ବେଆଇନ ଫି ଆଦାୟ କରି ଅର୍ଥ ହଡପ କରୁଥିବା ସ୍କୁଲ ମାନଙ୍କର ଆର୍ଥିକ କାରବାରର ସ୍ୱଚ୍ଛତା ପାଇଁ  ସରକାର ପ୍ରତେକ ବର୍ଷ ଅଡିଟ କରାନ୍ତୁ : ଓଡିଶା ଅଭିଭାବକ ମହାସଂଘ : ଓମଟିଭି

ବେଆଇନ ଫି ଆଦାୟ କରି ଅର୍ଥ ହଡପ କରୁଥିବା ସ୍କୁଲ ମାନଙ୍କର ଆର୍ଥିକ କାରବାରର ସ୍ୱଚ୍ଛତା ପାଇଁ  ସରକାର ପ୍ରତେକ ବର୍ଷ ଅଡିଟ କରାନ୍ତୁ ବୋଲି ଦାବି କରିଛିଓଡିଶା ଅଭିଭାବକ ମହାସଂଘ l ମହାସଂଘର ଅଧକ୍ଷ୍ୟ ବାସୁଦେବ ଭଟ୍ଟ ଏହି ଚିଠିରେ ପ୍ରମୁଖ ଶାଶନ ସଚିବ ଓ ମୁଖ୍ୟ ଶାଶନ ସଚିବ ଙ୍କୁ ପାଖରେ ଉପରୁକ୍ତ ଦାବି କରିଛନ୍ତି l 

ବେଆଇନ ଫି ଆଦାୟ କରି ଅର୍ଥ ହଡପ କରୁଥିବା ସ୍କୁଲ ମାନଙ୍କର ଆର୍ଥିକ କାରବାରର ସ୍ୱଚ୍ଛତା ପାଇଁ  ସରକାର ପ୍ରତେକ ବର୍ଷ ଅଡିଟ କରାନ୍ତୁ : ଓଡିଶା ଅଭିଭାବକ ମହାସଂଘ : ଓମଟିଭି

ବେଆଇନ ଫି ଆଦାୟ କରି ଅର୍ଥ ହଡପ କରୁଥିବା ସ୍କୁଲ ମାନଙ୍କର ଆର୍ଥିକ କାରବାରର ସ୍ୱଚ୍ଛତା ପାଇଁ  ସରକାର ପ୍ରତେକ ବର୍ଷ ଅଡିଟ କରାନ୍ତୁ : ଓଡିଶା ଅଭିଭାବକ ମହାସଂଘ : ଓମଟିଭି
ଭୁବନେଶ୍ୱର, ୧୪/୭/୨୨(ଓମ): ବେଆଇନ ଫି ଆଦାୟ କରି ଅର୍ଥ ହଡପ କରୁଥିବା ସ୍କୁଲ ମାନଙ୍କର ଆର୍ଥିକ କାରବାରର ସ୍ୱଚ୍ଛତା ପାଇଁ  ସରକାର ପ୍ରତେକ ବର୍ଷ ଅଡିଟ କରାନ୍ତୁ ବୋଲି ଦାବି କରିଛିଓଡିଶା ଅଭିଭାବକ ମହାସଂଘ l ମହାସଂଘର ଅଧକ୍ଷ୍ୟ ବାସୁଦେବ ଭଟ୍ଟ ଏହି ଚିଠିରେ ପ୍ରମୁଖ ଶାଶନ ସଚିବ ଓ ମୁଖ୍ୟ ଶାଶନ ସଚିବ ଙ୍କୁ ପାଖରେ ଉପରୁକ୍ତ ଦାବି କରିଛନ୍ତି l 
ରାଜ୍ୟରେ ସ୍ୱୀକୃତି ପ୍ରାପ୍ତ 4264 ଓ ବେଆଇନ ଭାବେ ପ୍ରାୟ 8500 ପ୍ରାଇଭେଟ ସ୍କୁଲ ଚାଲୁଛି l ଅଧିକାଂଶ ପ୍ରାଇଭେଟ ସ୍କୁଲ  ଅଭିଭାବକ ମାନଙ୍କ ଠାରୁ ଆବଶ୍ୟକ ଠାରୁ ଢେର ଅଧିକ ପଇସା ଆଦାୟ କରୁଛନ୍ତି l ସେପଟେ ସ୍କୁଲ କ୍ଷତିରେ ଚାଲୁଛି ଓ ସ୍କୁଲ ପରିଚାଳନା ପାଇଁ ବହୁତ ଅର୍ଥ ଆବଶ୍ୟକ ଦେଖାଇ ଅଭିଭାବକ ମାନଙ୍କୁ ଅଧିକ ସ୍କୁଲ ଫିସ ଅର୍ଥ ଦେବା ପାଇଁ ବାଧ୍ୟ କରୁଛନ୍ତି l ଯେହେତୁ ଆମ ରାଜ୍ୟରେ ଫିସ ଆଦାୟ ପାଇଁ କୌଣସି ସ୍ପଷ୍ଟ ଫିସ ନିୟାମକ ଆକ୍ଟ ନାହିଁ ତେଣୁ ଏପରି ହେବା ସ୍ୱାଭାବିକ l ପ୍ରାଇଭେଟ ସ୍କୁଲମାନେ ନିଜର ବିଳାସ ବ୍ୟସନ ଚଳଣୀ, ସ୍କୁଲ ଭିତିଭୂମି ବଢlଇ ଚାଲିଛନ୍ତି l ତାଛଡା ଅଭିଭାବକ ମାନଙ୍କ ସ୍କୁଲ ଫିସ ନେଇ ଅନ୍ୟତ୍ର ବିନିଯୋଗ କରୁଛନ୍ତି l କୋଭିଡ ମଧ୍ୟରେ କ୍ଷତି ଦେଖାଇ ଓଡିଏମ ଓ ମଦର ସ୍କୁଲ ପରି ସ୍କୁଲ ଏମାନେ ନୂଆ ସ୍କୁଲ ଖୋଲିବାକୁ ସେହି ଅର୍ଥରେ ସକ୍ଷମ ହୋଇଛନ୍ତି l ସ୍କୁଲରେ ଟ୍ରେଣ୍ଡ ଓ ବିଷୟ ଭିତିକ ଶିକ୍ଷକ ବି କେତେକ ପ୍ରାଇଭେଟ ସ୍କୁଲ ପର୍ୟାପ୍ତ ପରିମାଣରେ ରଖୁନାହାନ୍ତି l ହେଲେ ସରକାରଙ୍କ 2013 ମସିହାରେ ଗେଜେଟରେ ସବୁ ପ୍ରାଇଭେଟ ସ୍କୁଲକୁ ଅଡିଟ କରିବାର ଆଇନ ରହିଛି l ସ୍କୁଲ ଆଦାୟ ଫିସକୁ ଯେଉଁ ବାଟରେ ଖର୍ଚ୍ଚ କରିବା କଥା ସେଇ ହେଡ଼ରେ ଖର୍ଚ୍ଚ କରୁଛି କି ନାହିଁ, ଶିକ୍ଷକ ଓ କର୍ମଚାରୀ ଠିକ ଭାବେ ଦରମା ପାଉଛନ୍ତି କି ନାହିଁ, ଆଦାୟ ଅର୍ଥ ଅନ୍ୟତ୍ର ବିନିଯୋଗ ହେଉଛି କି ଏହି ସବୁର ତଦାରଖ ପାଇଁ ଏହି ନିୟମ ରହିଛି l ରାଜ୍ୟରେ ଡି ଏ ଭି ସ୍କୁଲ ସମୂହ, ଓଡିଏମ, ମଦର, ବିଜେଏମ, ଲୋୟଲା, ସେଣ୍ଟ ଜୋସେଫ ଭଳି ବହୁ ବଡ଼ ବଡ଼ ସ୍କୁଲ ରେ ହଜାର ହଜାର ପିଲା ପାଠ ପଢୁଛନ୍ତି l ସେମାନଙ୍କ ଠାରୁ ଆଡ଼ମିସନ, ରି ଆଡ଼ମିସନ, ୟୁନିଫର୍ମ, ବହି, ସ୍ମାର୍ଟ କ୍ଲାସ ଆଦି ଅନେକ ବାଟରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଛନ୍ତି l କିଛି ସ୍କୁଲ ନିଜର ଆତ୍ମୀୟ ସ୍ୱଜନଙ୍କ ଏହି ଅନୁଷ୍ଠାନ ମାନଙ୍କରେ ଶିକ୍ଷାଦାନ, କର୍ମଚାରୀ ଆଦି ଦେଖାଇ ତାଙ୍କ ଆକାଉଣ୍ଟକୁ ଲକ୍ଷ ଲକ୍ଷ ଟଙ୍କା ଟ୍ରାନ୍ସଫର କରୁଛନ୍ତି l ସ୍କୁଲ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟ କୁ କୋଟି କୋଟି ଟଙ୍କା ଟ୍ରାନ୍ସଫର କରାଯାଉଛି l ସ୍କୁଲ ଏକ ଚାରିଟେବୁଲ ଅନୁଷ୍ଠାନ l ଏଠାରେ ସର୍ବସାଧାରଣ ପଇସା ଆଦାୟ ହେଉଛି ତେଣୁ ମନଇଚ୍ଛା ପଇସା ଅନ୍ୟ ଆକାଉଣ୍ଟକୁ ଯାଇପାରିବିନି l ନିଜ ସ୍ତ୍ରୀ, ପୁଅ, ଝିଅ, ଜ୍ୱାଇଁ ଓ ଶଳା ଶାଳୀ ପରି ବନ୍ଧୁ ମାନଙ୍କୁ ସ୍କୁଲରେ ରଖି ଏକ ବେପାର ଚଳେଇଛନ୍ତି l ସବୁଠାରୁ ଆଗରେ ଭୁବନେଶ୍ୱର ରେ ଥିବା ଏହି ସ୍କୁଲ ସବୁ କୋଟି କୋଟି ଟଙ୍କା ହଡପ କରିବାର ଉଦାହରଣ ଅଛି l ସେପଟେ କିଛି ସ୍କୁଲ ବେଆଇନ ପ୍ରାଇଭେଟ ପବ୍ଲିକେସନ ବହି ବିକ୍ରି କରି ବହିରେ ମୁଦ୍ରିତ ଦାମର 50% ପର୍ଯ୍ୟନ୍ତ ମୁନାଫା କରିଥିବା ଲକ୍ଷ ଲକ୍ଷ ଟଙ୍କାକୁ ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର କରୁଛନ୍ତି l ରାଉରକେଲା ସେଣ୍ଟ ପଲ ସ୍କୁଲର ଏହି ଅଭିଯୋଗ ସଂକ୍ରାନ୍ତୀୟ ଦସ୍ତାବିଜ ମଧ୍ୟ ଆମେ ପୂର୍ବରୁ ଗଣଶିକ୍ଷା ବିଭାଗକୁ ଦେଇ ସାରିଛୁ l ତେଣୁ ଅଡିଟ ହେଲେ ସବୁ ସତ ପଦାକୁ ଆସିପାରିବ l ସବୁ ବ୍ୟବସ୍ଥା ଠିକ ଚାଲିବ l ତେଣୁ ଓଡିଶା ଅଭିଭାବକ ମହାସଂଘର ମୁଖପାତ୍ର ଓ ସହ ଅଧକ୍ଷ୍ୟ ପ୍ରସନ୍ନ ବିଶୋଇ ଏକ ପ୍ରେସ ବିବୃତିରେ ଏହି ଆଇନ ର ସଠିକ କାର୍ଯ୍ୟକାରୀ ହେଉ ଓ ଅଡିଟ ହେଉ ବୋଲି ସରକାରଙ୍କ ନିକଟରେ ଦୃଢ଼ ଦାବୀ ଉପସ୍ଥାପନା କରିଛି l ପ୍ରସନ୍ନ ବିଷୋୟୀ ସହ ଅଧକ୍ଷ.ଓଡିଶା ଅଭିଭାବକ ମହାସଂଘ