ଯଶିପୁର ନିକଟସ୍ଥ ଜାମଦାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରବେଶ ମାର୍ଗ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ : Ommtv

ଯଶିପୁର ନିକଟସ୍ଥ ଜାମଦାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରବେଶ ମାର୍ଗ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ : Ommtv

ଯଶିପୁର ନିକଟସ୍ଥ ଜାମଦାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରବେଶ ମାର୍ଗ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ : Ommtv

ଯଶିପୁର ନିକଟସ୍ଥ ଜାମଦାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରବେଶ ମାର୍ଗ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ : Ommtv

ଯଶିପୁର ନିକଟସ୍ଥ ଜାମଦାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରବେଶ ମାର୍ଗ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେବା ଅବସରରେ ରାଜ୍ୟ ଜଙ୍ଗଲ ଓ ପରିବେଶ ଜଳବାୟୁ ପରିବର୍ତନ ବିଭାଗ ମନ୍ତ୍ରୀ ଇଂ ଗଣେଶ ରାମ ସିଂ ଖୁଣ୍ଟିଆ ଏହା କହିଛନ୍ତି । ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ପରିବେଶ ସୁରକ୍ଷା ପାଇଁ ‘ସମ୍ବାଦ’ର ସ୍ବତନ୍ତ୍ର ଅଭିଯାନ 'ପୁନଶ୍ଚ ପୃଥିବୀ’ର ଭୂୟସୀ ପ୍ରଶଂସା କରିଛନ୍ତି। ଆଗାମୀଦିନରେ ଏହାର ସୁଦୂରପ୍ରସାରୀ ପ୍ରଭାବ ପଡ଼ିବ ବୋଲି କହିଛନ୍ତି । ମାଟିଆଗଡ଼ ଗ୍ରାମର ଜୟ ବଡ଼ାମ ଚାଙ୍ଗୁ ନୃତ୍ୟଦଳ ଓ ଗ୍ରାମର ଶତାଧିକ ମହିଳାଙ୍କ ଉପସ୍ଥିତିରେ ପୂଜାପାଠ ସହିତ ମନ୍ତ୍ରୀ ଆନୁଷ୍ଠାନିକ ଭାବେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। କରଞ୍ଜିଆ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହକାରୀ ଯନ୍ତ୍ରୀ ପୀତାମ୍ବର ରାୟ ରାସ୍ତା ନିର୍ମାଣ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଥିଲେ। ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଥିଲେ, ଏହି ବିଦ୍ୟାଳୟ ପ୍ରତିଷ୍ଠା କ୍ଷେତ୍ରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଇଂ ବିଶ୍ଵେଶ୍ଵର ଟୁଡୁଙ୍କ ଅବଦାନ ରହିଛି। ଆଗାମୀ ଦୁଇମାସ ଭିତରେ ମୁଖ୍ୟମନ୍ତ୍ରୀଙ୍କ ଖିଚିଂ ଗସ୍ତ କାର୍ଯ୍ୟକ୍ରମ ରହିଛି। ସେହିସମୟରେ ଅଞ୍ଚଳବାସୀଙ୍କ ବହୁବିଧ କଲ୍ୟାଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ଅନ୍ୟତମ ଅତିଥି ବାଣୁଆ , ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ନାଏକ, କରଞ୍ଜିଆ ବନଖଣ୍ଡ ଡି ଏଫ୍‌ ଓ ଶ୍ରୀକାନ୍ତ ନାଏକ ପ୍ରମୁଖ ଯୋଗ ଦେଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଯଶିପୁରରୁ ନେବଦା ଅଭିମୁଖେ ଯାଇଥିବା ରାସ୍ତାରୁ ଏହି ନୂତନ ରାସ୍ତା ବିଦ୍ୟାଳୟକୁ ସଂଯୋଗ କରାଯିବାର ଲକ୍ଷ୍ୟ ରଖାଯାଇଛି। ୧୩୦୦ ମିଟର କଂକ୍ରିଟ୍‌ ରାସ୍ତା ନିର୍ମାଣ ଓ ପାଇଁ ୨.୪୧ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି 

ମୟୁରଭଞ୍ଜ ରୁ ନିହାର ରଞ୍ଜନ ମହାନ୍ତ ଓ଼ମଂ ଟିଭି

State forest and environment minister Ganesh Ram Singh Khuntia was the chief guest at the foundation stone laying ceremony of Eklavya Model Residential School at Jamda near Jashipur. Minister Khuntia highly appreciated the special campaign of 'Samvad' for protection of environment 'Punsad Prithvi'. It will have a far-reaching impact in the coming days. The foundation stone was formally laid by the Minister in the presence of Jai Badam Changu dance troupe of Matiagarh village and hundreds of women of the village. In the programme organized under the aegis of Karanjia Integrated Tribal Development Agency, Assistant Engineer Pitambar Roy gave information about the road construction project. Minister Khuntia said that former Union Minister Bishweswar Tudu has contributed in the establishment of this school. The Chief Minister is scheduled to visit Khiching in the next two months. During this time, the attention of the Chief Minister will be drawn towards the welfare of the people of the region. Banua, Assistant Executive Engineer Santosh Naik, Karanjia Block DF and Shrikant Naik were among the guests. It is to be noted that the new road is intended to connect the school with the road leading from Jashipur to Nebda. A sum of Rs. 2.41 crore has been provided for the construction of 1300 meters of concrete roads.


Nihar Ranjan Mahanta OM TV from Mayurbhanj