳଜଳ ପରିଚାଳନା ସମସ୍ୟା ଉପରେ ଆଲୋକପାତ କରିଥିଲେ । ସେ କହିଲେ, ଭୂତଳଜଳ ହେଉଛି ଆମ ପରିବେଶର ଅନ୍ୟତମ ଜଟିଳ ଉପାଦାନ ଏବଂ ଆର୍ସେନିକ୍‍ ସଙ୍କଟ ହେଉଛି ମାନବତାର ନିଜସ୍ୱ ବିଫଳତାର ପରିଣାମ । ଏହି ଚାଲେଞ୍ଜର ମୁକାବିଲା ପାଇଁ ସତର୍କତା ଓ ସର୍ଜନା ନିମନ୍ତେ ସେ ପରାମର୍ଶ ଦେଇଥିଲେ । ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାରପ୍ରାପ୍ତ ତଥା ଆଇଆଇଟି ଖଡ଼ଗ୍‍ପୁରର ପ୍ରଫେସର ଅଭିଜିତ୍‍ ମୁଖାର୍ଜୀ ଜାତିସଂଘ ସ୍ଥାୟୀ ବିକାଶ ଲକ୍ଷ୍ୟ ପୂରଣରେ ଜଳର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସମସ୍ତ ସ୍ଥାୟୀ ବିକାଶ ଲକ୍ଷ୍ୟର ମୂଳ ଆଧାର ହେଉଛି ଜଳ । ତେଣୁ ଜଳ ପ୍ରଦୂଷଣର ମୁକାବିଲା ସହ ସ୍ୱଚ୍ଛ ଜଳ ପାଇଁ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ସେ କହିଥିଲେ । କେନ୍ଦ୍ରୀୟ ଭୂତଳଜଳ ବୋର୍ଡ଼ର ପୂର୍ବତନ ସଦସ୍ୟ ପ୍ରଫେସର ଦୀପଙ୍କର ଶାହା କହିଲେ, ସମଗ୍ର ବିଶ୍ୱରେ ଭାରତ ହେଉଛି ସର୍ବାଧିକ ଭୂତଳଜଳ ଉତ୍ତୋଳନକାରୀ ଦେଶ । ଭାରତ ବର୍ଷକୁ ୨୫୦ ଘନ କିଲୋମିଟର ଭୂତଳ ଜଳ ଉତ୍ତୋଳନ କରୁଛି । ତେଣୁ  ଆଗକୁ ଦେଶରେ ଭୂତଳଜଳ ଉତ୍ତୋଳନ ଏବଂ  ଦୂଷିତ ଜଳ ଏକ ଭୟଙ୍କର ସମସ୍ୟା ଭାବେ ଉଭା ହେବ ବୋଲି ସେ ସତର୍କ କରାଇ ଦେଇଥିଲେ । ଏହି କଂଗ୍ରେସ ଆୟୋଜନ କମିଟି ଅଧ୍ୟକ୍ଷ ତଥା ସ୍ୱିଡ଼େନ୍‍ର କେଟିଏଚ୍‍ ରୟାଲ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ ଟେକ୍ନୋଲୋଜିର ପ୍ରଫେସର ପ୍ରସୂନ ଭଟ୍ଟାଚାର୍ଯ୍ୟ କହିଲେ, ଏହି କଂଗ୍ରେସ ପରିବେଶ ସମ୍ପର୍କିତ ଜରୁରୀ ଚାଲେଞ୍ଜର ମୁକାବିଲା ପାଇଁ ସହାୟକ ହେବା ସହ ଏନେଇ ବ୍ୟାପକ ଭାବ ବିନିମୟର ସୁଯୋଗ ସୃଷ୍ଟି କରିବ । ଏହି କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯୋଗଦେଇ କହିଲେ, ବର୍ତ୍ତମାନ ସମୟରେ ଏଭଳି ସମ୍ମିଳନୀ ଆୟୋଜନ କରିବାର ଯଥେଷ୍ଟ ଗୁରୁତ୍ୱ ରହିଛି । ଦୂଷିତ ଜଳ ଏକ ଗମ୍ଭୀର ପ୍ରସଙ୍ଗ ହୋଇଥବା ବେଳେ ପ୍ରଦୂଷଣ ମାତ୍ରା ବଢ଼ିଚାଲିଛି । ଏସବୁ ଭିତରେ ଭାରତ ବିକାଶ ପଥରେ ଆଗେଇ ଚାଲିଛି। ତେବେ ଭବିଷ୍ୟତ ପିଢ଼ି ପାଇଁ ଏହି ସମସ୍ୟା ଭୟଙ୍କର ହେବ ବୋଲି ସେ କହିଥିଲେ । ପରିବେଶ ସୁରକ୍ଷା ଓ ସବୁଜ ଶକ୍ତି ଦିଗରେ କିଟ୍‍ ଓ କିସ୍‍ ନିରନ୍ତର କାର୍ଯ୍ୟ କରିଆସୁଛି ବୋଲି ଶ୍ରୀ ସାମନ୍ତ କହିଥିଲେ । କିଟ୍‍ ଓ କିସ୍‍ର ସମସ୍ତ କ୍ୟାମ୍ପସ୍‍ରେ ସବୁଜ ବଳୟ ସୃଷ୍ଟି କରାଯାଇଥିବା ବେଳେ ସୌରଶକ୍ତି ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି । ଏହି ଅବସରରେ ଇଣ୍ଟରନ୍ୟାସନାଲ୍‍ ସୋସାଇଟି ଅଫ ଗ୍ରାଉଣ୍ଡୱାଟର ଫର୍‍ ସସ୍‍ଟେନେବଲ୍‍ ଡ଼େଭଲପ୍‍ମେଣ୍ଟ(ଆଇଏସ୍‍ଜିଏସ୍‍ଡ଼ି) ପକ୍ଷରୁ  ଶ୍ରୀ ସାମନ୍ତଙ୍କୁ ସମ୍ମାନସୂଚକ ଜୀବନବ୍ୟାପୀ ସଦସ୍ୟ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଶିକ୍ଷା ଓ ପରିବେଶ କ୍ଷେତ୍ରରେ ସ୍ଥାୟୀ ବିକାଶରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ସେହିପରି  ସବୁଜ କ୍ୟାମ୍ପସ ପ୍ରୟାସ ନିମନ୍ତେ କିଟ୍‍ ବିଶ୍ୱବିଦ୍ୟାଳୟକୁ ଗ୍ରୀନ୍‍ କ୍ୟାମ୍ପସ୍‍ ପୁରସ୍କାର-୨୦୨୪ରେ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କିଟ୍‍ ବିଶ୍ୱବିଦ୍ୟାଳୟର ଜଳ ଗବେଷଣା ଓ ଜଳବାୟୁ ପରିବର୍ତ୍ତନ କେନ୍ଦ୍ର ଉଦ୍‍ଘାଟିତ ହୋଇଥିଲା । କିଟ୍‍ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି ଏହି କେନ୍ଦ୍ରର କାର୍ଯ୍ୟଧାରା ଉପରେ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ୍‍ ସିଂହ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କଂଗ୍ରେସ ଆୟୋଜନ କମିଟି ସମ୍ପାଦକ ତଥା କିଟ୍‍ ବିଶ୍ୱବିଦ୍ୟାଳୟ ପ୍ରଫେସର ଜ୍ୟୋତି ପ୍ରକାଶ ମାଇତି ଧନ୍ୟବାଦ ଅର୍ପଣ କରିଥିଲେ ।